କେଜ୍ରିୱାଲ ନୁହେଁ ଲୋକମାନେ ବାଛିବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚେହେରା, ମୋବାଇଲ ନମ୍ବର ଜାରି କଲା AAP

ଏକ ମୋବାଇଲ ନମ୍ବର ଜାରି କରି ଦଳ ପକ୍ଷରୁ କୁହାଯାଇଛି ଯେ ଜନସାଧାରଣ କଲ୍ କରିପାରିବେ, ଏସ୍ଏମ୍ଏସ୍ କିମ୍ବା ହ୍ୱାଟସ୍ ଆପ୍ ବାର୍ତ୍ତା ଦେଇ ସେମାନଙ୍କର ମୁଖ୍ୟମନ୍ତ୍ରୀ କିଏ ହେବା ଉଚିତ୍ ତାହା ଜଣାଇପାରିବେ ।

ଚଣ୍ଡିଗଡ଼ : ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ସେ ନେଇ ଲାଗି ରହିଥିବା ଦ୍ୱନ୍ଦ ମଧ୍ୟରେ ଦଳ ଆଜି ଏକ ଅଭିନବ ଘୋଷଣା କରିଛି । ବର୍ତ୍ତମାନ ଦଳର ହାଇକମାଣ୍ଡ ନୁହେ ବରଂ ଲୋକମାନେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚେହେରା ସ୍ଥିର କରିବେ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି ।

ଏକ ମୋବାଇଲ ନମ୍ବର ଜାରି କରି ଦଳ ପକ୍ଷରୁ କୁହାଯାଇଛି ଯେ ଜନସାଧାରଣ କଲ୍ କରିପାରିବେ, ଏସ୍ଏମ୍ଏସ୍ କିମ୍ବା ହ୍ୱାଟସ୍ ଆପ୍ ବାର୍ତ୍ତା ଦେଇ ସେମାନଙ୍କର ମୁଖ୍ୟମନ୍ତ୍ରୀ କିଏ ହେବା ଉଚିତ୍ ତାହା ଜଣାଇପାରିବେ । ଏହି ନମ୍ବର ଉପରେ ଆପଣଙ୍କର ମତାମତ 17 ଜାନୁୟାରୀ 5 ଟା ପର୍ଯ୍ୟନ୍ତ ଦେଇପାରିବେ । ଏହା ପରେ ଦଳ ତଥ୍ୟ ସଂଗ୍ରହ କରିବ ଏବଂ ସେହି ଆଧାରରେ ସିଏମ୍ ଚେହେରା ଘୋଷଣା କରାଯିବ ବୋଲି ଆମ୍ ଆଦମୀ ପାର୍ଟି ଘୋଷଣା କରିଛି ।

AAP

ଏହି ନମ୍ବର ଜାରି କରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ 'ପଞ୍ଜାବର CM ପ୍ରାର୍ଥୀ ଚୟନ କରିବାର ଦାୟିତ୍ୱ ଆମେ ପଞ୍ଜାବର 3 କୋଟି ଲୋକଙ୍କ ଉପରେ ଛାଡିଛୁ । ଲୋକମାନେ ଜାନୁଆରୀ 17 ଅପରାହ୍ନ 5 ଟା ପର୍ଯ୍ୟନ୍ତ ସେମାନଙ୍କର ପସନ୍ଦ ଜଣାଇପାରିବେ । ପ୍ରଥମ ଥର ପାଇଁ ଏହି ଉପାୟରେ CM ଚେହେରା ଚୟନ କରାଯାଉଛି |'

ଦଳ ପକ୍ଷରୁ 70748 70748 ମୋବାଇଲ ନମ୍ବର ଜାରି କରାଯାଇଛି । ସିଏମ ପ୍ରାର୍ଥୀ ଚେହେରା ଚୟନ ଦାୟିତ୍ୱ ଲୋକମାନଙ୍କ ହାତରେ ଦେବା କୌଶଳ ଅରବିନ୍ଦ କେଜ୍ରିୱାଲଙ୍କୁ ଏହି ନିର୍ବାଚନରେ ଏକ ବଡ଼ ଫାଇଦା ଦେଇପାରେ ବୋଲି କୁହାଯାଉଛି ।

ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଭଗୱନ୍ତ ମାନଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରିବା ପାଇଁ ଦଳରେ ସହମତି ଥିଲା, କିନ୍ତୁ ଭଗୱନ୍ତ ମାନ କହିଛନ୍ତି ଯେ ଯଦି ଜନସାଧାରଣଙ୍କୁ ଏ ବିଷୟରେ ପଚରାଯାଏ ତେବେ ଏହା ଭଲ ହେବ । ଏହା ପରେ ଆମେ ଜନସାଧାରଣଙ୍କ ସହିତ ପରାମର୍ଶ କରିବାକୁ ସ୍ଥିର କଲୁ । ଭଗୱନ୍ତ ମାନ କହିଛନ୍ତି ଯେ ଲୋକଙ୍କ ଉପରେ CM ର ଚାପ ରହେ, କିନ୍ତୁ ଏଥର ଏହା ହେବା ଉଚିତ ନୁହେଁ ।

ଆପଣଙ୍କୁ କହି ରଖୁଛୁ ଆମ୍ ଆଦମୀ ପାର୍ଟି ଏପରି ନିଷ୍ପତ୍ତି ନେଇଛି ଯେଉଁ ସମୟରେ ପଞ୍ଜାବରେ ଅନ୍ୟ ଦଳ ସେମାନଙ୍କର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିବାରେ ମଧ୍ୟ ନିୟୋଜିତ ଅଛନ୍ତି । କଂଗ୍ରେସ-ବିଜେପିର ଏପର୍ଯ୍ୟନ୍ତ କୌଣସି ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରାଯାଇନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+