ଟଳମଳ NCP ରାଜନୀତି : ପୁଣି ଏକାଠି ହେବେ କି ଦାଦା - ପୁତୁରା... ସିନିୟର ଶରଦଙ୍କୁ ଭେଟିଲେ ପୁତୁରା
NCP Political Crisis : ମହାରାଷ୍ଟ୍ର ଏନସିପି ରାଜନୀତିରେ ଘଡ଼ିକେ ଛୁଟୁଛି ଘୋଡ଼ା । କେତେବେଳେ ଦଳର ବିଧାୟକଙ୍କୁ ନେଇ ଅଜିତ୍ ପାୱାର ନିଜର ବହୁମତ ସାବ୍ୟସ୍ତ କରୁଛନ୍ତି ତ ପୁଣି କେତେବେଳେ ଆସି ଶରଦ ପାୱାରଙ୍କୁ ଭେଟୁଛନ୍ତି । ଦାଦା-ପୁତୁରାଙ୍କ ମଧ୍ୟରେ ଥିବା ମତଭେଦ ବାହାରକୁ ସ୍ପଷ୍ଟ ଜଣାପଡ଼ୁଥିଲେ ମଧ୍ୟ ସମ୍ପର୍କ ଅତୁଟ ରଖିବାକୁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି ଅଜିତ୍ । ଏଥି ମଧ୍ୟରେ ଦ୍ୱିତୀୟ ଥର ପାଇଁ ଶରଦଙ୍କୁ ଭେଟିଛନ୍ତି ବିଦ୍ରୋହୀ ବିଧାୟକ । ଶରଦଙ୍କୁ ମନାଇ ଏନଡିଏକୁ ସମର୍ଥନ କରିବାକୁ ଅଜିତ୍ ଜୋରଦାର ପ୍ରୟାସ କରୁଥିବା ଜଣାପଡ଼ିଛି ।

ଏହି ସମୟରେ ସୋମବାର ଦିନ ମହାରାଷ୍ଟ୍ରର ଡେପୁଟି ସିଏମ ଅଜିତ ପାୱାର ଏବଂ ତାଙ୍କ ପକ୍ଷରେ ଥିବା ଏନସିପି ବିଦ୍ରୋହୀ ବିଧାୟକମାନେ କ୍ରମାଗତ ଦ୍ୱିତୀୟ ଦିନ ପାର୍ଟି ସଭାପତି ଶରଦ ପାୱାରଙ୍କୁ ଭେଟିବା ପାଇଁ ମୁମ୍ବାଇର ୱାଇବି ଚହ୍ୱାନ ସେଣ୍ଟରରେ ପହଞ୍ଚିଥିଲେ । ଏନସିପି ମୁଖ୍ୟ ଶରଦ ପାୱାର ମଧ୍ୟ ସେଠାରେ ପହଞ୍ଚିଥିଲେ ।
ଶରଦ ପାୱାରଙ୍କୁ ଭେଟିବା ପରେ ଅଜିତ ପାୱାର ଦଳର ନେତା ପ୍ରଫୁଲ୍ଲ ପଟେଲଙ୍କ ବିବୃତ୍ତି ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ ଆଜି ଅର୍ଥାତ୍ ସୋମବାର ଦିନ ଅଜିତ ପାୱାର, ସୁନୀଲ ତଟକର ଏବଂ ମୁଁ ଶରଦ ପାୱାରଙ୍କୁ ଭେଟିଥିଲୁ । NCP କୁ ଏକାଠି ରଖିବା ପାଇଁ ଆମେ ତାଙ୍କୁ ପୁନର୍ବାର ଅନୁରୋଧ କଲୁ । ସେ ଆମ କଥା ଶୁଣିଲେ, କିନ୍ତୁ ଏ ବିଷୟରେ କିଛି କହିଲେ ନାହିଁ ।
ଏହାପୂର୍ବରୁ ଗତକାଲି ଅର୍ଥାତ୍ ଜୁଲାଇ 16 ରେ ଅଜିତ ପାୱାର ମଧ୍ୟ ଶରଦ ପାୱାରଙ୍କୁ ଭେଟିଥିଲେ । ଏହି ସମୟରେ ମହାରାଷ୍ଟ୍ରର ଡେପୁଟି ସିଏମ୍ ଅଜିତ ପାୱାର, ପ୍ରଫୁଲ୍ଲ ପଟେଲ, ଛଗନ ଭୁଜବଲ ଏବଂ ଦିଲୀପ ପାଟିଲଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ ।
ଏଥି ସହିତ ଶରଦ ପାୱାରଙ୍କ ସହ ବିଦ୍ରୋହୀମାନଙ୍କର ବୈଠକ ପରେ ଜୟନ୍ତ ପାଟିଲ କହିଛନ୍ତି ଯେ ମହାରାଷ୍ଟ୍ର ସରକାରରେ ଜଡିତ ସମସ୍ତ ବିଦ୍ରୋହୀ ମନ୍ତ୍ରୀଙ୍କ ଫେରିବା ପରେ ସେ ଖୁସି ହେବେ । ସେ କହିଛନ୍ତି ଯେ ଯଦି ମହାରାଷ୍ଟ୍ର ସରକାରରେ ଯୋଗ ଦେଇଥିବା ଏନସିପି ବିଧାୟକମାନେ ଆମ ଦଳକୁ ଫେରି ଆସନ୍ତି, ତେବେ ମହାରାଷ୍ଟ୍ର ଏନସିପିର ସଭାପତି ଭାବରେ ମୁଁ ଏଥିରେ ବହୁତ ଖୁସି ହେବି ।
ଅପରପକ୍ଷରେ ଆଜି ବେଙ୍ଗାଲୁରୁରରେ ବିରୋଧୀଙ୍କ ମେଳି ହେଉଛି । ଏଥିରେ ଶରଦ ପାୱାର ଯୋଗ ଦେବେ ବୋଲି ଖବର ଆସିବା ପରେ ଅଜିତ୍ ତାଙ୍କୁ ଭେଟିବା ପ୍ରସଙ୍ଗ ରାଜନୈତିର ମହଲରେ ଆଲୋଡ଼ନ ସୃଷ୍ଟି କରିଛି । ଏହି ବୈଠକରେ ଶରଦ ପାୱାର କେମିତି ଯୋଗ ନଦେବେ, ସେଥିପାଇଁ ସମ୍ଭବତଃ ଅଜିତ ପାୱାର ତାଙ୍କ ଉପରେ ଚାପ ପକାଉଥିବା ମଧ୍ୟ ଚର୍ଚ୍ଚା ହେଉଛି । କିନ୍ତୁ ଶରଦ ପାୱାର ଆସନ୍ତାକାଲି ବିରୋଧୀଙ୍କ ମହାବୈଠକରେ ଯୋଗଦେବେ ବୋଲି ତାଙ୍କ ଗୋଷ୍ଠୀ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଏଥିସହ ଆଜି ଶରଦ ପାୱାର ଦଳୀୟ କର୍ମୀମାନଙ୍କୁ ସମ୍ବୋଧନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଶରଦ ପାୱାର ସ୍ପଷ୍ଟ କରିଛନ୍ତି ଯେ ସେ ବିକାଶମୂଳକ ରାଜନୀତି ଜାରି ରଖିବେ ଓ ବିଜେପି ସହ କେବେ ହେଲେ ସାଲିସ କରିବେ ନାହିଁ ।
ଆପଣଙ୍କୁ କହିରଖୁଛୁ ଯେ ଜୁଲାଇ 2 ରେ ମହାରାଷ୍ଟ୍ର ରାଜନୀତିରେ ଏକ ଭୂକମ୍ପ ହୋଇଥିଲା । ଅଜିତଙ୍କ ନେତୃତ୍ୱରେ ଏନସିପିର ଭେଟେରାନ ନେତାମାନେ ଦଳ ବିରୋଧରେ ବିଦ୍ରୋହ କରି ଏନଡିଏରେ ଯୋଗ ଦେଇଥିଲେ ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications