ଆସନ୍ତାକାଲି ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଘରେ ଅଣ କଂଗ୍ରେସ ବିରୋଧୀ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ
ଏନସିପି ମୁଖ୍ୟ ଶରଦ ପାୱାରଙ୍କ ନୂଆ ଦିଲ୍ଲୀସ୍ଥିତ ବାସଭବନରେ ମଙ୍ଗଳବାର ଦିନ ଅଣ କଂଗ୍ରେସ ବିରୋଧୀ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ।
ନୂଆଦିଲ୍ଲୀ : ଏନସିପି ମୁଖ୍ୟ ଶରଦ ପାୱାରଙ୍କ ନୂଆ ଦିଲ୍ଲୀସ୍ଥିତ ବାସଭବନରେ ମଙ୍ଗଳବାର ଦିନ ଅଣ କଂଗ୍ରେସ ବିରୋଧୀ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଶରଦ ପାୱାର ଏବଂ ଯଶବନ୍ତ ସିହ୍ନାଙ୍କ ବ୍ୟତୀତ ବିରୋଧୀ ଦଳର କିଛି ନେତା ଏହି ସଭାରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ନେତା ଯଶବନ୍ତ ସିହ୍ନାଙ୍କ ଏକ ଫୋରମ୍ 'ରାଷ୍ଟ୍ର ମଞ୍ଚ' ଅଧୀନରେ ଏହି ବୈଠକ ଡକାଯାଇଛି । ଆସନ୍ତାକାଲି ରାତି 4 ଟାରେ ଶରଦ ପାୱାରଙ୍କ ଘରେ ଏହି ବୈଠକ ଅନୁଷ୍ଠିତ ହେବ । ଏଥିପାଇଁ 15 ଟି ରାଜନୈତିକ ଦଳକୁ ନିମନ୍ତ୍ରଣ ପଠାଯାଇଛି । ଏଥିରେ 15-20 ବିରୋଧୀଦଳର ନେତା ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି । ଏହି ବୈଠକରେ ସାମ୍ପ୍ରତିକ ଅର୍ଥନୈତିକ ଏବଂ ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା କରାଯାଇପାରେ ବୋଲି ଆଲୋଚନା ହେଉଛି ।
ଏହା ବ୍ୟତୀତ ଏହି ବୈଠକରେ କଂଗ୍ରେସ ନେତାମାନେ ଯୋଗଦେବେ ନାହିଁ । କୁହାଯାଉଛି ଯେ ଏହି ବୈଠକରେ ତୃତୀୟ ମେଣ୍ଟର ରୂପରେଖ ବାବଦରେ ଆଲୋଚନା ହୋଇପାରେ । ତେଣୁ କଂଗ୍ରେସ ନେତାମାନେ ଏଥିରୁ ନିଜକୁ ଦୂରେଇ ରଖିଛନ୍ତି ।
ଏହାପୂର୍ବରୁ ଆଜି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଶରଦ ପାୱାରଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ଦୁଇ ସପ୍ତାହ ମଧ୍ୟରେ ପ୍ରଶାନ୍ତ ପାୱାରଙ୍କ ସହ ଏହା ହେଉଛି ଦ୍ୱିତୀୟ ସାକ୍ଷାତ । ଏହାପୂର୍ବରୁ ଜୁନ୍ 12 ରେ ପ୍ରଶାନ୍ତ କିଶୋର ଏବଂ ଶରଦ ପାୱାରଙ୍କ ମଧ୍ୟରେ ପ୍ରାୟ 3 ଘଣ୍ଟା ଧରି ଏକ ବୈଠକ ହୋଇଥିଲା । ବୈଠକର ଗୋଟିଏ ଦିନ ପରେ ମହାରାଷ୍ଟ୍ର ସରକାରଙ୍କ ଏନସିପି ନେତା ତଥା ମନ୍ତ୍ରୀ ନବାବ ମଲିକ କହିଥିଲେ ଯେ 2024 ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ଦୃଢ ଆଭିମୁଖ୍ୟ ଗ୍ରହଣ କରୁଥିବା ଦଳର 'ମହା ଗଠବନ୍ଧନ'ର ଆବଶ୍ୟକତା ରହିଛି ।
2018 ମସିହାରେ, ଯଶୱନ୍ତ ସିହ୍ନା ଦେଶର ଅର୍ଥନୈତିକ, ରାଜନୈତିକ ଏବଂ ସାମାଜିକ ପରିସ୍ଥିତି ବିଷୟରେ ଆଲୋଚନା କରିବା ପାଇଁ ରାଷ୍ଟ୍ର ମଞ୍ଚର ଆରମ୍ଭ କରିଥିଲେ । ବିରୋଧୀ ଦଳର ବିଭିନ୍ନ ନେତାଙ୍କ ବ୍ୟତୀତ ଅଣ ରାଜନୈତିକ ବ୍ୟକ୍ତି ମଧ୍ୟ ଏଥିରେ ସାମିଲ ଅଛନ୍ତି । ରାଷ୍ଟ୍ର ମଞ୍ଚର ଉଦ୍ଦେଶ୍ୟ ହେଉଛି କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବା । ଏହାର ପୂର୍ବ ବୈଠକରେ ତୃଣମୂଳ କଂଗ୍ରେସ ସଦସ୍ୟ ଦୀନେଶ ତ୍ରିବେଦୀ (ବର୍ତ୍ତମାନ ବିଜେପିରେ ଯୋଗ ଦେଇଛନ୍ତି), କଂଗ୍ରେସ ସାଂସଦ ରେଣୁକା ଚୌଧୁରୀ, ସାଂସଦ ମାଜିଦ୍ ମେମନ୍, ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ, ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁରେଶ ମେହେଟ୍ଟା ପ୍ରମୁଖ ସାମିଲ ଥିଲେ ।












Click it and Unblock the Notifications