Get Updates
Get notified of breaking news, exclusive insights, and must-see stories!

ରାଜ୍ୟସଭାରେ ପାରିତ ହେଲା ଓବିସି ସଂରକ୍ଷଣ ବିଲ୍, ନିଜସ୍ୱ ଓବିସି ତାଲିକା ପ୍ରସ୍ତୁତ କରିବାର କ୍ଷମତା ପାଇବେ ରାଜ୍ୟ

ରାଜ୍ୟମାନଙ୍କୁ ଓବିସି ସଂରକ୍ଷଣ ତାଲିକା ପ୍ରସ୍ତୁତ କରିବାକୁ କ୍ଷମତା ପ୍ରଦାନ କରୁଥିବା 127 ତମ ସାମ୍ବିଧାନିକ ସଂଶୋଧନ ବିଲ୍ ରାଜ୍ୟସଭାରେ ପାରିତ ହୋଇଛି । ଏହାପୂର୍ବରୁ ଏହି ବିଲ୍ ଲୋକସଭାରେ ଅଣାଯାଇଥିଲା, ମଙ୍ଗଳବାର ଦିନ ଏହି ବିଲ୍ ପାରିତ ହୋଇଥିଲା ।

ନୂଆଦିଲ୍ଲୀ : ରାଜ୍ୟମାନଙ୍କୁ ଓବିସି ସଂରକ୍ଷଣ ତାଲିକା ପ୍ରସ୍ତୁତ କରିବାକୁ କ୍ଷମତା ପ୍ରଦାନ କରୁଥିବା 127 ତମ ସାମ୍ବିଧାନିକ ସଂଶୋଧନ ବିଲ୍ ରାଜ୍ୟସଭାରେ ପାରିତ ହୋଇଛି । ଏହାପୂର୍ବରୁ ଏହି ବିଲ୍ ଲୋକସଭାରେ ଅଣାଯାଇଥିଲା, ମଙ୍ଗଳବାର ଦିନ ଏହି ବିଲ୍ ପାରିତ ହୋଇଥିଲା । ଲୋକସଭାରେ ଏହି ବିଲ୍କୁ ସମଗ୍ର ବିରୋଧୀ ସମର୍ଥନ କରିଥିଲେ ଏବଂ ଏହି ବିଲ୍ ରାଜ୍ୟସଭାରେ ମଧ୍ୟ ସମର୍ଥନ କରାଯାଇଥିଲା । ନିଜସ୍ୱ ଓବିସି ତାଲିକା ପ୍ରସ୍ତୁତ କରିବାକୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଶକ୍ତି ଫେରାଇ ଆଣିବା ପାଇଁ ଏହି ବିଲ୍ ଅଣାଯାଇଥିଲା ।

rajya sabha

ସମ୍ବିଧାନ (127 ତମ ସଂଶୋଧନ) ବିଲ୍, 2021 ଅନୁଯାୟୀ ରାଜ୍ୟ ଗୁଡିକରେ ଅନ୍ୟ ପଛୁଆ ବର୍ଗ (ଓବିସି) ଜାତି ଚିହ୍ନଟ ଏବଂ ତାଲିକାଭୁକ୍ତ କରିବାର ଅଧିକାରକୁ ପୁନଃ ସ୍ଥାପିତ କରେ, ଏହା ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମତି ପାଇଁ ପଠାଯିବ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ରାଜ୍ୟମାନେ ନିଜେ ଓବିସି ଜାତିର ତାଲିକା ପ୍ରସ୍ତୁତ କରିବାକୁ ସକ୍ଷମ ହେବେ । ଏଥିପାଇଁ ରାଜ୍ୟଗୁଡିକ କେନ୍ଦ୍ର ଉପରେ ନିର୍ଭର କରିବାକୁ ପଡିବ ନାହିଁ ।

ନିକଟରେ ମହାରାଷ୍ଟ୍ର ସରକାର ଦେଇଥିବା ମରାଠା କୋଟାକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିବା ପରେ କେନ୍ଦ୍ର ସରକାର ଏହି ବିଲ୍ ଆଣିଛନ୍ତି । ଏହା ମହାରାଷ୍ଟ୍ରରେ ମରାଠା ସଂରକ୍ଷଣର ରାସ୍ତାକୁ ସହଜ କରିବ । ରାଜ୍ୟସଭାରେ ଶାନ୍ତିପୂର୍ଣ୍ଣ ଭାବେ ଏହି ବିଲ୍ ଉପରେ ଆଲୋଚନା କରାଯାଇଥିଲା ଏବଂ ବିରୋଧୀ ସଦସ୍ୟମାନେ ମଧ୍ୟ ଏହାକୁ ସମର୍ଥନ କରିଥିଲେ ।

କଂଗ୍ରେସ ଦଳ ଲୋକସଭାରେ ଓବିସି ସଂରକ୍ଷଣ ବିଲ୍କୁ ସମର୍ଥନ କରିଥିଲା । କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ କହିଛନ୍ତି ଯେ ଆମେ ଏହି ବିଲ୍କୁ ସମର୍ଥନ କରୁଛୁ । ଆମେ ଦାବି କରୁଛୁ ଯେ 50 ପ୍ରତିଶତ ସୀମା ହଟାଇବା ଉପରେ ମଧ୍ୟ ବିଚାର କରାଯିବା ଉଚିତ୍ । କଂଗ୍ରେସ କହିଛି ଯେ ଏହି ସୀମା ହଟାଯିବା ପରେ ହିଁ ମରାଠା ସମ୍ପ୍ରଦାୟ ଏବଂ ଅନ୍ୟ ରାଜ୍ୟର ଲୋକମାନେ ଏହାର ଲାଭ ପାଇପାରିବେ । ବିଲ୍ ଉପରେ ଆଲୋଚନା ବେଳେ କଂଗ୍ରେସ କହିଛି ଯେ ଏକ ପୁରୁଣା ଭୁଲକୁ ସଂଶୋଧନ କରାଯାଇଛି । କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂହଭି କହିଛନ୍ତି, ବିଳମ୍ବରେ ହେଲେ ମଧ୍ୟ ଭଲ ହୋଇଛି । 2018 ରେ ଏକ ସଂଶୋଧନ ଆଣି କେନ୍ଦ୍ର ଦେଶର ପ୍ରତ୍ୟେକ ରାଜ୍ୟର ଅଧିକାରକୁ ରଦ୍ଦ କରିଥିଲେ, ସମାନ ଭୁଲକୁ ବର୍ତ୍ତମାନ ସରକାର ସଂଶୋଧନ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+