ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଲେ ନୀତୀଶ କୁମାର, କହିଲେ - ବିରୋଧୀ ଏକଜୁଟ ହେବା ଆବଶ୍ୟକ

ବିଜେପି ସହ ସମ୍ପର୍କ ଭାଙ୍ଗିବା ଏବଂ ବିହାରରେ ଆରଜେଡି ସହ ସରକାର ଗଠନ କରିବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ପ୍ରଥମ ଥର ପାଇଁ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଛନ୍ତି ।

ନୂଆଦିଲ୍ଲୀ : ବିଜେପି ସହ ସମ୍ପର୍କ ଭାଙ୍ଗିବା ଏବଂ ବିହାରରେ ଆରଜେଡି ସହ ସରକାର ଗଠନ କରିବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ପ୍ରଥମ ଥର ପାଇଁ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଛନ୍ତି ।

Sharad pawar - nitish kumar

ଏନସିପି ମୁଖ୍ୟଙ୍କୁ ଭେଟିବା ପରେ ବିହାର ସିଏମ ନୀତୀଶ କୁମାର କହିଛନ୍ତି ଯେ ବହୁତ ଭଲ ବାର୍ତ୍ତାଳାପ ହୋଇଛି । ଏହି (ବିଜେପି) ଲୋକମାନେ କୌଣସି କାମ କରୁନାହାଁନ୍ତି, ଏକଜୁଟ ହେବା ଆବଶ୍ୟକ । ମୁଁ କେବଳ ଚାହୁଁଛି ଯେ ଅଧିକାଂଶ ବିରୋଧୀ ଏକଜୁଟ ହୁଅନ୍ତୁ । ଯଦି (ବିରୋଧୀ) ଏକାଠି ହୁଅନ୍ତି, ତେବେ ଏହା ଦେଶର ହିତ ପାଇଁ ହେବ ।

ଆପଣଙ୍କୁ କହି ରଖୁଛୁ ବିହାର ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ଦିଲ୍ଲୀ ଗସ୍ତରେ ଅଛନ୍ତି । ଏହା ପୂର୍ବରୁ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟି ସାରିଛନ୍ତି । ଦିଲ୍ଲୀ ଗସ୍ତ ପୂର୍ବରୁ ନୀତିଶ କୁମାର କହିଛନ୍ତି ଯେ ବିରୋଧୀଙ୍କୁ ଏକାଠି କରିବା ମୋର ଲକ୍ଷ୍ୟ । ପ୍ରଧାନମନ୍ତ୍ରୀ ହେବା ନେଇ କୌଣସି ଅଭିଳାଷ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+