ହରିୟାଣା ସରକାରରେ ଅନାସ୍ଥା ପ୍ରସ୍ତାବ, ସଙ୍କଟରେ ବିଜେପି
ଉତ୍ତରାଖଣ୍ଡ ପରେ ଏବେ ହରିୟାଣା ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ । ବିଧାନସଭାରେ ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ସରକାର ଆଣିଛି ଅନାସ୍ଥା ପ୍ରସ୍ତାବ ।
ଚଣ୍ଡିଗଡ଼ : ଉତ୍ତରାଖଣ୍ଡ ପରେ ଏବେ ହରିୟାଣା ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ । ବିଧାନସଭାରେ ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ସରକାର ଆଣିଛି ଅନାସ୍ଥା ପ୍ରସ୍ତାବ । ଏନେଇ ହରୟାଣାର ବିଜେପି-ଜେଜେପି ମେଣ୍ଟ ସରକାର ପାଇଁ ଆଜିର ଦିନ ରହିଛି ବେଶ୍ ଗୁରୁତ୍ୱପୂର୍ଣ୍ଣ । ଗୃହରେ ଦୁଇ ଘଣ୍ଟା ବିତର୍କ ପରେ ଭୋଟିଂ ହେବ । ଏଥିରେ ବିଜେପି ନିଜର ବହୁମତ ସାବ୍ୟସ୍ତ କରିବା ସହ ସରକାରରେ ରହିବ କି ନାହିଁ ସେ ନେଇ ସ୍ପଷ୍ଟ ହେବ । ବିଜେପି ଓ ଜେଜେପି ନିଜର ସମସ୍ତ ବିଧାୟକଙ୍କୁ ଗୃହରେ ଉପସ୍ଥିତ ରହିବା ନେଇ କହିଛି । ଯଦିଓ ରାଜ୍ୟରେ ବିଜେପି ଓ ଜେଜେପିର ମେଣ୍ଟ ସରକାର ସପକ୍ଷରେ ବହୁମତ ରହିଛି ଓ ସରକାରର ଏକ ଦୃଢ ସଙ୍ଗଠନ ରହିଛି, କିନ୍ତୁ କୃଷକ ଆନ୍ଦୋଳନକୁ ନେଇ ବିରୋଧୀ କଂଗ୍ରେସ ଉଗ୍ର ହେବା ସହ ନିରପେକ୍ଷ ବିଧାୟକଙ୍କ ଉପରେ କ୍ରମାଗତ ଭାବେ ଚାପ ପକାଉଥିବାରୁ କ୍ରସ୍ ଭୋଟିଂ ହେବାର ସମ୍ବାବନାକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ ନାହିଁ ।

କିନ୍ତୁ ଜେଜେପି ବିଧାୟକ ଏବେ ବିଜେପି ବିରୋଧରେ ମେଳି କରୁଥିବାରୁ ସରକାର ଭାଙ୍ଗିବା ଆଶଙ୍କା ଦେଖାଯାଇଛି । ତେବେ ବହୁମତ ସାବ୍ୟସ୍ତ କରିବା ଖଟ୍ଟର ସରକାର ପ୍ରତି କଷ୍ଟକର ହୋଇପାରେ । ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବାକୁ ଥିବାରୁ ଗୃହରେ ସମସ୍ତ ବିଜେପି ବିଧାୟକ ଉପସ୍ଥିତ ରହିବାକୁ ରୁଲିଂ ଜାରି କରାଯାଇଛି । ଚାଷୀ ଆନ୍ଦୋଳନକୁ ନେଇ ବିଜେପି ବିରୋଧରେ ଜନମତ ରହିଥିବାରୁ ଜେଜେପି ସରକାରଙ୍କ ହାତ ଛାଡ଼ିଦେବା ଦରକାର ବୋଲି ଜେଜେପି ବିଧାୟକ ଦେବେନ୍ଦ୍ର ବବ୍ଲି ମତ ଦେଇଥିଲେ । ଜେଜେପିର ବିଜେପି ବିରୋଧୀ ଏଭଳି ମତ ଯୋଗୁ ଅନାସ୍ଥା ପ୍ରସ୍ତାବ ଉପରେ ସମସ୍ତଙ୍କ ନଜର ରହିଛି ।
