ଏହା ମୋର ଶେଷ ନିର୍ବାଚନ : ନୀତିଶ୍ କୁମାର
ବିହାର ବିଧାନସଭା ନିର୍ବାଚନ 2020 ନୀତିଶ୍ କୁମାରଙ୍କର ଶେଷ ନିର୍ବାଚନ ବୋଲି ସେ ଘୋଷଣା କରିଛନ୍ତି | ବିହାରର ପୂର୍ଣ୍ଣିମା ଜିଲ୍ଲାର ଏକ ନିର୍ବାଚନୀ ସଭାରେ ସେ ଏହା କହିଛନ୍ତି |
ବିହାର : ଆଜି ନିର୍ବାଚନର ଶେଷ ଦିନ | ଏହା ମୋର ଶେଷ ନିର୍ବାଚନ | ଅନ୍ତ ଭଲା ତୋ ସବ୍ ଭଲା(ଶେଷ ଭଲ ତ ସବୁ ଭଲ) ବୋଲି କହିଛନ୍ତି ବିହାରର ମୁଖ୍ୟମନ୍ତ୍ରୀ ତଥା ସଂଯୁକ୍ତ ଜନତା ଦଳ(ଜେଡିୟୁ)ର ସୁପ୍ରିମୋ ନୀତିଶ୍ କୁମାର | ବିହାରର ପୂର୍ଣ୍ଣିଆ ଜିଲ୍ଲାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ସମୟରେ ସେ ଏହା ଘୋଷଣା କରିଛନ୍ତି | ଗୁରୁବାର ପୂର୍ଣ୍ଣିଆର ଧମଦାହା ବିଧାନସଭା ଆସନରୁ ଜେଡିୟୁ ପ୍ରାର୍ଥୀ ଲେସି ସିଂ ଙ୍କ ପାଇଁ ପ୍ରଚାର କରିବାକୁ ଯାଇଥିଲେ|

ସୂଚନାଯୋଗ୍ୟ, ବିହାର ବିଧାନସଭା ନିର୍ବାଚନ 2020ର ଦୁଇଟି ପର୍ଯ୍ୟାୟ ମତଦାନ ସରିଛି | ଶନିବାର ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ | ଏଥିପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଅଭିଯାନ ଶେଷ ହୋଇଛି |
ନୀତିଶ୍ କୁମାର ଭୋଟରଙ୍କୁ ନିଜ ପକ୍ଷକୁ ଆକର୍ଷିତ କରିବା ପାଇଁ ଏଭଳି କହୁଛନ୍ତି ବୋଲି ବିରୋଧୀ ମାନେ ଅଭିଯୋଗ କରିଛନ୍ତି | ଶେଷ ହୋଇଥିବା ଦୁଇଟି ପର୍ଯ୍ୟାୟ ମତଦାନରେ ମହାଗଠବନ୍ଧନ ଏନଡିଏକୁ କଡା ଟକ୍କର ଦେଉଥିବା ଦେଇଛି | ଏଥିରେ ବିଚଳିତ ହୋଇ ନୀତୀଶ ଏଭଳି କହୁଥିବା କଥା ବିରୋଧୀ ଦଳ ଅଭିଯୋଗ ଆଣିଛି।












Click it and Unblock the Notifications