ମୋଦୀ ବିରୋଧୀ ମଙ୍ଗ ଧରିବେ ନୀତିଶ ! ସୋମବାର ଦିଲ୍ଲୀ ଗସ୍ତ
ନୀତିଶ କୁମାର ଆସନ୍ତା ସୋମବାର ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ଏହି ଗସ୍ତ ସମୟରେ ସେ ଦେଶରେ ମୋଦୀ ବିରୋଧୀ ଦଳର ନେତା ମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।
ପାଟନା : ଦେଶରେ ମୋଦୀ ବିରୋଧୀ ମୋର୍ଚ୍ଚାର ମଙ୍ଗ ଧରିବେ କି ନୀତିଶ ? 2024 ଲୋକସଭା ନିର୍ବାଚନରେ ମିଳିତ ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ଚେହେରା ହେବା ନେଇ ନୀତିଶଙ୍କ ନାମରେ ଆଲୋଚନା ଜୋର୍ ଧରିଛି । ଏଥି ମଧ୍ୟରେ ନୀତିଶ କୁମାର ଆସନ୍ତା ସୋମବାର ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ଏହି ଗସ୍ତ ସମୟରେ ସେ ଦେଶରେ ମୋଦୀ ବିରୋଧୀ ଦଳର ନେତା ମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସେପ୍ଟେମ୍ବର 5 ରୁ ଦିଲ୍ଲୀ ଗସ୍ତ କରିବେ । 2024 ଲୋକସଭା ନିର୍ବାଚନରେ ବିଜେପି ସହ ଲଢିବା ପାଇଁ ସମସ୍ତ ବିରୋଧୀଙ୍କୁ ଏକାଠି କରିବା ଉଦ୍ଦେଶ୍ୟରେ କଂଗ୍ରେସର ରାହୁଲ ଗାନ୍ଧୀଙ୍କ ସମେତ ଅନେକ ବିରୋଧୀଦଳ ନେତାଙ୍କୁ ଭେଟିବାର ସମ୍ଭାବନା ରହିଛି ।
ଜନତା ଦଳ (ୟୁନାଇଟେଡ୍) ସୂତ୍ରରୁ ପ୍ରକାଶ ଯେ ଶ୍ରୀ କୁମାର ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା AAP ନେତା ଅରବିନ୍ଦ କେଜ୍ରିୱାଲ ଏବଂ ବାମପନ୍ଥୀ ନେତାଙ୍କୁ ମଧ୍ୟ ଭେଟିବେ ବୋଲି ଆଶା କରାଯାଉଛି ।
ଜେଡି (ୟୁ) ଶନିବାର ଏବଂ ରବିବାର ଦିନ ପାଟନାରେ ଜାତୀୟ କାର୍ଯ୍ୟନିର୍ବାହୀ ତଥା ଜାତୀୟ ପରିଷଦର ଦୁଇ ଦିନିଆ ବୈଠକ କରୁଛି । 2024 ମସିହାରେ ଲୋକସଭା ନିର୍ବାଚନ ପାଇଁ ଗୋଟିଏ ପ୍ଲାଟଫର୍ମରେ ଆଣିବା ପାଇଁ ବିରୋଧୀ ଦଳର ନେତାଙ୍କ ସହ ଆଲୋଚନା କରିବାକୁ ଦଳ ଶ୍ରୀ କୁମାରଙ୍କୁ ଅନୁମତି ଦେବାର ସମ୍ଭାବନା ରହିଛି ବୋଲି ସୂତ୍ରରୁ ପ୍ରକାଶ ।
ବିହାରରେ ଏନଡିଏ ହାତ ଛାଡ଼ି ଆରଜେଡ଼ି ଓ କଂଗ୍ରେସ ସହ ମିଶି ସରକାର ଗଠନ କରିବା ପରେ ନୀତିଶଙ୍କ ଏହା ପ୍ରଥମ ଦିଲ୍ଲୀ ଗସ୍ତ । ସେ ସମସ୍ତ ବିରୋଧୀଙ୍କୁ ଏକାଠି କରିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି । ଏପରିକି ନୀତିଶ ମଧ୍ୟ ସମସ୍ତ ବିରୋଧୀଙ୍କୁ ଏକାଠଇ ହୋଇ ବିଜେପି ମୁକ୍ତ ଭାରତ ପାଇଁ ଲଢିବାକୁ ଆହ୍ୱାନ ଦେଇସାରିଛନ୍ତି ।
ଏହା ପୂର୍ବରୁ ନୀତିଶ କୁମାର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ମଧ୍ୟ ଭେଟି ସାରିଛନ୍ତି । ଏପରିକି ପୂର୍ବରୁ କେସିଆର୍ ମଧ୍ୟ ଦେଶର ମୋଦୀ ବିରୋଧୀ ଦଳଙ୍କୁ ଏକାଠି କରିବା ନେଇ କହିବା ସହ ପ୍ରୟାସ କରୁଛନ୍ତି ।












Click it and Unblock the Notifications