Election 2024: ‘ମେଣ୍ଟ ନେଇ ନାହିଁ ଦ୍ୱନ୍ଦ, କେନ୍ଦ୍ର ନେବ ଚୂଡ଼ାନ୍ତ ନିଷ୍ପତ୍ତି', ଏମିତି କାହିଁକି କହିଲେ ଜୁଏଲ
Election 2024: ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ହେଲେ ରାଜ୍ୟରେ ଗତ କିଛି ଦିନ ହେବ ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ହେବା ନେଇ ଲାଗି ରହିଥିବା ଚର୍ଚ୍ଚା ଥମିବାର ନାଁ ଧରୁନି । ଏପରିକି ଏହାକୁ ନେଇ ଉଭୟ ପକ୍ଷରୁ କୌଣସି ସ୍ପଷ୍ଚୀକରଣ ମଧ୍ୟ ମିଳିପାରୁନାହିଁ ।

ରାଜ୍ୟ ବିଜେପି ସଭାପତି ବାରମ୍ବାର ମେଣ୍ଟ ନେଇ ଆଲୋଚନାକୁ ଖଣ୍ଡନ କରିବା ସହ ବିଦେପି ଏକାକୀ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଥିବା କହୁଥିବା ବେଳେ ଦଳର ଅନ୍ୟ ନେତାଙ୍କ ବୟାନ ମେଣ୍ଟ ଚର୍ଚ୍ଚାକୁ ପୁଣି କୋରାକ୍ ଯୋଗାଉଛି । ଏଥି ମଧ୍ୟରେ ବରିଷ୍ଠ ବିଜେପି ନେତା ଜୁଏଲ ଓରାମ ଆଜି ଆଉ ଏକ ବୟାନ ଦେଇଛନ୍ତି । "ମେଣ୍ଟକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ । ପ୍ରାର୍ଥୀ ତାଲିକା ସଟ୍ ଲିଷ୍ଟ କରାଯାଇ କେନ୍ଦ୍ରକୁ ପଠା ଯାଇଛି । କେନ୍ଦ୍ର ଯାହା ନିଷ୍ପତ୍ତି କେନ୍ଦ୍ର ନେବ ତାକୁ ପାଳନ କରାଯିବ ।" ବୋଲି କହିଛନ୍ତି ଜୁଏଲ ଓରାମ ।
ଅପରପକ୍ଷରେ ଗତକାଲି ରାଜ୍ୟ ବିଜେପିର କୋର୍ କମିଟି ଓ ନିର୍ବାଚନ କମିଟି ବୈଠକ ପରେ ଆଜି ଦିଲ୍ଲୀ ଯାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ନିର୍ବାଚନ କମିଟି ବୈଠକରେ ପ୍ରସ୍ତୁତ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଧରି ମନମୋହନ ସାମଲ ଦିଲ୍ଲୀ ଯାଇଥିବା ସୂଚନା ମିଳିଛି । ଏହି ତାଲିକାରୁ ପୁଣି ସଟ୍ ଲିଷ୍ଟ କରାଯିବା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହେବ ।
ଇତି ମଧ୍ୟରେ ବିଜେପି-ବିଜେଡି ମେଣ୍ଟକୁ ନେଇ ସସ୍ପେନ୍ସ ହଟି ନ ଥିବା ବେଳେ ଆଜି ଏନେଇ ମତ ରଖିଛନ୍ତି ବରିଷ୍ଠ ବିଜେପି ନେତା ଜୁଏଲ ଓରାମ । ମେଣ୍ଟକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ ବୋଲି ସ୍ପଷ୍ଟ ହୋଇଛି ଜୁଏଲ ଓରାମ ।












Click it and Unblock the Notifications