ଅପ୍ରେଲ ପ୍ରଥମ ସପ୍ତାହରେ ଆସିବ କଂଗ୍ରେସ ପ୍ରାର୍ଥୀ ତାଲିକା

Elections 2024: ଦିନ କେଇଟା ପରେ ରାଜ୍ୟରେ ସାଧାରଣ ନିର୍ବାଚନ ସହ ଲୋକସଭା ନିର୍ବାଚନ ପାଇଁ ପଡ଼ିବ ଭୋଟ୍ । ଏଥି ମଧ୍ୟରେ ନିଜ ନିଜ ପ୍ରଚାରରେ ଲାଗି ପଡ଼ିଛନ୍ତି ରାଜନୈତିକ ଦଳ । ବିଜେପି ଓ ବିଜେଡ଼ି କିଛି କିଛି ଆସନ ପାଇଁ ପ୍ରାର୍ଥୀ ଦେଇସାରିଥିବା ବେଳେ ପଛରେ ରହିଛି କଂଗ୍ରେସ । ଦଳ ଏଯାଏଁ କୌଣସି ଆସନରୁ ପ୍ରାର୍ଥୀ ଦେଇ ନଥିବାରୁ ଦ୍ୱନ୍ଦରେ ଆଶାୟୀ । ଏପରିକି ଭୋଟରଙ୍କୁ ପ୍ରଭାବିତ କରି ପ୍ରତିଦ୍ୱନ୍ଦୀଙ୍କୁ ମାତ୍ ଦେବାକୁ ପ୍ରଚାର ମଧ୍ୟ କରିପାରୁନାହାଁନ୍ତି ।

ଏଥି ମଧ୍ୟରେ ଗତକାଲି ବିଜେଡ଼ି ଗତକାଲି 72 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ପରେ ସମସ୍ତଙ୍କ ନଜର ରହିଛି କଂଗ୍ରେସ ପ୍ରାର୍ଥୀ ତାଲିକା ଉପରେ । କେବେ ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ଚର୍ଚ୍ଚା ହେଉଥିବାବେଳେ ଏନେଇ ସୂଚନା ଦେଇଛନ୍ତି ଦଳର ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସ । ଏପ୍ରିଲ ପ୍ରଥମ ସପ୍ତାହରେ କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି କହିଛନ୍ତି ଭକ୍ତ ଦାସ । ଏଥିସହ ସେ ନିଜେ ନର୍ଲାରୁ ବିଧାନ ସଭା ଟିକେଟରେ ଲଢିବେ ବୋଲି କହିଛନ୍ତି ।

ODISHA ASSEMBLY ELECTION

ଏପରିକି ସେ କହିଛନ୍ତି, ଓଡିଶାବାସୀ ଖୁସି ନାହାନ୍ତି, ଏକଥା ଆମେ ସମସ୍ତଙ୍କୁ ଜଣାଇବୁ । କମ୍‌ ଭୋଟ୍‌ରେ ହାରିଥିବା 60 ସିଟ୍‌ ଆଗୁଆ ଘୋଷଣା ହେବ । ଏଥିସହ ଚଳିତ ନିର୍ବାଚନରେ 100 ରୁ ଅଧିକ ସିଟ୍‌ରେ କଂଗ୍ରେସ ଜିତିବ ବୋଲି ସେ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+