Get Updates
Get notified of breaking news, exclusive insights, and must-see stories!

ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେଲେ ନେଫିୟୁ ରିଓ, ରାଜ୍ୟରେ ରହିବେନି କୌଣସି ବିରୋଧୀ ଦଳ

ନାଗାଲାଣ୍ଡରେ ଏନଡିପିପି ନେତା ନେଫିୟୁ ରିଓ ପଞ୍ଚମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ନାଗାଲାଣ୍ଡରେ ଅନୁଷ୍ଠିତ ନିର୍ବାଚନରେ ଏନଡିପିପି-ବିଜେପି ମିଳିତ ମଞ୍ଚ 37 ଟି ଆସି ଜିତି ବହୁମତ ହାସଲ କରିଛି ।

Neiphiu Rio

କୋହିମା : ନାଗାଲାଣ୍ଡରେ ଏନଡିପିପି ନେତା ନେଫିୟୁ ରିଓ ପଞ୍ଚମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ନାଗାଲାଣ୍ଡରେ ଅନୁଷ୍ଠିତ ନିର୍ବାଚନରେ ଏନଡିପିପି-ବିଜେପି ମିଳିତ ମଞ୍ଚ 37 ଟି ଆସି ଜିତି ବହୁମତ ହାସଲ କରିଛି । ରାଜ୍ୟରେ ବିଜେପି - ଏନଡିପିପି ମେଣ୍ଟ କରି ନିର୍ବାଚନ ଲଢିଥିଲେ । ରିଓ 2018 ନିର୍ବାଚନରେ ମଧ୍ୟ ବିଜେପି ସହିତ ମେଣ୍ଟ କରିଥିଲେ । ଗତ ନିର୍ବାଚନରେ ମିଳିତ ମଞ୍ଚ 30 ଟି ସିଟ୍ ଜିତିଥିଲା । ଏଥର ମିଳିତ ମଞ୍ଚକୁ ମିଳିଛି ଅଧିକ 7 ଆସନ । ତେବେ ରାଜ୍ୟରେ ଏକ ସର୍ବଦଳୀୟ ସରକାର ଗଠନ କରାଯାଇଛି । ରାଜ୍ୟରେ କୌଣସି ବିପକ୍ଷ ନାହାଁନ୍ତି ।

ନାଗାଲାଣ୍ଡର କୋହିମାଠାରେ ଅନୁଷ୍ଠିତ ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ନାଗାଲାଣ୍ଡ ରାଜ୍ୟପାଳ ଲା ଗଣେସନ, ବିଜେପି ସଭାପତି ଜେ.ପି. ନଡ୍ଡା ଏବଂ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଉପସ୍ଥିତ ଥିଲେ । 72 ବର୍ଷୀୟ ରିଓ ନିଜ ରାଜ୍ୟରେ ସର୍ବଦଳୀୟ ସରକାରର ନେତୃତ୍ୱ ନେବେ । ରାଜ୍ୟରେ କୌଣସି ବିରୋଧୀ ଦଳ ରହିବେ ନାହିଁ । ପୂର୍ବରୁ ଦୁଇଥର ନାଗାଲାଣ୍ଡରେ ସର୍ବଦଳୀୟ ସରକାର ଗଠନ ହୋଇସାରିଛି ।

ଏନଡିପିପିର ତାଡିଟୁଇ ରଙ୍ଗକୌ ଜେଲିଆଙ୍ଗ ଏବଂ ବିଜେପିର ୟାନଥୁଙ୍ଗୋ ପାଟନ୍ ନାଗାଲାଣ୍ଡର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଏହା ବ୍ୟତୀତ ଅନ୍ୟ 9 ଜଣ ବିଧାୟକ ନାଗାଲାଣ୍ଡ କ୍ୟାବିନେଟରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ନେଫିୟୁ ରିଓ ସମେତ ଉଭୟ ଦଳର ମୋଟ 12 ଜଣ ବିଧାୟକ ଶପଥ ଗ୍ରହଣ କରିଛନ୍ତି । ଏଥିରୁ 7 ଟି ପୋଷ୍ଟ ଏନଡିପିପି ଆକାଉଣ୍ଟକୁ ଯାଇଥିବାବେଳେ 5 ଟି ପୋଷ୍ଟ ବିଜେପିକୁ ମିଳିଛି ।

ନାଗାଲାଣ୍ଡ ବିଧାନସଭା ନିର୍ବାଚନରେ 2023 ରେ ରାଜ୍ୟର ଜାତୀୟ ଗଣତାନ୍ତ୍ରିକ ପ୍ରଗତିଶୀଳ ପାର୍ଟି (ଏନଡିପିପି) ଏବଂ ବିଜେପି ମିଳିତ ମଞ୍ଚ ବହୁମତ ହାସଲ କରିଛି । ଏନଡପିପି 40 ଏବଂ ବିଜେପି 20 ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ନିର୍ବାଚନରେ ଏନଡିପିପି ଏବଂ ବିଜେପି ଯଥାକ୍ରମେ 25 ଓ 12 ଟି ଆସନ ଜିତିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+