Odisha Assembly Speaker: କିଏ ହେବେ ବାଚସ୍ପତି ? ଦୌଡ଼ରେ ଅଛନ୍ତି ଏହି ସବୁ ନେତା...
Odisha Assembly Speaker: 21 ତାରିଖରେ ହେବ ବାଚସ୍ପତି ନିର୍ବାଚନ । ଏ ନେଇ 18 ରେ ହେବ ନାମାଙ୍କନ ଦାଖଲ ପ୍ରକ୍ରିୟା । ବିକ୍ରମ ଆରୁଖଙ୍କ ଇସ୍ତଫା ପରେ ଖାଲି ପଡ଼ିଥିଲା ବାଚସ୍ପତି ପଦ । ତେବେ ଏହି ପଦବୀ ଖୁବ୍ ଶୀଘ୍ର ପୂରଣ ହେବ ।
ତେବେ ଏହି ଆସନରେ କିଏ ବସିବେ ? ଏହି ରେସରେ କିଏ କିଏ ଅଛନ୍ତି ? ସେ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର୍ ଧରିଛି । ସେପଟେ ଗୃହରେ ବିଜେଡ଼ିର ସଂଖ୍ୟା ଗରିଷ୍ଠତା ଥିବାରୁ ସେ ହିଁ କେବଳ ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିବ । ତେବେ ଏହି ପଦବୀ ପାଇଁ ଦଳ କାହାକୁ ପ୍ରାର୍ଥୀ କରିବ ତା ଉପରେ ରହିଛି ସମସ୍ତଙ୍କ ନଜର ।

ଏହି ସମୟରେ ଶାସକ ଦଳର 4 ଜଣ ବରିଷ୍ଠ ବିଧାୟକଙ୍କ ନାଁ କୁ ନେଇ ଆଲୋଚନା ଜୋର୍ ଧରିଛି । ପ୍ରଫୁଲ୍ଲ ସାମଲ, ଅମର ଶତପଥୀ, ନୃସିଂହ ସାହୁ ଏବଂ ଦେବୀ ପ୍ରସାଦ ମିଶ୍ର ଏହି ବାଚସ୍ପତି ଦୌଡ଼ରେ ଥିବା ନେଇ ଚର୍ଚ୍ଚା ହେଉଛି । ତେବେ ଜଣେ ମହିଳାଙ୍କ ରାଜ୍ୟର ପରବର୍ତ୍ତୀ ବାଚସ୍ପତି ହେବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ସ୍ନେହାଙ୍ଗୀନି ଛୁରିଆ ମଧ୍ୟ ଏହି ତାଲିକାରେ ଥିବା ନେଇ ଆଲୋଚନା ହେଉଛି ।
ଅପରପକ୍ଷରେ ରାଜ୍ୟରେ ଆଗୁଆ ନିର୍ବାଚନ ଥିବାରୁ ଏଥର ମୌସୁମୀ ଅଧିବେଶନ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଗୃହକୁ ଠିକ୍ ଭାବେ ପରିଚାଳନା କରିବାକୁ ଜଣେ ଦକ୍ଷ ନେତା ଆବଶ୍ୟକ କରୁଛି ଦଳ । ପ୍ରାୟ 4 ମାସ ପରେ ପୂରଣ ହେବ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦବୀ ।
ପ୍ରାର୍ଥୀପତ୍ର ଦାଖଲ ପରେ ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ । ତେବେ ଶାସକ ଦଳ ପକ୍ଷରୁ କାହାକୁ ବାଚସ୍ପତି ପ୍ରାର୍ଥୀ କରାଯିବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଅନ୍ୟପଟେ ସଂଖ୍ୟା ଦୃଷ୍ଟିରୁ ବାଚସ୍ପତି ପଦ ଶାସକ ଦଳ ସପକ୍ଷରେ ଯାଉଥିବାରୁ ବିରୋଧୀ ଏହି ପଦ ପାଇଁ ପ୍ରାର୍ଥୀ ଦେଇନପାରନ୍ତି । ଶାସକ ଦଳ କାହାକୁ ପ୍ରାର୍ଥୀ କରିବ ତାହା ଏବେ ବି ସସପେନ୍ସରେ ରହିଛି ।
ମେ 12 ତାରିଖରେ ବ୍ୟକ୍ତିଗତ କାରଣ ଦର୍ଶାଇ ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ଅର୍ଥମନ୍ତ୍ରୀ ହୋଇଥିଲେ ବିକ୍ରମ ଆରୁଖ । ହେଲେ ସେବେଠୁ ବାଚସ୍ପତି ପଦ ଖାଲି ପଡ଼ିଛି ଯେ ପଡ଼ିଛି । ସେବେଠୁ ଉପ ବାଚସ୍ପତି ରଜନିକାନ୍ତ ସିଂ ଆକ୍ଟିଂ ବାଚସ୍ପତି ଦାୟିତ୍ୱ ନିର୍ବାହ କରୁଥିଲେ । ଲୋକତାନ୍ତ୍ରିକ ଶାସନ ବ୍ୟବସ୍ଥାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପଦବୀଟି ଏତେ ଦିନ ଧରି ଖାଲି ପଡ଼ିବାକୁ ନେଇ ବଢ଼ୁଥିଲା ଅସନ୍ତୋଷ । ତେବେ ପୂରଣ ହେବ ଏହି ପଦବୀ ।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ପୁଣି ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ, ଅନେକ ମୃତାହତ -
ହର୍ମୁଜ ପ୍ରଣାଳୀ ବନ୍ଦ ରହିବା ଉଚିତ୍- ମୋଜତାବା












Click it and Unblock the Notifications