କେଉଁ କୂଳର ହେବେ ପ୍ରଶାନ୍ତ ? କଣ ହେବ ରାଜନୈତିକ କ୍ୟାରିଅର...
ଭୁବନେଶ୍ୱର: ହାତ ଛାଡ଼ିଦେଲା ବିଜେଡ଼ି । ଆଶ୍ରୟ ଦେବାକୁ ମନା କରିଦେଲା ବିଜେପି । ଲୋକଙ୍କ ଉପରେ ଗାଡ଼ି ମଡ଼ାଇବା ମାମଲାରେ ବିଜେଡିରୁ ତଡ଼ା ଖାଇଥିବା ବାହୁବଳୀ ନେତା ପ୍ରଶାନ୍ତ ବିଜେପି ସହ ସମ୍ପର୍କରେ ଥିବା ନେଇ କହିଥିଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ଧର୍ମେନ୍ଦ୍ର ପ୍ରଧାନଙ୍କ ଆଶୀର୍ବାଦରେ ସେ ବିଜେପିରେ ସାମିଲ ହେବେ ବୋଲି ଗତକାଲି କହିଥିଲେ । ଏହା ପରେ ଏହାର ଜବାବ ଦେଇଛି ବିଜେପି ।

ଏକଥା ସମ୍ପୂର୍ଣ୍ଣ ମିଥ୍ୟା । କେନ୍ଦ୍ର ମନ୍ତ୍ରୀଙ୍କ ସହ ପ୍ରଶାନ୍ତଙ୍କର ଯୋଗାଯୋଗ ନାହିଁ । ଯଦି ପ୍ରମାଣ ଅଛି, ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଦିଅନ୍ତୁ । ସେ କେବଳ ତୃତୀୟ ମହଲାର ଇଙ୍ଗିତରେ ଏସବୁ କହୁଛନ୍ତି । ସସ୍ମିତଙ୍କ ପ୍ରତିକ୍ରିୟାରେ ଏକ ପ୍ରତିଶତ ସତ୍ୟତା ନାହିଁ । କେହି ଆଲୋଚନା କରି ନାହାନ୍ତି, ସାକ୍ଷାତ କରିନାହାନ୍ତି । ହଠାତ ବିଜେଡି କାହିଁକି କଥା ଆଣିଲା, ଉତ୍ତର ସେ ହିଁ ଦେବ । ଏଭଳି ଟିପ୍ପଣୀ ଦେଇଛନ୍ତି ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ।
ସେ ଆହୁରି କହିଛନ୍ତି, ବିଜେଡି ଏକ ବାରୁଦ ଗଦାରେ ବସିଛି । ସାମାନ୍ୟ ନିଆଁ ଲାଗିଲେ ଦଳରେ ବିସ୍ପୋରଣ ହେବ, ଖଣ୍ଡ ବିଖଣ୍ଡିତ ହୋଇଯିବ । ତେଣୁ ଜ୍ୱର ବିକଳରେ ତାଟିଆ କାମୁଡ଼ା ଅଭ୍ୟାସ ଆରମ୍ଭ କରିଛି । ଦଳ, ମୁଖ୍ୟମନ୍ତ୍ରୀ, ସରକାର ଅସୁବିଧାରେ । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଖସୁଛି, ବର୍ଷକରେ ବାଇଶି ପ୍ରତିଶତ ଖସିଚି ଏବଂ ନିମ୍ନମୁଖୀ ହେବାରେ ଲାଗିଛି । ଦଳ ସତ୍ତା ହରାଇଲାଣି ଏବଂ ମୁଖ୍ୟମନ୍ତ୍ରୀ ଫିଜିକାଲି ଅନଫିଟ । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାକୁ ଆଧାର କରି ଦଳ ଚାଲିଥିଲା ଲୋକପ୍ରିୟତା ମଧ୍ୟ ଧୀରେ ଧୀରେ ଅକାମି, ଅକ୍ଷମ ହେଲାଣି । ସେଥିପାଇଁ ନୂଆ ମୁହଁ ଖୋଜିଖୋଜି ଜଣେ ସରକାରୀ ଅଧିକାରୀଙ୍କୁ ରାଜ୍ୟ ସାରା ବୁଲାଉଛନ୍ତି । ସରକାରୀ କର୍ମଚାରୀ ବିରୁଦ୍ଧରେ ଯିଏ କହିଲା, ଅନ୍ୟମାନଙ୍କ ମୁହଁରେ କୁହାଇକି ଆକ୍ରମଣ କରୁଛନ୍ତି ।
ଏହା ପରେ ପ୍ରଶାନ୍ତ କଣ କରିବେ ସେ ନେଇ ଆଲୋଚନା ହେବାରେ ଲାଗିଛି । ଆଗକୁ ରାଜ୍ୟରେ ନିର୍ବାଚନ ରହିଛି । ଏହା ପୂର୍ବରୁ ଶାସକ ଦଳରୁ ଟିକେଟ୍ ପାଇ 2019 ରେ ଚିଲିକା ବିଧାୟକ ହୋଇଥିବା ପ୍ରଶାନ୍ତ । ତା ଆଗରୁ ବେଗୁନିଆରୁ ବିଧାୟକ ଥିଲେ । 2019 ରେ ରଘୁ ସାହୁଙ୍କ ବଦଳରେ ଚିଲିକାରେ ପ୍ରଶାନ୍ତଙ୍କୁ ଟିକେଟ୍ ଦେଇଥିଲା ଦଳ ।
କିନ୍ତୁ ଏଥର ଆଗାମୀ ନିର୍ବାଚନରେ ପ୍ରଶାନ୍ତ ପୁଣି ବେଗୁନିଆରୁ ଲଢିବେ ନା ଚିଲିକାରୁ ପ୍ରାର୍ଥୀ ହେବେ ସେ ନେଇ ଚର୍ଚ୍ଚା ହେଉଛି । ଯେଉଁ ଆସନରୁ ଛିଡ଼ା ହେଲେ ବି ଶାସକ ଦଳ ତାଙ୍କୁ ଟିକେଟ୍ ନ ଦେବା ଏକ ପ୍ରକାର ଥୟ ବୋଲି ବିଜେଡ଼ି ସାଂସଦଙ୍କ ବୟାନରୁ ସ୍ପଷ୍ଟ ଅନୁମାନ କରାଯାଉଛି । ଏପରିକି ବିଜେପି ସହ ସମ୍ପର୍କରେ ନଥିବା ନେଇ ପୃଥ୍ୱୀରାଜ କହିବା ପରେ ପ୍ରଶାନ୍ତ ସ୍ୱାଧୀନ ପ୍ରାର୍ଥୀ ହେବେ କି ବୋଲି ପ୍ରଶ୍ନ ଉଠୁଛି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications