Kerala Assembly Election 2021: କେରଳରେ ଘୋଷଣା ପତ୍ର ଜାରି କଲା ଏନଡିଏ, ଚାକିରୀ ଓ ଆତଙ୍କ ଉପରେ ରହିଛି ପ୍ରାଧାନ୍ୟ
ଆସନ୍ତା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର କେରଳରେ ଏନଡିଏ ଘୋଷଣାପତ୍ର ପ୍ରକାଶ କରିଛନ୍ତି । ଏହି ଘୋଷଣା ପତ୍ରରେ ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ୍ ଦିଆଯିବ ବୋଲି ଏନଡିଏ କହିଛି ।
ଥିରୁବନନ୍ତପୁରମ୍ : ଆସନ୍ତା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର କେରଳରେ ଏନଡିଏ ଘୋଷଣାପତ୍ର ପ୍ରକାଶ କରିଛନ୍ତି । ଏହି ଘୋଷଣା ପତ୍ରରେ ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ୍ ଦିଆଯିବ ବୋଲି ଏନଡିଏ କହିଛି । ଏହା ବ୍ୟତୀତ ସାବରିମାଲା ପାଇଁ ଏକ ନୂତନ ନିୟମ ପ୍ରଣୟନ କରାଯିବ । ଅନ୍ୟପକ୍ଷରେ, 'ଲଭ୍ ଜିହାଦ୍' ବିରୋଧରେ ଏକ ନୂତନ ଆଇନ ପ୍ରଣୟନ କରିବାକୁ ମଧ୍ୟ ପ୍ରତିଶୃତି ଦେଇଛି ଏନଡିଏ ।

ଘୋଷଣା ପତ୍ର ପ୍ରକାଶ କରି ପ୍ରକାଶ ଜାଭେଦକର କହିଛନ୍ତି, ଆମର ମେନିଫେଷ୍ଟୋରେ କେରଳର ଚାକିରୀ, ଆତଙ୍କବାଦ ଏବଂ ଭୋକ ମୁକ୍ତ ରାଜ୍ୟର ବ୍ୟବସ୍ଥା ସହିତ ସାମଗ୍ରିକ ବିକାଶ ଉପରେ ଧ୍ୟାନ ଦିଆଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ 'ବଙ୍ଗଳାର ଦୋସ୍ତି - କେରଳରେ କୁସ୍ତି' କଂଗ୍ରେସର ଏକ କପଟ । ଜାଭଡେକର କହିଛନ୍ତି, କେରଳର ସବୁଠାରୁ ଖରାପ କପଟୀର ସାକ୍ଷୀ ରହିଛି । ସାବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ରାଜ୍ୟ ସରକାରଙ୍କ ମନୋଭାବ କ'ଣ ? ଉଭୟ LDF ଏବଂ UDF ଏକାଭଳି ବୋଲି କହିଛନ୍ତି ଜାଭେଦକର ।
Our manifesto focuses on Kerala's holistic development with provisions for jobs, terror & hunger-free state, law on Sabarimala, & 'love jihad'. The rift b/w CPM & Congress in Kerala is a drama. 'Bengal mei dosti, Kerala mei kushti' is hypocrisy: Union Minister Prakash Javadekar pic.twitter.com/GoY3pWvjo9
— ANI (@ANI) March 24, 2021
ଆମେ ଆପଣଙ୍କୁ କହିରଖୁଛୁ ଯେ, କେରଳର 140 ଟି ବିଧାନସଭା ଆସନରେ ଏପ୍ରିଲ 6 ରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ ଏବଂ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ମାର୍ଚ୍ଚ 19 ରହିଛି । ମେ 2 ତାରିଖରେ କେରଳ ନିର୍ବାଚନର ଫଳାଫଳ ଘୋଷଣା ହେବ ।












Click it and Unblock the Notifications