Get Updates
Get notified of breaking news, exclusive insights, and must-see stories!

2024 ଲୋକସଭା ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି, ଓଡ଼ିଶା ଉପରେ ରହିଛି ଫୋକସ୍

ଗୌହାଟୀ : 2024 ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଜେପି । ଏ ନେଇ ପୂର୍ବ ଏବଂ ଉତ୍ତର ପୂର୍ବ ଭାରତର 12 ଟି ରାଜ୍ୟର ବରିଷ୍ଠ ବିଜେପି ନେତାମାନେ ଜୁଲାଇ 6 ରେ ଗୌହାଟୀରେ ବୈଠକ କରିଛନ୍ତି । ଏଥିରେ 2024 ଲୋକସଭା ନିର୍ବାଚନର ରଣନୀତି ଉପରେ ଆଲୋଚନା କରାଯାଇଛି ।

ଏଥର ନିର୍ବାଚନରେ ଓଡ଼ିଶା ଉପରେ ଫୋକସ୍ କରୁଛି ବିଜେପି । ରଣନୀତିରେ ଓଡ଼ିଶାକୁ ସ୍ୱତନ୍ତ୍ର ଗୁରୁତ୍ୱ ଦେବା ସହ ଏ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ।

BJP

ନରେନ୍ଦ୍ର ମୋଦୀ ସରକାରଙ୍କ ନଅ ବର୍ଷ ପୂର୍ତ୍ତି ପାଳନ ପାଇଁ ଜୁନ୍ ମାସରେ ଆୟୋଜିତ ଏକ ମାସ ଧରି ଚାଲିଥିବା 'ମହା ଜନ ସମ୍ପର୍କ ଅଭିଯାନ'ର ପ୍ରଭାବ ଉପରେ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି ।

ଓଡିଶା ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ସାଂଗଠନିକ ସାଧାରଣ ସମ୍ପାଦକ ମାନସ ମହାନ୍ତି ଏବଂ ଓଡିଶାର ସହ-ଦାୟିତ୍ୱ ବିଜୟପାଲ ସିଂହ ତୋମାର ଓଡିଶାରେ ଦଳର ଆଭିମୁଖ୍ୟ ଉପରେ ଆଲୋଚନା କରିଛନ୍ତି । ରାଜ୍ୟରେ ଅଧିକ ଆସନ ହାସଲ କରିବା ଉପରେ ଆଲୋଚନା କରାଯାଇଥିଲା ।
ଆଠଟି ଉତ୍ତର-ପୂର୍ବ ରାଜ୍ୟରେ ମୋଟ 25 ଟି ଲୋକସଭା ଆସନ ରହିଛି ଏବଂ ଆସାମ ସର୍ବାଧିକ 14 ଟି ରହିଛି । ତେଣୁ ଏହା ଉପରେ ଗୁରୁତ୍ୱ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଅରୁଣାଚଳ ପ୍ରଦେଶ, ମେଘାଳୟ, ମଣିପୁର ଏବଂ ତ୍ରିପୁରାରେ ଦୁଇଟି ଲେଖାଏଁ ଆସନ ଥିବାବେଳେ ମିଜୋରାମ, ନାଗାଲାଣ୍ଡ ଏବଂ ସିକ୍କିମରେ ଗୋଟିଏ ଲେଖାଏଁ ଲୋକସଭା ଆସନ ଅଛି ।

ସେହିପରି ପୂର୍ବ ରାଜ୍ୟଗୁଡିକ ମଧ୍ୟରେ ପଶ୍ଚିମବଙ୍ଗରେ 42 ଟି, ବିହାରରେ 40 ଟି, ଓଡିଶାରେ 21 ଟି ଏବଂ ଝାଡଖଣ୍ଡରେ 14 ଟି ଆସନ ରହିଛି । ଏହି ଚାରି ରାଜ୍ୟରେ ଅଣ ବିଜେପି ଦଳର ଶାସନ ଥିବାରୁ ଏହା ଉପରେ ବେଶୀ ଫୋକସ୍ କରଛି ଦଳ । ବିଶେଷ କରି ଓଡ଼ିଶା ଉପରେ ରହିଛି ଦଳର ନଜର । ଗତ ଲୋକସଭା ନିର୍ବାଚନରେ ଦଳର ଆସନ ସଂଖ୍ୟା ବଢିବା ସହ ଭୋଟ୍ ପ୍ରତିଶତରେ ମଧ୍ୟ ବୃଦ୍ଧି ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ବିଜେପି ଓଡ଼ିଶା ଉପରେ ବିଶେଷ ଫୋକସ୍ କରିବାକୁ ଗୁରୁତ୍ୱ ଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+