ମୁଖ୍ୟମନ୍ତ୍ରୀ ଭାବେ ସପ୍ତମ ପାଳି ଆରମ୍ଭ କରିବେ ନୀତିଶ୍ କୁମାର, ଉପମୁଖ୍ୟମନ୍ତ୍ରୀ ପଦ ନେଇ ଛିଡୁନି ଅଙ୍କ
ବିହାରର ମୁଖ୍ୟମନ୍ତ୍ରୀ ଭାବେ ଆଜି ସପ୍ତମ ଥର ପାଇଁ ଶପଥ ନେବେ ଜେଡିୟୁ ନେତା ନୀତିଶ୍ କୁମାର | ଆଜି ଅପରାହ୍ନ 4.30ରେ ରାଜ୍ୟପାଳ ଫଗୁ ଚୌହାନ ତାଙ୍କୁ ଶପଥ ପାଠ କରାଇବେ | ଏଥିସହିତ ମନ୍ତ୍ରୀ ପରିଷଦର ଅନ୍ୟ ସଦସ୍ୟ ମାନେ ମଧ୍ୟ ନିଜ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ |
ପାଟନା : ବିହାରର ମୁଖ୍ୟମନ୍ତ୍ରୀ ଭାବେ ଆଜି ସପ୍ତମ ଥର ପାଇଁ ଶପଥ ନେବେ ଜେଡିୟୁ ନେତା ନୀତିଶ୍ କୁମାର | ଆଜି ଅପରାହ୍ନ 4.30ରେ ରାଜ୍ୟପାଳ ଫଗୁ ଚୌହାନ ତାଙ୍କୁ ଶପଥ ପାଠ କରାଇବେ | ଏଥିସହିତ ମନ୍ତ୍ରୀ ପରିଷଦର ଅନ୍ୟ ସଦସ୍ୟ ମାନେ ମଧ୍ୟ ନିଜ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ |

ଗତକାଲି ଏନଡିଏର ଏକ ମିଳିତ ବୈଠକରେ ସର୍ବସମ୍ମତି କ୍ରମେ ଜେଡିୟୁର ନୀତିଶ୍ କୁମାରଙ୍କୁ ବିଧାୟକ ଦଳ ନେତ ଭାବେ ଚୟନ କରାଯାଇଥିଲା | ଏହା ପରେ ନୀତିଶ୍ 125 ବିଧାୟକଙ୍କ ସମର୍ଥନ ପତ୍ର ଦେଇ ସରକାର ଦଠନ କରିବା ନିମନ୍ତେ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ | ନୀତିଶଙ୍କ ସରକରୀ ବାସଭବନଠାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା |












Click it and Unblock the Notifications