ବଜେଟ୍ ଅଧିବେଶନରେ କୋଇଲା ରୟାଲଟି, ଜିଏସଟି ବକେୟା ଓ ସ୍ୱାମୀନାଥନ କମିଟି କାର୍ଯ୍ୟକାରୀ ପ୍ରସଙ୍ଗ ଉଠାଇବ ବିଜେଡ଼ି

ଆସନ୍ତାକାଲି ଠାରୁ ଆରମ୍ଭ ହେବ ରାଜ୍ୟ ବଜେଟ୍ ଅଧିବେଶନ । ଏହି ଅଧିବେଶନ ପୂର୍ବରୁ ବୁଧବାର ବିଧାନସଭାର 54 ନମ୍ବର ପ୍ରକୋଷ୍ଠରେ ବିଜେଡ଼ ଦଳର ବିଧାୟକ ଦଳ ବୈଠକ ଅନଷ୍ଠିତ ହୋଇଥିଲା ।

ଭୁବନେଶ୍ୱର : ଆସନ୍ତାକାଲି ଠାରୁ ଆରମ୍ଭ ହେବ ରାଜ୍ୟ ବଜେଟ୍ ଅଧିବେଶନ । ଏହି ଅଧିବେଶନ ପୂର୍ବରୁ ବୁଧବାର ବିଧାନସଭାର 54 ନମ୍ବର ପ୍ରକୋଷ୍ଠରେ ବିଜେଡ଼ ଦଳର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା । ବଜେଟ୍ ଅଧିବେଶନରେ ଦଳ କେଉଁ ସବୁ ପ୍ରସଙ୍ଗ ଉଠାଇବ ସେନେଇ ବୈଠକରେ ଆଲୋଚନା ହୋଇଥିଲା । ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆସନ୍ତା ବଜେଟ୍ ଅଧବେଶନରେ ବିଡ଼େଜିର ପ୍ରସଙ୍ଗ ସମ୍ପର୍କରେ ସୂଚନା ଦେଇଛନ୍ତି ।

Bikram-Keshari-Arukh

ରାଜ୍ୟ ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା ସମ୍ପର୍କରେ ପ୍ରସଙ୍ଗ ରଖିବ ବିଜେଡ଼ି । କୋଇଲା ରୟାଲିଟି, ଜିଏସଟି ବକେୟା ଅର୍ଥ ପ୍ରଦାନରେ ବିଳମ୍ବ, ସ୍ୱାମୀନାଥନ କମିଟି ରିପୋର୍ଟ କାର୍ଯ୍ୟକାରୀ କରିବା ଆଦି ପ୍ରସଙ୍ଗ ଉଠାଯିବ ବୋଲି ଶ୍ରୀ ଆରୁଖ ସୂଚନା ଦେଇଛନ୍ତି । ଏହା ବ୍ୟତୀତ ବର୍ଷକୁ 12 ହଜାର କୋଟି ଟଙ୍କା ହିସାବରେ ପାଞ୍ଚ ବର୍ଷରେ କେନ୍ଦ୍ର 60 ହଜାର କୋଟି ଟଙ୍କା କାଟିଥିବା ପ୍ରସଙ୍ଗରେ ବିଜେଡ଼ି ବଜେଟ୍ ଅଧିବେଶନରେ ଆଲୋଚନା କରିବ ବୋଲି ସେ କହିଛନ୍ତି ।

ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ବିଜେଡ଼ି ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଜେଡ଼ିର ସମସ୍ତ ବିଧାୟକ ଉପସ୍ଥିତ ଥିଲେ । ଗିରୁବାର ଠାରୁ ରାଜ୍ୟ ବଜେଟ୍ ଅଧିବେଶନରେ ବିଜେଡ଼ିର ପ୍ରସଙ୍ଗ କଣ ରହିବ ସେ ନେଇ ଆଜି ଆଲୋଚନା ହୋଇଥିଲା । ବୈଠକ ଅନୁଯାୟୀ କେନ୍ଦ୍ରର ଅବହେଳା ମୁଖ୍ୟ ପ୍ରସଙ୍ଗ ରହିବା ନେଇ ନିଷ୍ପତ୍ତି ହୋଇଛି ।

ସୂଚନାଯୋଗ୍ୟ, ଫେବୃଆରୀ 22 ତାରିଖରେ ଉପସ୍ଥାପିତ ରାଜ୍ୟ ବଜେଟ୍ । ଅଧିବେଶନ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ । କାଲିଠାରୁ ଅପ୍ରଲ 9 ତାରିଖ ଯାଏଁ ଏହି ବଜଟ୍ ଅଧିବେଶନ ଚାଲିବା ନେଇ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି । ଏହି ଅଧିବେଶନରେ ମୋଟ 31 ଟି କାର୍ଯ୍ୟଦିବସ ରହିଛି । ଏହି ଅଧିବେଶନରେ 6 ଟି ବିଲ୍ ପାରିତ ହେବାର କାର୍ଯ୍ୟକ୍ରମ ରହିଛି । ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ ଶାସକ ଦଳ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ । ଅଧିବେଶନ ସମୟରେ ସମସ୍ତ ବିଧାୟକ ଉପସ୍ଥିତ ରହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+