ଦିଲ୍ଲୀରେ ବିଜେପିର ଟିକେଟ କସରତ, ଆଜି ଘୋଷଣା ହୋଇପାରେ ବିଧାନସଭା ଟିକେଟ
Elections 2024: ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଟିକେଟ୍ କସରତ କରୁଛି ବିଜେପି । ପ୍ରଥମ ପର୍ଯ୍ୟାୟରେ 18 ଲୋକସଭା ଆସନ ପାଇଁ ପ୍ରାର୍ଥୀ ଦେବା ପରେ ବଳକା 3 ଲୋକସଭା ଆସନ ଓ ବିଧାନସଭା ଆସନରେ ପ୍ରାର୍ଥୀ ଚୂଡ଼ାନ୍ତ କରିବାକୁ କରିଛି ମାନସମନ୍ଥନ ।

ଗତକାଲି ବିଳମ୍ବିତ ରାତି ଯାଏଁ ବସିଥିଲା କୋର କମିଟି ବୈଠକ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବଳକା ଲୋକସଭା ଆସନ ଓ ବିଧାନସଭା ଆସନ ପାଇଁ ଆଲୋଚନା ହୋଇଥିବା ସୂଚନା ରହିଛି । ଦିଲ୍ଲୀ ସ୍ଥିତ ଦଳୀୟ ମୁଖ୍ୟାଳୟରେ ବିଜେପି କୋର୍ କମିଟି ବୈଠକରେ ପ୍ରାର୍ଥୀ ତାଲିକା ନେଇ ଦୀର୍ଘ 5 ଘଣ୍ଟା ଧରି ଆଲୋଚନା ହୋଇଥିଲା ।
ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ ଯୋଗ ଦେଇଥିଲେ । ଏହା ସହ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ୍ ସିଂ ତୋମାର ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ । ବଳକା ଆସନଗୁଡ଼ିକ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇପାରେ ବୋଲି ସୂଚନା ମିଳିଛି ।












Click it and Unblock the Notifications