ବିଜେପି ଛାଡ଼ିଲେ ନୀଳଗିରି ବିଧାୟକ, ଘର ବାହୁଡ଼ା ନେଇ ତେଜିଲା ଚର୍ଚ୍ଚା
ଭୁବନେଶ୍ୱର: ନିର୍ବାଚନ ପାଖେଇ ଆସିବା ସହ ରାଜ୍ୟରେ ବଢୁଛି ନେତାଙ୍କ ଦଳ ଡିଆଁ । ଏହି ସମୟରେ ଆଜି ବିଜେପି ଛାଡିଛନ୍ତି ନୀଳଗିରି ବିଧାୟକ ସୁକାନ୍ତ ନାୟକ । ରାଜ୍ୟ ବିଜେପି ସଭାପତିଙ୍କୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି । ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିବା ନେଇ ଉଲ୍ଲେଖ କରିଛନ୍ତି ।

ଏହା ପୂର୍ବରୁ ସୁକାନ୍ତ ନାୟକ 2014 ରେ ବିଜେଡ଼ି ଟିକେଟରେ ନୀଳଗିରି ବିଧାୟକ ହୋଇଥିଲେ । ଏହା ପରେ ସେ ଦଳ ଛାଡ଼ି 2019 ରେ ବିଜେପି ରେ ଯୋଗ ଦେଇଥିଲେ । ଏପରିକି ବିଜେପି ଟିକେଟରୁ ସେ ପୁଣି ନୀଳଗିରି ବିଧାୟକ ହୋଇଥିଲେ । ବର୍ତ୍ତମାନ ସେ ବିଜେପି ଛାଡ଼ିଛନ୍ତି ।
ବିଜେପିରୁ ଇସ୍ତଫା ଦେବା ପରେ ସୁକାନ୍ତଙ୍କ ଘର ବାହୁଡ଼ା ହୋଇପାରେ ବୋଲି ଚର୍ଚ୍ଚା ଜୋର୍ ଧରିଛି । ସେ ପୁଣିଥରେ ବିଜେଡି ଫେରିପାରନ୍ତି ବୋଲି କଳ୍ପନାଜଳ୍ପନା ଲାଗି ରହିଛି । ଯେହେତୁ ପୂର୍ବରୁ ବିଜେଡିରୁ ସୁକାନ୍ତ ବିଧାୟକ ରହି ସାରିଛନ୍ତି ତେଣୁ ସେ ପୁଣିଥରେ ବିଜେଡିକୁ ଘରବାହୁଡା କରିବା ନେଇ ଚର୍ଚ୍ଚା ଜୋର ଧରିଛି । ଏହାପୂର୍ବରୁ ବିଜେଡି ଘୋଷଣା କରିଥିବା ବିଧାୟକ ପ୍ରାର୍ଥୀ ତାଲିକାରେ ନୀଳଗିରି ନଥିଲା । ତେଣୁ ବିଜେଡିରେ ସାମିଲ ହେଲେ ନୀଳଗିରିରୁ ସୁକାନ୍ତଙ୍କୁ ପ୍ରାର୍ଥୀ କରିପାରେ ଦଳ ।












Click it and Unblock the Notifications