ବଦଳି ଗଲା କି ପ୍ଲାନ୍ ? ହେବ ନାହିଁ ଆଗୁଆ ନିର୍ବାଚନ !
ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ସେପ୍ଚେମ୍ବରରେ ହେବାକୁ ଥିବା ମୌସୁମୀ ଅଧିବେଶନରେ ବିଧାନସଭା ଭାଙ୍ଗିବା ଓ ରାଜ୍ୟରେ ଆଗୁଆ ନିର୍ବାଚନକୁ ନେଇ ଆଲୋଚନା ହେଉଥିଲା । ମୌସୁମୀ ଅଧିବେଶନରେ ବିଳମ୍ବ ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଥିଲା ।

ଏପରିକି ଏ ନେଇ ରାଜନୈତିକ ଦଳମାନେ ମଧ୍ୟ ବୟାନବାଜି କରୁଥିଲେ । ବିରୋଧୀ ଏହାକୁ ସମାଲୋଚନା କରିବା ସହ ଆଗୁଆ ନିର୍ବାଚନ ପାଇଁ ସରକାର ମୌସୁମୀ ଅଧିବେଶନରେ ବିଳମ୍ବ କରୁଛନ୍ତି ବୋଲି ଅଭିଯୋଗ ଆଣିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ଏହା ସହ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଏହି ଚର୍ଚ୍ଚାକୁ ନେଇ ସରକାର ଉପରେ ବର୍ଷିଥିଲେ ।
କିନ୍ତୁ ଗତକାଲି ନବାନ ନିବାସରେ ହୋଇଥିବା ବିଜେଡ଼ିର ବୈଠକ ପରେ ଏ ଥିରେ ନୂଆ ମୌଡ଼ ଆସିଛି । ରାଜ୍ୟରେ ଆଗୁଆ ନିର୍ବାଚନ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ସୂଚନା ମିଳୁଛି । ବିଜେଡ଼ି ଆଗୁା ନିର୍ବାଚନ ପାଇଁ ପ୍ରସ୍ତୁତି କରୁନାହିଁ ବୋଲି ମଧ୍ୟ କୁହାଯାଉଛି ।
କିନ୍ତୁ ଯଦି କେନ୍ଦ୍ର ସରକାର ଆଗୁଆ ନିର୍ବାଚନ କରିବେ, ତେବେ ବିଜେଡି ମଧ୍ୟ ସେହି ସମୟରେ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ । ଏହି କଥା ରାଜ୍ୟରେ ଆଗୁଆ ନିର୍ବାଚନ ହେବ ନାହିଁ ବୋଲି ସଙ୍କେତ ଦେଉଛି ।
କିଛି ଦିନ ତଳେ ଅଚାନକ ଗସ୍ତରେ ଆସିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହା ପରେ ରାଜ୍ୟରେ ଆଗୁଆ ନିର୍ବାଚନ ଉପରେ ଆଲୋଚନା ଆରମ୍ଭ ହୋଇଥିଲା । ଏପରିକି ସମସ୍ତ ଦଳ ନିଜ ନିଜର ସଙ୍ଗଠନ ମଜବୁତ କରୁଥିବା ମଧ୍ୟ ସ୍ପଷ୍ଟ ଜଣାପଡ଼ୁଥିଲା । କିନ୍ତୁ ପରେ ଚର୍ଚ୍ଚା ହେଲା ରାଜ୍ୟରେ ଆଗୁଆ ନିର୍ବାଚନ ପାଇଁ କେନ୍ଦ୍ର ପ୍ରସ୍ତୁତ ନୁହେଁ । ଦିଲ୍ଲୀ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା ।
ସଂସଦରେ ଅନାସ୍ଥା ପ୍ରସ୍ତାବ ବିରୋଧରେ ବିଜେଡିର ସମର୍ଥନ ପରେ ରାଜ୍ୟର ଦାବି କେନ୍ଦ୍ର ମାନିନେବ ବୋଲି କୁହାଯାଉଥିଲା । ରାଜ୍ୟରେ ଆଗୁଆ ନିର୍ବାଚନ ହୋଇଥିଲେ ଅନ୍ୟ 5 ରାଜ୍ୟ ସହ ଡିସେମ୍ବରରେ ନିର୍ବାଚନକୁ ଓହ୍ଲାଇଥାନ୍ତା ଓଡିଶା । ପରେ ଲୋକସଭା ନିର୍ବାଚନ ହୋଇଥିଲେ ସୁବିଧାଜନକ ସ୍ଥିତିରେ ରହିଥାନ୍ତା ବିଜେଡି ।
କିନ୍ତୁ ହଠାତ୍ କେନ୍ଦ୍ରର ସରକାରଙ୍କ ଆଭିମୁଖ୍ୟ ବଦଳିଯାଇଛି । ଗୋଟିଏ ଦେଶ ଗୋଟିଏ ନିର୍ବାଚନ ନେଇ ମୋଦୀ ସରକାର ଚର୍ଚ୍ଚା ବଢାଇବା ପରେ ରାଜ୍ୟରେ ଆଗୁଆ ନିର୍ବାଚନକୁ ନେଇ ପ୍ରଶ୍ନ ଉଠିଛି ।
-
ଆମେରିକା ଏବଂ ଇରାନ ବିବାଦ ;ଟ୍ରମ୍ପଙ୍କୁ ଧୋକା ଦେଲେ ଏହି ଦେଶ -
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
କଟକ SCB ଅଗ୍ନିକାଣ୍ଡ ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି,ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
କ୍ରସ୍ ଭୋଟିଂକୁ ନେଇ ପିସିସି ସଭାପତିଙ୍କ ବିସ୍ଫୋରକ ବୟାନ -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ନିର୍ବାଚନ ପୂର୍ବରୁ ମମତାଙ୍କୁ ଝଟକା, ଆକ୍ସନ ମୁଡକୁ ଆସିଲେ ନିର୍ବାଚନ କମିଶନ












Click it and Unblock the Notifications