ଆଜି ସନ୍ଧ୍ୟା ସୁଦ୍ଧା ଘୋଷଣା ହୋଇପାରେ କର୍ଣ୍ଣାଟକର ନୂତନ ସିଏମ୍,ବେଙ୍ଗାଲୁରୁ ଅଭିମୁଖେ ଦୁଇଜଣ ପର୍ଯ୍ୟବେକ୍ଷକ
ଆଜି ସନ୍ଧ୍ୟା ସୁଦ୍ଧା ନୂତନ ସିଏମଙ୍କ ନାମ ଘୋଷଣା କରାଯାଇପାରିବ ବୋଲି ଆଶା କରାଯାଉଛି । ବିଜେପି ହାଇକମାଣ୍ଡ ଏହାର ଦୁଇ ପର୍ଯ୍ୟବେକ୍ଷକଙ୍କୁ ବେଙ୍ଗାଲୁରୁ ପଠାଇଛି, ଯାହା ପରେ ଅପରାହ୍ନ 5 ଟାରେ ବିଧାୟକଙ୍କ ବୈଠକ ପରେ ନୂଆ ନାମ ଘୋଷଣା ହେବାର ସମ୍ଭାବନା ରହିଛି ।
ବେଙ୍ଗାଲୁରୁ : କର୍ଣ୍ଣାଟକରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ସୋମବାର (ଜୁଲାଇ 26)ରେ ବିଜେପି ନେତା ବିଏସ ୟେଦ୍ଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟରେ ବିଜେପି ସରକାର ଦୁଇ ବର୍ଷ ପୂରଣ କଲାବେଳେ ୟେଦ୍ଦୁରପ୍ପା ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ବର୍ତ୍ତମାନ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଆଲୋଚନା ତୀବ୍ର ହୋଇଛି । ଏଭଳି ପରିସ୍ଥିତିରେ ଆଜି ସନ୍ଧ୍ୟା ସୁଦ୍ଧା ନୂତନ ସିଏମଙ୍କ ନାମ ଘୋଷଣା କରାଯାଇପାରିବ ବୋଲି ଆଶା କରାଯାଉଛି । ବିଜେପି ହାଇକମାଣ୍ଡ ଏହାର ଦୁଇ ପର୍ଯ୍ୟବେକ୍ଷକଙ୍କୁ ବେଙ୍ଗାଲୁରୁ ପଠାଇଛି, ଯାହା ପରେ ଅପରାହ୍ନ 5 ଟାରେ ବିଧାୟକଙ୍କ ବୈଠକ ପରେ ନୂଆ ନାମ ଘୋଷଣା ହେବାର ସମ୍ଭାବନା ରହିଛି ।

ଖବର ଅନୁଯାୟୀ, ୟେଦ୍ଦୁରପ୍ପା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ବିଜେପି ହାଇକମାଣ୍ଡ ଏହାର ପର୍ଯ୍ୟବେକ୍ଷକ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜି କିଶନ ରେଡ୍ଡୀଙ୍କ ସହ କର୍ଣ୍ଣାଟକର ଦାୟିତ୍ୱରେ ଥିବା ବିଜେପି ଜାତୀୟ ସାଧାରଣ ସଚିବ ଅରୁଣ ସିଂଙ୍କୁ ବେଙ୍ଗାଲୁରୁ ପଠାଇଛନ୍ତି ।
ବିଜେପି ଧର୍ମେନ୍ଦ୍ର ପ୍ରଧାନ ଏବଂ ଜି କିଶନ ରେଡ୍ଡୀଙ୍କୁ କର୍ଣ୍ଣାଟକର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି । ଉଭୟ ନେତା କର୍ଣ୍ଣାଟକ ଗସ୍ତ କରିବେ । ସନ୍ଧ୍ୟା 7.30 ରେ କ୍ୟାପିଟାଲ ହୋଟେଲରେ ବିଧାୟକ ଦଳ ବୈଠକ ପରେ କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେବାର ସମ୍ଭାବନା ରହିଛି ।
ଏହି ସମୟରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା କରାଯାଉଛି । କଂଗ୍ରେସରୁ ବିଜେପିକୁ ଯାଇଥିବା ନାଗରାଜ ଦାବି କରିଛନ୍ତି ଯେ ବି.ଏସ୍ ୟେଦ୍ଦୁରପ୍ପାଙ୍କ ଇସ୍ତଫା ପରେ ସିଟି ରବି କିମ୍ବା ପ୍ରହଲ୍ଲାଦ ଯୋଶୀ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ସେ କହିଛନ୍ତି ଯେ ମୁଁ ମନ୍ତ୍ରଣାଳୟ ପାଇବି କି ନାହିଁ ମୁଁ ନିଶ୍ଚିତ ନୁହେଁ । ଯାହା ନିଷ୍ପତ୍ତି ନିଆଯିବ ଆମେ ଗ୍ରହଣ କରିବୁ । କର୍ଣ୍ଣାଟକ ମନ୍ତ୍ରୀ ମୁରୁଗେଶ ନିରାନୀ କହିଛନ୍ତି ଯେ ନୂତନ ମୁଖ୍ୟମନ୍ତ୍ରୀ ଚୟନରେ ବିଜେପି ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ସେ ପାଳନ କରିବେ ।












Click it and Unblock the Notifications