Get Updates
Get notified of breaking news, exclusive insights, and must-see stories!

ନୀତୀଶ - କେସିଆର ସାକ୍ଷାତ, ଏକା ସ୍ୱପ୍ନ ଦେଖୁଥିବା ବ୍ୟକ୍ତିଙ୍କ ମିଳନ ବୋଲି କହିଲା ବିଜେପି

ବୁଧବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ଭେଟିଛନ୍ତି । ଏହି ବୈଠକ ପରେ ବିଜେପି ନୀତୀଶ କୁମାରଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛି ।

ନୂଆଦିଲ୍ଲୀ : ବୁଧବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ଭେଟିଛନ୍ତି । ଏହି ବୈଠକ ପରେ ବିଜେପି ନୀତୀଶ କୁମାରଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛି । ବିହାରର ପୂର୍ବତନ ଡେପୁଟି ସିଏମ୍ ତଥା ବିଜେପି ନେତା ସୁଶୀଲ କୁମାର ମୋଦୀ କହିଛନ୍ତି ଯେ ଚନ୍ଦ୍ରଶେଖର ରାଓଙ୍କ ସହ ନୀତୀଶଙ୍କ ସାକ୍ଷାତ ହେଉଛି ଏକା ସ୍ୱପ୍ନ ଦେଖୁଥିବା ଦୁଇ ନେତାଙ୍କ ମିଳନ ।

nitish - kcr

ଆପଣଙ୍କୁ କହି ରଖୁଛୁ କେସିଆର୍ ପୂର୍ବରୁ ବେଜେପି ବିରୋଧରେ ସମସ୍ତ ବିରୋଧୀଙ୍କୁ ଏକାଠି ହେବାକୁ ଆହ୍ୱାନ କରିଥିଲେ । ଏପରିକି ବିହାରରେ ବିଜେପି ହାତ ଛାଡ଼ିବା ପରେ ମଧ୍ୟ ନୀତିଶ ସମାନ କଥା କହିଛନ୍ତି । ଏପରିକି 2024 ଲୋକସଭା ନିର୍ବାଚନ ପାଇଁ ବିରୋଧୀଦଳ ଉଭୟ ନୀତୀଶ ଏବଂ ଚନ୍ଦ୍ରଶେଖର ରାଓଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ବିବେଚନା କରୁଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ ନୀତୀଶ କୁମାର ନିକଟରେ ଏନଡିଏରୁ ବିଦାୟ ନେଇ ଆରଜେଡି, କଂଗ୍ରେସ ଏବଂ ବାମପନ୍ଥୀ ଦଳ ସହ ବିହାରରେ ଏକ ନୂତନ ସରକାର ଗଠନ କରିଥିଲେ । ଏନଡିଏ ଛାଡିବା ପରେ ନୀତୀଶଙ୍କୁ 2024 ପାଇଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ବିବେଚନା କରାଯାଇଛି । ଉଭୟ ନୀତୀଶ କୁମାର ଏବଂ କେ ଚନ୍ଦ୍ରଶେଖର ରାଓ ସମସ୍ତ ବିରୋଧୀ ଦଳକୁ ଏକଜୁଟ କରି ବିଜେପି ବିରୋଧରେ ଏକଜୁଟ ଫ୍ରଣ୍ଟ ଗଠନ ପାଇଁ କାର୍ଯ୍ୟ କରୁଛନ୍ତି ।

ଆମେ ଆପଣଙ୍କୁ କହିରଖୁଛୁ ଯେ ଚନ୍ଦ୍ରଶେଖର ରାଓ ତେଲଙ୍ଗାନାରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବିହାରର 12 ଜଣ ଶ୍ରମିକଙ୍କ ପରିବାରକୁ 5 ଲକ୍ଷ ଲେଖାଏଁ ଟଙ୍କାର ଆର୍ଥିକ ସହାୟତା ଯୋଗାଇଛନ୍ତି କେସିଆର । ଏହି କାର୍ଯ୍ୟକ୍ରମ ପରେ ଦୁଇ ନେତାଙ୍କ ମଧ୍ୟରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ବିହାର ଡେପୁଟି ସିଏମ ତେଜସ୍ୱୀ ଯାଦବ ମଧ୍ୟ ବୈଠକରେ ଏବଂ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଏହି ବୈଠକକୁ କଟାକ୍ଷ କରି ବିଜେପି ନେତା ସୁଶୀଲ ମୋଦୀ କହିଛନ୍ତି ଯେ ଏହା ହେଉଛି ଦୁଇ ନେତାଙ୍କ ଏକ ବୈଠକ, ଯେଉଁମାନେ ନିଜ ନିଜ ରାଜ୍ୟରେ ନିଜ ଆଧାର ହରାଉଛନ୍ତି କିନ୍ତୁ ଦେଶର ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି । ସୁଶୀଲ ମୋଦୀ କହିଛନ୍ତି ଯେ ପିଏମ ମୋଦୀଙ୍କ ସାମ୍ନାରେ ଏହି ଦୁଇ ନେତାଙ୍କ କୌଣସି ଷ୍ଟାଣ୍ଡ ନାହିଁ, ଏହି ବୈଠକ ଏକ କମେଡ଼ି ଶୋ ଭଳି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+