For Quick Alerts
Turn On Notification  
For Daily Alerts
Oneindia App Download

କେନ୍ଦ୍ର ସରକାରଙ୍କ କୋଭିଡ୍ ପରିଚାଳନା ସମ୍ପୂର୍ଣ୍ଣ ଫେଲ୍ : ନିର୍ମଳାସୀତାରମଣଙ୍କ ସ୍ୱାମୀ ଡକ୍ଟର ପ୍ରଭାକର

ଦେଶରେ କରୋନା ବିପର୍ଯ୍ୟୟ ସମୟରେ କେନ୍ଦ୍ର ସରକାର ପରିଚାଳନାରେ ସମ୍ପୂର୍ଣ୍ଣ ଫେଲ ହୋଇଛି । ମୋଦୀ ସରକାରଙ୍କ ବିଫଳତା ଯୋଗୁଁ ପ୍ରବାସୀ ଶ୍ରମିକଙ୍କ ମନରେ ଅସନ୍ତୋଷ ସୃଷ୍ଟି ହେବା ସହ ରୋଜଗାର ଛାଡି ସେମାନେ ଘର ମୁହାଁ ହେଉଛନ୍ତି ।

|

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ କୋଭିଡ୍ ପରିଚାଳନା ନେଇ ଟାର୍ଗେଟ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ୱାମୀ ଡକ୍ଟର ପରାକାଲା ପ୍ରଭାକର । ଦେଶରେ କରୋନା ବିପର୍ଯ୍ୟୟ ସମୟରେ କେନ୍ଦ୍ର ସରକାର ପରିଚାଳନାରେ ସମ୍ପୂର୍ଣ୍ଣ ଫେଲ ହୋଇଛି । ମୋଦୀ ସରକାରଙ୍କ ବିଫଳତା ଯୋଗୁଁ ପ୍ରବାସୀ ଶ୍ରମିକଙ୍କ ମନରେ ଅସନ୍ତୋଷ ସୃଷ୍ଟି ହେବା ସହ ରୋଜଗାର ଛାଡି ସେମାନେ ଘର ମୁହାଁ ହେଉଛନ୍ତି । ମୋଦୀ ସରକାରଙ୍କୁ ହୃଦୟହୀନ ସରକାର ବୋଲି ମଧ୍ୟ କହିଛନ୍ତି ଡକ୍ଟର ପ୍ରଭାକର ।

Nirmala-Sitharaman-dr prabhakar

ସେ ଆହୁରି ମଧ୍ୟ କହିଛନ୍ତି, ଦେଶର ରାଜନେତାଙ୍କ ପାଇଁ ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ଲୋକଙ୍କ ଜୀବନକୁ ଗୁରୁତ୍ୱ ଦିଆଯାଉ ନାହିଁ । ଏହା ବାଦ୍ କୁମ୍ଭମେଳା ଆୟୋଜନକୁ ମଧ୍ୟ ଟାର୍ଗେଟ କରିଛନ୍ତି । କୁମ୍ଭ ମେଳା ଆୟୋଜନା ହେବା ସରକାରଙ୍କ ଭୁଲ ନିଷ୍ପତ୍ତି ବୋଲି ସେ କହିଛନ୍ତି । ଏଥିପାଇଁ ଦେଶରେ ସଂକ୍ରମଣ ଅଧିକ ହେଲା । ଟିକା ପରିଚାଳନା ଓ ଟୀକାକରଣରେ ମଧ୍ୟ ସରକାରଙ୍କ ଯୋଜନା ଫେଲ ମାରିଛି । ଏଥିସହ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଚିଠିକୁ ଅଣଦେଖା କରିବା ମୋଦୀ ସରକାରଙ୍କ ଅହକାଂରକୁ ଦର୍ଶାଉଛି ବୋଲି ସେ କହିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Nirmal Sitharaman Husband Targets Central Govt ON COVID Management
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X