Get Updates
Get notified of breaking news, exclusive insights, and must-see stories!

‘ମେଣ୍ଟର ସମ୍ଭାବନା ନାହିଁ, ବିଜେଡ଼ି ସହ ହେବ ୱାନ୍-ଟୁ-ୱାନ୍ ଫାଇଟ୍', ବିଜେପି ବୈଠକରେ ନିଷ୍ପତ୍ତି

ଭୁବନେଶ୍ୱର: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ ଏକାକୀ ଲଢିବ ବିଜେପି । ବିଜେଡି ସହ କୌଣସି ପ୍ରକାର ମେଣ୍ଟର ସମ୍ଭାବନା ନାହିଁ । କୌଣସି ବି ପରିସ୍ଥିତିରେ ସାଲିସ କରିବ ନାହିଁ ବିଜେପି । ଦଳ ସମସ୍ତ ବିଧାନସଭା ଓ ଲୋକସଭା ସିଟ୍‌ରେ ଏକାକୀ ଲଢ଼ିବ । ଆଉ ଲଢ଼େଇ ଜୋରଦାର ହେବ ।

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ହୋଇଥିବା ବିଜେପିର ପଦାଧିକାରୀ ବୈଠକରେ ଏ ନେଇ ନିଆଯାଇି ନିଷ୍ପତ୍ତି । ମେଣ୍ଟ ନେଇ କର୍ମୀଙ୍କ ଦ୍ୱନ୍ଦ୍ୱ ଦୂର କରି ଏପରି ଭାଷଣ ଦେଇଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ।

bjp-bjd

ପଦାଧିକାରୀ ବୈଠକ ପରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ନିଜ ପ୍ରତିକ୍ରିୟାରେ କହିଛନ୍ତି, 'ବିଜେଡି-ବିଜେପି ମେଣ୍ଟ ହେବନି । ବିଜେଡି ସହ ୱାନ ଟୁ ୱାନ୍ ଫାଇଟ୍‌ ହେବ । 21 ଲୋକସଭା, 147 ବିଧାନସଭାରେ ବିନା ସାଲିସରେ ଲଢ଼ିବୁ ।'

ଆଗାମୀ ନିର୍ବାଚନ ପାଇଁ ଦଳର ଋଣନୀତି ସମ୍ପର୍କରେ ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ 157 ଯୋଜନାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇକୁ । 50% ଭୋଟ ଟାର୍ଗେଟରେ ଦଳୀୟ କର୍ମୀ ଘର ଜଗିବେ, କିଛି ପରିବାରର ଦାୟିତ୍ୱ ନେବେ । ଜାନୁଆରୀ 5 ରୁ ସଂଘର୍ଷ ଆରମ୍ଭ ହେବ କହିଛନ୍ତି ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହିତ ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା ଏହି ବୈଠକରେ ଉପସ୍ଥିତ ଥିଲେ। ବିଜେପିର ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ବୈଠକରେ ସାମିଲ ହୋଇଛନ୍ତି। ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବିଜେପି ସାଂସଦ ଜୁଏଲ ଓରାମ, ଅପରାଜିତା ଷଡଙ୍ଗୀ, ପ୍ରମୁଖ ଉପସ୍ଥିତ ଥିଲେ ।

ଏନେଇ ଭୁବନେଶ୍ୱର ସାଂସଦୁ ଅପରାଜିତା ଷଡଙ୍ଗୀ କହିଛନ୍ତି, ନିର୍ବାଚନରେ ଯୁଦ୍ଧ କରିବାର ଅଛି । କୌଣସି ଦଳ ସହ ସାଲିସର ପ୍ରଶ୍ନ ନାହିଁ । ପ୍ରାଞ୍ଜଳ ଭାବେ କୁହାଯାଇଛି, କୌଣସି ମେଣ୍ଟର ସମ୍ଭାବନା ନାହିଁ । ବହୁ ଲୋକ ନିଜ ସ୍ୱାର୍ଥ ପାଇଁ ଭ୍ରମାତ୍ମକ ପରିସ୍ଥିତି ସୃଷ୍ଟି କରୁଛନ୍ତି । 147 ବିଧାନସଭା ଏବଂ 21 ଲୋକସଭାରେ ଆସନରେ ବିଜେପି ଏକାକୀ ଲଢିବ । ପଦାଧିକାରୀ ବୈଠକ ପରେ ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର କହିଛନ୍ତି, 'ଜାନୁଆରୀ 5 ତାରିଖରୁ ଆରମ୍ଭ ହେବ ସଂଘର୍ଷ । ଜଣେ ଲେଖାଏଁ ବିଜେପି କର୍ମକର୍ତ୍ତା 'କିଛି ଘରର ଦାୟିତ୍ୱ ନେବେ । କଂଗ୍ରେସ ମୈଦାନରେ ନାହିଁ, ତେଣୁ ବିଜେଡି ସହ ୱାନ୍‌ ଟୁ ୱାନ୍ ଫାଇଟ୍ ହେବ । 50 % ଭୋଟ୍‌ ହାତେଇବା ପାଇଁ ବୁଥ୍‌ସ୍ତରରେ ରଣନୀତି ପ୍ରସ୍ତୁତ ହୋଇ ସାରିଛି ।'

ପାର୍ଟି ସବୁବେଳେ କାମ କରି ଚାଲିଛି। ସବୁଠି ବୁଥ କମିଟି ଗଠିତ ହୋଇଛି। ବିଜେଡିକୁ ସମସ୍ତେ ଜାଣି ସାରିଲେଣି। ଲୋକେ ଉକ୍ତ ଦଳର ମୂଳୋତ୍ପାଟନ କରିବାକୁ ଚାହୁଁଛନ୍ତି। ଆମେ ଗାଁକୁ ଯିବୁ। ଲୋକଙ୍କ ସମସ୍ୟା ସହ ଜଡ଼ିତ ହେବୁ । ସେମାନଙ୍କ ନିକଟରେ ସବୁ ଯୋଜନା ପହଞ୍ଚାଯିବ । ପ୍ରଧାନମନ୍ତ୍ରୀଙ୍କ ସମସ୍ତ ଯୋଜନା ମହିଳାଙ୍କ ନିକଟରେ ପହଞ୍ଚିବ । ବୁଥକୁ ମଜବୁତ କରାଯିବ । ମେଣ୍ଟର ପ୍ରଶ୍ନ ନାହିଁ ବୋଲି ବିଜେପିର ଜଣେ ନେତା ଗଣମାଧ୍ୟମକୁ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+