Get Updates
Get notified of breaking news, exclusive insights, and must-see stories!

କେନ୍ଦ୍ର ସରକାରଙ୍କ କୋଭିଡ୍ ପରିଚାଳନା ସମ୍ପୂର୍ଣ୍ଣ ଫେଲ୍ : ନିର୍ମଳାସୀତାରମଣଙ୍କ ସ୍ୱାମୀ ଡକ୍ଟର ପ୍ରଭାକର

ଦେଶରେ କରୋନା ବିପର୍ଯ୍ୟୟ ସମୟରେ କେନ୍ଦ୍ର ସରକାର ପରିଚାଳନାରେ ସମ୍ପୂର୍ଣ୍ଣ ଫେଲ ହୋଇଛି । ମୋଦୀ ସରକାରଙ୍କ ବିଫଳତା ଯୋଗୁଁ ପ୍ରବାସୀ ଶ୍ରମିକଙ୍କ ମନରେ ଅସନ୍ତୋଷ ସୃଷ୍ଟି ହେବା ସହ ରୋଜଗାର ଛାଡି ସେମାନେ ଘର ମୁହାଁ ହେଉଛନ୍ତି ।

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ କୋଭିଡ୍ ପରିଚାଳନା ନେଇ ଟାର୍ଗେଟ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ୱାମୀ ଡକ୍ଟର ପରାକାଲା ପ୍ରଭାକର । ଦେଶରେ କରୋନା ବିପର୍ଯ୍ୟୟ ସମୟରେ କେନ୍ଦ୍ର ସରକାର ପରିଚାଳନାରେ ସମ୍ପୂର୍ଣ୍ଣ ଫେଲ ହୋଇଛି । ମୋଦୀ ସରକାରଙ୍କ ବିଫଳତା ଯୋଗୁଁ ପ୍ରବାସୀ ଶ୍ରମିକଙ୍କ ମନରେ ଅସନ୍ତୋଷ ସୃଷ୍ଟି ହେବା ସହ ରୋଜଗାର ଛାଡି ସେମାନେ ଘର ମୁହାଁ ହେଉଛନ୍ତି । ମୋଦୀ ସରକାରଙ୍କୁ ହୃଦୟହୀନ ସରକାର ବୋଲି ମଧ୍ୟ କହିଛନ୍ତି ଡକ୍ଟର ପ୍ରଭାକର ।

Nirmala-Sitharaman-dr prabhakar

ସେ ଆହୁରି ମଧ୍ୟ କହିଛନ୍ତି, ଦେଶର ରାଜନେତାଙ୍କ ପାଇଁ ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ଲୋକଙ୍କ ଜୀବନକୁ ଗୁରୁତ୍ୱ ଦିଆଯାଉ ନାହିଁ । ଏହା ବାଦ୍ କୁମ୍ଭମେଳା ଆୟୋଜନକୁ ମଧ୍ୟ ଟାର୍ଗେଟ କରିଛନ୍ତି । କୁମ୍ଭ ମେଳା ଆୟୋଜନା ହେବା ସରକାରଙ୍କ ଭୁଲ ନିଷ୍ପତ୍ତି ବୋଲି ସେ କହିଛନ୍ତି । ଏଥିପାଇଁ ଦେଶରେ ସଂକ୍ରମଣ ଅଧିକ ହେଲା । ଟିକା ପରିଚାଳନା ଓ ଟୀକାକରଣରେ ମଧ୍ୟ ସରକାରଙ୍କ ଯୋଜନା ଫେଲ ମାରିଛି । ଏଥିସହ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଚିଠିକୁ ଅଣଦେଖା କରିବା ମୋଦୀ ସରକାରଙ୍କ ଅହକାଂରକୁ ଦର୍ଶାଉଛି ବୋଲି ସେ କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+