ବିଜେପି-ବିଜେଡ଼ି ମେଣ୍ଟ ଚର୍ଚ୍ଚାରେ ଲାଗିଲା ବିରାମ, ଦିଲ୍ଲୀରୁ ଫେରି ମନମୋହନ ଦେଲେ ସ୍ପଷ୍ଟ ସୂଚନା

ବିଜେପି-ବିଜେଡ଼ି ମେଣ୍ଟ: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତି ବେଶ୍ ସରଗରମ୍ ରହିଛି । ରାଜ୍ୟରେ ବର୍ତ୍ତମାନର ସରକାରରେ ଥିବା ଦଳ ବିଜେଡ଼ି ଓ ବିରୋଧୀ ବିଜେପି ମଧ୍ୟରେ ମେଣ୍ଟ ହେବା ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ଜୋର୍ ଧରିଥିଲା । ତେବେ ଗତକାଲି (ଶୁକ୍ରବାର)ରାତିରେ ଏହା ଉପରେ ବିରାମ ଲଗାଇଛନ୍ତି ବିଜେପି ରାଜ୍ୟ ସଭାପତି ।

Manmohan Samal

ଓଡ଼ିଶାରେ କୌଣସି ମେଣ୍ଟ ହେବା ନାହିଁ । ବିଜେପି ଏଥର ସରକାର ଗଢ଼ିବ । କିଛି ଏଭଳି ଢଙ୍ଗରେ ଦିଲ୍ଲୀରୁ ଫେରି ମେଣ୍ଟ ସରକାରକୁ ନେଇ ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଓଡ଼ିଶାରେ କିଛି ମେଣ୍ଟ ହେବନାହିଁ । ବିଜେପି 21 ଲୋକସଭା ଆସନ ଏବଂ 147 ବିଧାନସଭା ଆସନରେ ଏକାକି ଲଢ଼ିବ ବୋଲି ସେ ସୂଚନା ଦେଇଛନ୍ତି ।

ଏପରିକି ରାଜ୍ୟରେ ଏଥର ବିଜେପି ସରକାର ଗଢ଼ିବା ନେଇ ମଧ୍ୟ ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହା ସହ ଆଜି ଲୋକସଭା ନିର୍ବାଚନ ନେଇ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାର ସମ୍ଭାବନା ଥିବା ସୂଚନା ଦେଇଛନ୍ତି ମନମୋହନ । ଦିଲ୍ଲୀରେ ଦଳର ପରିଚାଳନା ସମିତି ବୈଠକରେ ଯୋଗ ଦେଇସାରି ଶୁକ୍ରବାର ରାତିରେ ଭୁବନେଶ୍ବର ଫେରିବା ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ମନମୋହନ ।

ସୂଚନାଯୋଗ୍ୟ, ବିଭିନ୍ନ ଗଣମାଧ୍ୟମରେ ମେଣ୍ଟ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏପରିକି ସାମାଜିକ ଗଣମାଧ୍ୟମରେ ବିଜେଡି-ବିଜେପି ସିଟ୍ ସେୟାରିଂ ଅଙ୍କ ବି ଘୂରି ବୁଲୁଛି । ଏହି ସୂଚନା ମୁତାବକ ଲୋକସଭାରେ ବିଜେପି 14, ବିଜେଡି 7 ଏବଂ ବିଧାନସଭାରେ ବିଜେଡି 106 ଏବଂ ବିଜେପି 41 ଆସନ ପାଇଁ ବୁଝାମଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଏହା ସହ ଏଭଳି ଚର୍ଚ୍ଚାକୁ ଆଉ ଟିକେ ବଳ ଦେଇଛି ମାର୍ଚ୍ଚ 5 ରେ ମୋଦୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ । ମାର୍ଚ୍ଚ 5 ବିଜୁ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସୁଛନ୍ତି । ଆଉ ମାର୍ଚ୍ଚ 5 ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ଗ୍ରାଣ୍ଡ ୱେରେ ପାଳନ ପାଇଁ ଯୋଜନା ପ୍ରସ୍ତୁତ କରିଛି ବିଜେଡି । ଏମିତିରେ ପ୍ରଧାନମନ୍ତ୍ରୀ ଓଡ଼ିଶା ବାବଦରେ କୌଣସି ବଡ଼ ଘୋଷଣା କରିପାରନ୍ତି ବୋଲି ଆକଳନ କରୁଛନ୍ତି ରାଜନୈତିକ ସମୀକ୍ଷକମାନେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+