Get Updates
Get notified of breaking news, exclusive insights, and must-see stories!

ଉପ-ରାଷ୍ଟ୍ରପତି ହୋଇପାରନ୍ତି ନିର୍ମଳା ସୀତାରମଣ

ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ନିର୍ମଳା ସୀତା ରମଣ ଏବଂ ଦୀନେଶ ତ୍ରିବେଦୀଙ୍କ ନାମ ବିଚାରକୁ ନିଆଯାଉଛି । ରାଷ୍ଟ୍ରପତି ପ୍ରାର୍ଥୀ ଚୂଡ଼ାନ୍ତ ଉପରେ ନିର୍ଭର କରୁଛି ଉପ ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ।

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନ ପାଇଁ ଉଭୟ ଶାସକ ଓ ବିରୋଧୀ ଅଙ୍କ କଷିବାରେ ଲାଗିଛନ୍ତି । ଏଥିସହିତ ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ନିର୍ମଳା ସୀତା ରମଣ ଏବଂ ଦୀନେଶ ତ୍ରିବେଦୀଙ୍କ ନାମ ବିଚାରକୁ ନିଆଯାଉଛି । ରାଷ୍ଟ୍ରପତି ପ୍ରାର୍ଥୀ ଚୂଡ଼ାନ୍ତ ଉପରେ ନିର୍ଭର କରୁଛି ଉପ ରାଷ୍ଟ୍ରପତି ପ୍ରାର୍ଥୀ ଚୟନ । ଯଦି ରାଷ୍ଟ୍ରପତି ପ୍ରାର୍ଥୀ ମହିଳା (ଆଦିବାସୀ) ହୁଅନ୍ତି ତେବେ ଉପରାଷ୍ଟ୍ରପତି ପଶ୍ଚିମବଙ୍ଗର ତ୍ରିବେଦୀ ହୋଇପାରନ୍ତି ବୋଲି ଦିଲ୍ଲୀ ଦରବାରରେ କଳ୍ପନାଜଳ୍ପନା ଲାଗି ରହିଛି । ନିର୍ମଳା ସୀତାରମଣ ଯଦି ଉପ ରାଷ୍ଚ୍ରପତି ହୁଅନ୍ତି ତେବେ ଦେଶକୁ ପ୍ରଥମ ମହିଳା ଉପ ରାଷ୍ଟ୍ରପତି ମିଳିବ ।

Nirmala Sitharaman

ଏହା ପୂର୍ବରୁ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଓଡ଼ିଶାର ଦୁଇ ଆଦିବାସୀ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀ ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ନାମକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ବର୍ତ୍ତମାନ ଆସୁଥିବା ସୂଚନା ଅନୁସାରେ ଯଦି ରାଷ୍ଟ୍ରପତି ଜଣେ ପୁରୁଷ ହୁଅନ୍ତି ତେବେ ନିର୍ମଳା ସୀତାରମଣ ଉପ ରାଷ୍ଟ୍ରପତି ହୋଇପାରନ୍ତି ବୋଲି କୁହାଯାଉଛି ।

ଆପଣଙ୍କୁ କହି ରଖୁଛୁ ଆସନ୍ତା ଜୁଲାଇରେ ଦେଶର ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବ । ଏହା ପୂର୍ବରୁ ଦେଶରେ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+