ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ୍ କୁମାର
ଶୁକ୍ରବାର ଅନୁଷ୍ଠିତ ହୋଇଛି ବିହାର ସରକାରଙ୍କ କ୍ୟାବିନେଟ୍ ବୈଠକ | ଏଥିରେ ମୁଖ୍ୟମନ୍ତ୍ରୀ ବିଧାନସଭା ଭଙ୍ଗ କରିବାକୁ ଘୋଷଣା କରିଛନ୍ତି | ଏହା ପରେ ରାଜ୍ୟପାଳ ଫାଗୁ ଚୌହାନଙ୍କୁ ସାକ୍ଷାତ କରି ଇସ୍ତଫା ପତ୍ର ହସ୍ତାନ୍ତର କରିବା ସହ କ୍ୟାବିନେଟ ଭଙ୍ଗ ସମ୍ପର୍କରେ ଅବଗତ କରାଇଛନ୍ତି |
ପାଟନା : ଶୁକ୍ରବାର ଅନୁଷ୍ଠିତ ହୋଇଛି ବିହାର ସରକାରଙ୍କ କ୍ୟାବିନେଟ୍ ବୈଠକ | ଏଥିରେ ମୁଖ୍ୟମନ୍ତ୍ରୀ ବିଧାନସଭା ଭଙ୍ଗ କରିବାକୁ ଘୋଷଣା କରିଛନ୍ତି | ଏହା ପରେ ରାଜ୍ୟପାଳ ଫାଗୁ ଚୌହାନଙ୍କୁ ସାକ୍ଷାତ କରି ଇସ୍ତଫା ପତ୍ର ହସ୍ତାନ୍ତର କରିବା ସହ କ୍ୟାବିନେଟ ଭଙ୍ଗ ସମ୍ପର୍କରେ ଅବଗତ କରାଇଛନ୍ତି |

ରାଜ୍ୟପାଳ ଇସ୍ତଫା ପତ୍ର ଗ୍ରହଣ କରିବା ସହ ପରବର୍ତ୍ତୀ ସରକାର ଗଠନ ପର୍ଯ୍ୟନ୍ତ ନୀତିଶ୍ କୁମାରଙ୍କୁ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଭାବେ ଦାଯିତ୍ୱ ଦେଇଛନ୍ତି |
ଆସନ୍ତା 15ତାରିଖରେ ହେବାକୁ ଥିବା ଏନଡିଏ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଚୟନ କରାଯିବ | ଏହା ପରେ ଶପଥ ଗ୍ରହଣ ଉତ୍ସବ ହେବ ବୋଲି ସେଠାରେ ଆଲୋଚନା କରାଯାଇଛି |












Click it and Unblock the Notifications