Get Updates
Get notified of breaking news, exclusive insights, and must-see stories!

ଜଗନ୍ନାଥ ଦର୍ଶନ କରି ମନ୍ଦିର ଝାଡ଼ୁ କଲେ ଏନଡିଏ ରାଷ୍ଚ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା ହେବା ପରେ ସକାଳୁ ସକାଳୁ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସ୍ଥିତ ମନ୍ଦିର ଦର୍ଶନ କରିଛନ୍ତି ଦ୍ରୌପଦୀ ମୁର୍ମୁ । ନାଁ ଘୋଷଣା ପରେ ବିଭିନ୍ନ ମନ୍ଦିରରେ ଦର୍ଶନ ସହ ପୂଜାର୍ଚ୍ଚନା କରିଛନ୍ତି ଦ୍ରୌପଦୀ

ଭୁବନେଶ୍ୱର : ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ଦ୍ରୌପଦୀ ମୁର୍ମୁଙ୍କ ନାଁ ଘୋଷଣା କରିଛି ଏନଡିଏ । ଦ୍ରୌପଦୀଙ୍କ ନାମ ଘୋଷଣା ହେବା ପରେ ସାରା ଦେଶରେ ରାଜନୀତି ସକ୍ରିୟ ହୋଇଛି । ଓଡିଆ ଝିଅ ଭାବେ ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସମର୍ଥନ କରିବାକୁ ବିଜେଡି ସଙ୍କେତ ଦେଇସାରିଛି ।

draupadi murmu

ଅନ୍ୟପଟେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା ହେବା ପରେ ସକାଳୁ ସକାଳୁ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସ୍ଥିତ ମନ୍ଦିର ଦର୍ଶନ କରିଛନ୍ତି ଦ୍ରୌପଦୀ ମୁର୍ମୁ । ନାଁ ଘୋଷଣା ପରେ ବିଭିନ୍ନ ମନ୍ଦିରରେ ଦର୍ଶନ ସହ ପୂଜାର୍ଚ୍ଚନା କରିଛନ୍ତି ଦ୍ରୌପଦୀ ମୁର୍ମୁ । ପୂର୍ଣ୍ଣେଶ୍ୱର ଶିବ ମନ୍ଦିର, ହନୁମାନ ମନ୍ଦିର, ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ବିଭିନ୍ନ ମନ୍ଦିରରେ ଦର୍ଶନ ସହ ଆର୍ଶୀବାଦ କାମନା କରିଛନ୍ତି ଦ୍ରୌପଦୀ ମୁର୍ମୁ । ମନ୍ଦିର ପରିସର ଝାଡ଼ୁ କରିଛନ୍ତି ଦ୍ରୌପଦୀ ।

ପୂବାହ୍ନ 11 ଟାରୁ 11 ଟା 30 ମଧ୍ୟରେ ଭୁବନେଶ୍ୱର ଅଭିମୁଖେ ବାହାରିବେ । ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇପାରନ୍ତି ଦ୍ରୌପଦୀ ମୁର୍ମୁ ।

ଯଦି ନିର୍ବାଚିତ ହୁଅନ୍ତି, ତେବେ ସେ ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ତଥା ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବେ । ଭି ଭି ଗିରିଙ୍କ ପରେ ଭାରତର ରାଷ୍ଟ୍ରପତି ହେବାରେ ଦ୍ୱିତୀୟ ଓଡିଶା ଜନ୍ମିତ ନେତା ହେବେ ।

ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରୁ ଆସିଥିବା ମୁର୍ମୁ ରାଜ୍ୟ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଶିକ୍ଷକ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ମୟୂରଭଞ୍ଜର ରାଇରଙ୍ଗପୁରରୁ ଦୁଇଥର ବିଜେପି ବିଧାୟକ (2000 ଏବଂ 2009), ସେ 2000 ରେ କ୍ଷମତାକୁ ଆସିଥିବା ବିଜେପି-ବିଜେଡି ମିଳିତ ସରକାର ସମୟରେ ବାଣିଜ୍ୟ ଏବଂ ପରିବହନ ଏବଂ ମତ୍ସ୍ୟଜୀବୀ ଏବଂ ପଶୁପାଳନ ପୋର୍ଟଫୋଲିଓ ଧରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+