ଆପଣଙ୍କୁ କହିରଖୁଛୁ, 90 ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ବର୍ତ୍ତମାନ 88 ଜଣ ସଦସ୍ୟ ଅଛନ୍ତି । ସେଥିମଧ୍ୟରୁ ବିଜେପିର 40, ଜେଜେପି 10 ଏବଂ କଂଗ୍ରେସର 30 ଜଣ ସଦସ୍ୟ ଅଛନ୍ତି । 7 ଜଣ ସ୍ୱାଧୀନ ବିଧାୟକଙ୍କ ମଧ୍ୟରୁ 5 ଜଣ ସରକାରଙ୍କ ସପକ୍ଷରେ ଅଛନ୍ତି । ଏହା ବ୍ୟତୀତ ଜଣେ ବିଧାୟକ ହରିୟାଣା ଲୋହିତ ପାର୍ଟିର ଅଟନ୍ତି ଏବଂ ସେ ମଧ୍ୟ ସରକାରଙ୍କ ସହ ଅଛନ୍ତି । ହରିୟାଣାର ମିଳିତ ସରକାର ଦାବି କରିଛନ୍ତି ଯେ ଏଥିରେ 55 ଜଣ ବିଧାୟକ ଅଛନ୍ତି ଏବଂ ସେମାନଙ୍କ ସରକାର ପ୍ରତି କୌଣସି ବିପଦ ନାହିଁ । ସୂଚନାଯୋଗ୍ୟ, କୌଣସି ଅନାସ୍ଥା ପ୍ରସ୍ତାବକୁ ଏଡ଼ାଇବା ପାଇଁ ସରକାରଙ୍କ ସପକ୍ଷରେ କିମ୍ୱା ବିରୋଧୀଙ୍କ ନିକଟରେ 45 ଭୋଟ୍ ରହିବା ଆବଶ୍ୟକ । ଏଥିସହିତ 2 ଘଣ୍ଟା ଆଲୋଚନା ପରେ ଭୋଟିଂ ଜରିଆରେ ଏହାର ସମାଧାନ କରାଯିବ ।
କଂଗ୍ରେସର ଜବାବ
ହରିୟାଣାରେ ଥିବା ବିଜେପିର ମେଣ୍ଟ ସରକାର ବିରୋଧରେ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣିଛି ବିରୋଧୀ କଂଗ୍ରେସ । ଏଥିସହିତ ସରକାରକୁ ଟାର୍ଗେଟ୍ କରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଭୁପେନ୍ଦ୍ର ସିଂ ହୁଡ୍ଡା କହିଛନ୍ତି, ରାଜ୍ୟ ସରକାର ଚାଷୀଙ୍କୁ ପ୍ରତାରଣା କରିଛନ୍ତି । ଖାଦ୍ୟ ଯୋଗାଣକାରୀଙ୍କ ପ୍ରସଙ୍ଗରେ ପ୍ରତ୍ୟେକ ବିଧାୟକ ତାଙ୍କ ଜ୍ଞାନ ଏବଂ ବିଚକ୍ଷଣତା ସହିତ କାର୍ଯ୍ୟ କରିବା ଉଚିତ । ସେମାନେ ପ୍ରଥମେ ତାଙ୍କ ବିଷୟରେ ଚିନ୍ତା କରିବା ଉଚିତ୍, ଯାହାର ଭୋଟ୍ ସେ ଜିତିଛନ୍ତି ଏବଂ ଆଜି ବିଧାୟକ ହୋଇଛନ୍ତି । ଅନାସ୍ଥା ପ୍ରସ୍ଥାବ ନେଇ ଭୋଟିଂ ହେବା ପରେ ଜଣାପଡଡିବ କିଏ ଜନସାଧାରଣଙ୍କ ସହ ଅଛନ୍ତି ଆଉ କିଏ ସରକାଙ୍କ ସହ ଅଛନ୍ତି ।












Click it and Unblock the Notifications