Get Updates
Get notified of breaking news, exclusive insights, and must-see stories!

ଚୀନ୍ ସୀମା ବିବାଦ: ବିଜେପି ସରକାରରେ ଏକ ଇଞ୍ଚ ଜମି କେହି ଦଖଲ କରିପାରିବେ ନାହିଁ - ଅମିତ ଶାହା

ଅମିତ ଶାହା କହିଛନ୍ତି ଯେ ବର୍ତ୍ତମାନ ସମୟରେ ବିଜେପି ସରକାର ଅଛି । ଯେପର୍ଯ୍ୟନ୍ତ ଆମ ସରକାର ଅଛି ସେ ପର୍ଯ୍ୟନ୍ତ କେହି ମଧ୍ୟ ଏକ ଇଞ୍ଚ ଜମି ମଧ୍ୟ ଦଖଲ କରିପାରିବେ ନାହିଁ ।

ନୂଆଦିଲ୍ଲୀ: ସୀମାରେ ପୁଣି ଦେଖିବାକୁ ମିଳିଛି ଚୀନ୍ ସେନାର ଦାଦାଗିରି । ଡିସେମ୍ବର 9 ରେ ଅରୁଣାଚଳ ପ୍ରଦେଶର ତାୱାଙ୍ଗ ସୀମାରେ ଚୀନ୍ ସେନା ଅନୁପ୍ରବେଶ କରିବାକୁ ଉଦ୍ୟମ କରିଛି । ଡ୍ରାଗନ୍ ସେନାର ଏହି ଅନୁପ୍ରବେଶକୁ ସାହାସର ସହ ପ୍ରତିବାଦ କରି ବିଫଳ କରିଛି ଭାରତୀୟ ସେନା ।

ତାୱାଙ୍ଗରେ ହୋଇଥିବା ଏହି ସଂଘର୍ଷ ପ୍ରସଙ୍ଗ ଆଜି ଲୋକସଭାର ଶୀତକାଳୀନ ଅଧିବେଶନରେ ବିରୋଧୀ ଏହାକୁ ନେଇ ସରକାରଙ୍କ ଠାରୁ ଜବବା ମାଗିଛନ୍ତି । ଏହି ପ୍ରସଙ୍ଗରେ ବିରୋଧୀ ଗୃହରେ ହଙ୍ଗାମା କରିବା ସହ ପ୍ରଶ୍ନକାଳ ଜାରି ରଖିବାକୁ ଦେଇନଥିଲେ । ଏଥି ସହ ତାୱାଙ୍ଗରେ ଚୀନ୍ ଏବଂ ଭାରତ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା ନିଜର ପ୍ରତିକ୍ରିୟା ଦେଇଛନ୍ତି ।

amit shah

ଅମିତ ଶାହା କହିଛନ୍ତି ଯେ ବର୍ତ୍ତମାନ ସମୟରେ ବିଜେପି ସରକାର ଅଛି । ଯେପର୍ଯ୍ୟନ୍ତ ଆମ ସରକାର ଅଛି ସେ ପର୍ଯ୍ୟନ୍ତ କେହି ମଧ୍ୟ ଏକ ଇଞ୍ଚ ଜମି ମଧ୍ୟ ଦଖଲ କରିପାରିବେ ନାହିଁ । କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, 8-9 ଡିସେମ୍ବର ମଧ୍ୟରେ ରାତିରେ ଅରୁଣାଚଳ ପ୍ରଦେଶରେ ଆମର ଭାରତୀୟ ସେନା ସୈନିକମାନଙ୍କ ଦ୍ୱାରା ଦେଖାଯାଇଥିବା ସାହସିକତାକୁ ମୁଁ ସଲାମ କରୁଛି ।

ଅମିତ ଶାହା କହିଛନ୍ତି ଯେ ବିରୋଧୀଦଳ ଆଜି ଲୋକସଭାରେ ପ୍ରଶ୍ନକାଳ ଚାଲିବାକୁ ଦେଇନାହାଁନ୍ତି । ମୁଁ ତାଙ୍କର ଏହି କାର୍ଯ୍ୟକୁ ନିନ୍ଦା କରୁଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି ଯେ ପ୍ରତିରକ୍ଷା ମନ୍ତ୍ରୀ ସଂସଦରେ ଏ ବିଷୟରେ ବିବୃତ୍ତି ଦେବେ ।
ଶାହା କହିଛନ୍ତି, ମୁଁ ପ୍ରଶ୍ନକାଳ ତାଲିକା ଦେଖିଲି ଏବଂ ପ୍ରଶ୍ନ ନମ୍ବର 5 ଦେଖିବା ପରେ ମୁଁ କଂଗ୍ରେସର ଚିନ୍ତା ବିଷୟରେ ବୁଝିଗଲି । ରାଜୀବ ଗାନ୍ଧୀ ଫାଉଣ୍ଡେସନ (ଆରଜିଏଫ) ର ବୈଦେଶିକ ଯୋଗଦାନ ନିୟମାବଳୀ ଅଧିନିୟମ (FCRA) ଲାଇସେନ୍ସ ବାତିଲ ବିଷୟରେ ପ୍ରଶ୍ନ ଉଠିଥିଲା । ସେ କହିଛନ୍ତି ଯେ ଯଦି ଅନୁମତି ମିଳେ ମୁଁ ଜବାବ ରଖିବି ଯେ, ରାଜୀବ ଗାନ୍ଧୀ ଫାଉଣ୍ଡେସନ 2005-2007 ମସିହାରେ ଚୀନ୍ ଦୂତାବାସରୁ 1.35 କୋଟି ଟଙ୍କା ଅନୁଦାନ ପାଇଥିଲା, ଯାହା ଏଫସିଆର ଅନୁଯାୟୀ ଯଥାର୍ଥ ନୁହେଁ । ତେଣୁ ନିୟମ ଅନୁଯାୟୀ ଗୃହ ମନ୍ତ୍ରଣାଳୟ ଏହାର ପଞ୍ଜୀକରଣକୁ ବାତିଲ କରିଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+