ରାହୁଲଙ୍କୁ ଭେଟିଲେ ନୀତିଶ-ତେଜସ୍ୱୀ, ଏକାଠି ନିର୍ବାଚନ ଲଢିବା ନେଇ ହେଲା ନିଷ୍ପତ୍ତି
ନୂଆଦିଲ୍ଲୀ : ରାହୁଲ ଗାନ୍ଧୀଙ୍କୁ ଭେଟିବା ପାଇଁ ବିହାର ସିଏମ ନୀତୀଶ ଦିଲ୍ଲୀରେ ପହଞ୍ଚିଥିଲେ । ତାଙ୍କ ସାଥିରେ ଥିଲେ ଜେଡିୟୁ ନେତା ତଥା ଦଳର ଜାତୀୟ ସଭାପତି ଲଲନ ସିଂହ । ଏମାନଙ୍କ ବ୍ୟତୀତ ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ଏହି ସମୟରେ ଉପସ୍ଥିତ ଥିଲେ ।
ଏହି ବୈଠକରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେ ମଧ୍ୟ ଉପସ୍ଥିତ ଥିଲେ । ନିର୍ବାଚନୀ ମାହୋଲ ମଧ୍ୟରେ ତିନି ଦଳର ନେତାଙ୍କ ବୈଠକ ରାଜନୈତିକ କରିଡରରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଉଲ୍ଲେଖନୀୟ କଥା ହେଉଛି, ବିହାରରେ କଂଗ୍ରେସ, ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ଏବଂ ଆରଜେଡିର ମହାଗଠବନ୍ଧନ ସରକାର ରହିଛି । ଏହି ସମୟରେ ଆଗାମୀ ଲୋକସଭା ନିର୍ବାଚନରେ ସମସ୍ତ ବିରୋଧୀ ଏକାଠି ହୋଇ ଲଢିବାକୁ ବୈଠକରେ ଆଲୋଚନା ହୋଇଥିବା କୁହାଯାଉଛି ।
ଏହି ବୈଠକରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ସଲମାନ ଖୁରସିଦ ଏବଂ ଆରଜେଡି ସାଂସଦ ମନୋଜ ଝା ଙ୍କ ପରି ନେତାମାନେ ମଧ୍ୟ ଯୋଗ ଦେଇଥିଲେ । ଏଭଳି ପରିସ୍ଥିତିରେ ତିନି ଦଳର ନେତାଙ୍କ ବୈଠକରେ ଅନେକ ରାଜନୈତିକ ପ୍ରଭାବ ପଡିପାରେ ବୋଲି କଳ୍ପନା କରାଯାଉଛି ।
ବୈଠକ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ନୀତୀଶ କୁମାର ଏବଂ ମଲ୍ଲିକାର୍ଜୁନ ମିଳିତ ସାମ୍ବାଦିକ ସମ୍ମିଳନୀ କରି ଭବିଷ୍ୟତ ଯୋଜନା ବିଷୟରେ ସୂଚନା ଦେଇଛନ୍ତି । ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି ବୋଲି ଏହି ନେତାମାନେ କହିଛନ୍ତି ।
କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ବିରୋଧୀଙ୍କୁ ଏକଜୁଟ କରିବା ଏହା ଏକ ଐତିହାସିକ ପଦକ୍ଷେପ । ଆମେ ବିରୋଧୀ ଦଳର ଦୂରଦୃଷ୍ଟି ବିକାଶ କରିବୁ ଏବଂ ଆଗକୁ ବଢିବୁ । ମିଳିତ ଭାବେ ଆମେ ଦେଶ ପାଇଁ ଛିଡା ହେବା ।
ରାହୁଲଙ୍କୁ ସମର୍ଥନ କରିବାକୁ ବିହାର ସିଏମ ନୀତୀଶ କୁମାର ମଧ୍ୟ ଆଶ୍ୱାସନା ଦେଇଛନ୍ତି । ନୀତୀଶ କୁମାର କହିଛନ୍ତି, ଆମେ ଯେତେ ସମ୍ଭବ ରାଜନୈତିକ ଦଳକୁ ଏକାଠି କରିବୁ ଏବଂ ଆଗକୁ ବଢିବୁ ।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ କହିଛନ୍ତି, ଆଜି ଆମର ଏଠାରେ ଏକ ଐତିହାସିକ ସଭା ହୋଇଥିଲା ଏବଂ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଆମେ ସମସ୍ତେ ସମସ୍ତ (ବିରୋଧୀ) ଦଳକୁ ଏକତ୍ର କରି ଆଗାମୀ ନିର୍ବାଚନକୁ ଏକଜୁଟ ହୋଇ ଲଢିବାକୁ ନିଷ୍ପତ୍ତି ନେଇଛୁ ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications