ସଦସ୍ୟତା ପଦ ଯିବା ପରେ ସରକାରୀ ବଙ୍ଗଳା ଖାଲି କରିବାକୁ ରାହୁଲଙ୍କୁ ନୋଟିସ୍

ନୂଆଦିଲ୍ଲୀ : ଲୋକସଭାରୁ ଅଯୋଗ୍ୟ ଘୋଷିତ ହେବା ପରେ କଂଗ୍ରେସର ପୂର୍ବତନ ସାଂସଦ ରାହୁଲ ଗାନ୍ଧୀଙ୍କୁ ମିଳିଥିବା ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍ ମିଳିଛି । ଲୋକସଭା ଗୃହ କମିଟି ସରକାର ଦେଇଥିବା ବଙ୍ଗଳା ଖାଲି କରିବାକୁ ନୋଟିସ ଜାରି କରିଛି ।
ରାହୁଲ ଗାନ୍ଧୀଙ୍କୁ ଗୁଜୁରାଟ କୋର୍ଟ ଏକ ଅପରାଧିକ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ମାମଲାରେ ସୁରଟର ସିଜେଏମ୍ କୋର୍ଟ ରାହୁଲଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ପରଦିନ ଲୋକସଭା ସଚିବାଳୟରୁ ରାହୁଲଙ୍କ ଅଯୋଗ୍ୟତା ନୋଟିସ ଜାରି କରାଯାଇଥିଲା ।
ସୁରଟ କୋର୍ଟର ରାୟ ପରେ ରାହୁଲଙ୍କ ନିକଟରେ ସେସନ କୋର୍ଟ, ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଅପିଲ କରିବାର ସୁଯୋଗ ରହିଛି ।












Click it and Unblock the Notifications