Get Updates
Get notified of breaking news, exclusive insights, and must-see stories!

ମମତାଙ୍କ ପାଖେ ଅଛି ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାର କ୍ଷମତା- ନୋବେଲ ପୁରସ୍କାର ବିଜେତା

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଖରେ ଭାରତର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାର କ୍ଷମତା ଅଛି । ଏପରି କହିଛନ୍ତି ନୋବେଲ ବିଜେତା ଅମର୍ତ୍ତ୍ୟ ସେନ ।

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଖରେ ଭାରତର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାର କ୍ଷମତା ଅଛି । ଏପରି କହିଛନ୍ତି ନୋବେଲ ବିଜେତା ଅମର୍ତ୍ତ୍ୟ ସେନ । ନୋବେଲ ବିଜେତା କହିଛନ୍ତି ଯଦି 2024 ଲୋକସଭା ନିର୍ବାଚନରେ ଶାସକ ବିଜେପିକୁ ହରାଇବାରେ ଅଛି, ତେବେ ବିରୋଧୀ ଦଳ ମମତା ବାନାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ଆଗକୁ ଆଣିପାରିବେ ।

mamata banerjee

ସେନ୍ କହିଛନ୍ତି ଯେ ମମତା ବାନାର୍ଜୀଙ୍କ ନିକଟରେ ପ୍ରଧାନମନ୍ତ୍ରୀ ହେବାର ସାମର୍ଥ୍ୟ ରହିଛି । ସେ କହିଛନ୍ତି ଯେ ମମତାଙ୍କ ଆଞ୍ଚଳିକ ଦଳ ଭିତରେ କନ୍ଦଳକୁ ଶେଷ କରିବା ସହ ନେତୃତ୍ୱ ନେବାର କ୍ଷମତା ଅଛି । ଏଥି ସହିତ ଅର୍ଥନୀତିଜ୍ଞ ସେନ୍ ମଧ୍ୟ ବିଜେପିକୁ ଟାର୍ଗେଟ୍ କରିଛନ୍ତି । ଭାରତର ଦୃଷ୍ଟିକୋଣକୁ ହ୍ରାସ କରୁଥିବା ନେଇ ସେ ବିଜେପି ଉପରେ ଅଭିଯୋଗ କରିଛନ୍ତି ।

ବିଜେପି କେବଳ ହିନ୍ଦୁ ଭାରତ ଏବଂ ହିନ୍ଦୀ ଭାଷାଭାଷୀ ଭାରତ ରୂପରେ ସଂକୀର୍ଣ୍ଣ କରିଛି ବୋଲି କହିଛନ୍ତି ଅମର୍ତ୍ତ୍ୟ ସେନ୍ । ଏହା ସତ୍ତ୍ୱେ ଯଦି ଆଜି ଦେଶରେ ବିଜେପିକ କୌଣସି ବିକଳ୍ପ ନାହିଁ, ତେବେ ଏହା ଦୁଃଖର ବିଷୟ । ଏଥିସହିତ ସେନ୍ ଏହା ମଧ୍ୟ କହିଛନ୍ତି ଯେ ଯଦି ପୁରୁଣା ଦଳ ଶକ୍ତିଶାଳୀ ଦେଖାଯାଉଛନ୍ତି, କିନ୍ତୁ ସେମାନଙ୍କର ମଧ୍ୟ କିଛି ଅନେକ ଦୁର୍ବଳତା ରହିଛି । ଏହି ଦୁର୍ବଳତାକୁ ଆଞ୍ଚଳିକ ଦଳଗୁଡିକ ବ୍ୟବହାର କରିପାରନ୍ତି ।

ନୋବେଲ ପୁରସ୍କାର ବିଜେତା ସେନ୍ କହିଛନ୍ତି ଯେ ଡିଏମକେ ବ୍ୟତୀତ ବାନାର୍ଜୀଙ୍କ ଟିଏମସି ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଯଦିଓ, ସମାଜବାଦି ପାର୍ଟିର କିଛି ଷ୍ଟାଣ୍ଡ ଅଛି କିନ୍ତୁ ଏହାକୁ ବୃଦ୍ଧି କରାଯାଇପାରିବ କି ନାହିଁ, ମୁଁ ଜାଣେ ନାହିଁ । କଂଗ୍ରେସ ଦୁର୍ବଳ ବୋଲି ମଧ୍ୟ ସେ କହିଛନ୍ତି । କିନ୍ତୁ ସବୁଠାରୁ ପୁରାତନ ଦଳ କଂଗ୍ରେସ ହିଁ ସମଗ୍ର ଦେଶବାସୀଙ୍କୁ ଏହି ଦର୍ଶନ ଦେଖାଇପାରିବ ।

ଆପଣଙ୍କୁ କହି ରଖୁଛୁ ମମତା ବାନାର୍ଜୀଙ୍କୁ ନେଇ ଏପରି ବିବୃତ୍ତି ଏଭଳି ଏକ ସମୟରେ ଆସିଛି ଯେତେବେଳେ ଲୋକସଭା ନିର୍ବାଚନକୁ 15 ମାସରୁ କମ୍ ସମୟ ବାକି ଅଛି । ଆସନ୍ତା ନିର୍ବାଚନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତୃତୀୟ ଥର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଏହା ବ୍ୟତୀତ ଚଶଳିତ ବର୍ଷ ବିଜେପି ଶାସିତ କର୍ଣ୍ଣାଟକ ଏବଂ ମଧ୍ୟପ୍ରଦେଶ ଏବଂ କଂଗ୍ରେସ ଶାସିତ ଛତିଶଗଡ ଏବଂ ରାଜସ୍ଥାନ ସମେତ ନଅଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ । କିନ୍ତୁ 2024 ଲୋକସଭାରେ ବିଜେପିକୁ ମାତ୍ ଦେବା ପାଇଁ ବିରୋଧୀ ଏପର୍ଯ୍ୟନ୍ତ ଏକ ମିଳିତମଞ୍ଚ ଗଠନ କରିବାରେ ସକ୍ଷମ ହୋଇନାହାଁନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+