ଏନସିପି ମୁଖ୍ୟ ରହିବେ ଶରଦ ପାୱାର, ପଦବୀରେ ରହିବାକୁ ଅନୁରୋଧ କଲା ପାର୍ଟି ପ୍ୟାନେଲ

Sharad pawar

ମୁମ୍ବାଇ : ଆଜିକାଲି ମହାରାଷ୍ଟ୍ର ରାଜନୀତି ଚଳଚଞ୍ଚଳ ରହିଛି । ଏନସିପି ର ସଭାପତି ପଦରୁ ଶରଦ ପାୱାରଙ୍କ ଇସ୍ତଫା ପରେ ଶୁକ୍ରବାର ଦିନ ଦଳର ଏକ ବୈଠକ ରେ ଇସ୍ତଫାକୁ ଗ୍ରହଣ କରାଯାଇନାହିଁ । ଏନସିପି ମୁଖ୍ୟ ଶରଦ ପାୱାର ପୁଣି ଅଧ୍ୟକ୍ଷ ପଦରେ ରହିବା ନେଇ ଏକ ସଂକଳ୍ପ ପାରିତ ହୋଇଛି । ଶରଦ ପାୱାର ତାଙ୍କ ଇସ୍ତଫା ଫେରାଇ ଦଳର ଅଧ୍ୟକ୍ଷ ପଦରେ ରହିବାକୁ ଦଳ ପକ୍ଷରୁ ଅନୁରୋଧ କରାଯାଇଛି ।

ଏନସିପି ବରିଷ୍ଠ ନେତା ପ୍ରଫୁଲ୍ଲ ପଟେଲ କହିଛନ୍ତି ଯେ ପାୱାର ଦଳର ସଭାପତି ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଆମେ ସର୍ବସମ୍ମତି କ୍ରମେ ଇସ୍ତଫା ପ୍ରତ୍ୟାଖ୍ୟାନ କରିଛୁ । ଆମେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଛୁ ଯେ ତାଙ୍କୁ ଦଳର ସଭାପତି ଭାବରେ ଜାରି ରଖିବାକୁ ଆମେ ଅନୁରୋଧ କରୁଛୁ । ଆହୁରି ମଧ୍ୟ କହିଛନ୍ତି ଯେ ଗତ କିଛି ଦିନ ତଳେ ପାୱାର, ସୁପ୍ରିୟା ସୁଲେଙ୍କ ପରି ବହୁ ବରିଷ୍ଠ ନେତା ତାଙ୍କ ନିକଟରେ ପହଞ୍ଚି ସେମାନଙ୍କ ଭାବନା ପ୍ରକାଶ କରିଥିଲେ । ଆମେ ସମସ୍ତ ଜିଲ୍ଲାରୁ କ୍ୟାଡରଙ୍କ ଭାବନାକୁ ତାଙ୍କ ଆଗରେ ରଖିଥିଲୁ ।

ଏହି କମିଟିରେ ପଟେଲ, ସୁନୀଲ ତଟକରେ, କେ.କେ ଶର୍ମା, ଅଜିତ ପାୱାର, ଜୟନ୍ତ ପାଟିଲ, ସୁପ୍ରିୟା ସୁଲେ, ଛଗନ ଭୁଜବଲ, ଦିଲୀପ ୱାଲ୍ସ ପାଟିଲ, ଅନିଲ ଦେଶମୁଖ, ରାଜେଶ ଟୋପେ, ଜିତେନ୍ଦ୍ର ଆହ୍ୱାଡ, ହାସନ ମୁଶ୍ରିଫ, ଧନଞ୍ଜୟ ମୁଣ୍ଡେ, ଜୟଦେବ ଗାଇକୱାଡ, ନରହରି ଥିଲେ ।

ସୂଚନାଥାଉକି, ଶରଦ ପାୱାର ମେ 2 ରେ ଏନସିପି ମୁଖ୍ୟ ପଦରୁ ଇସ୍ତଫା ଘୋଷଣା କରିଥିଲେ । ସେତେବେଳେ ଅଜିତ ପାୱାର ପୂର୍ବତନ ନିଷ୍ପତ୍ତିକୁ ସମର୍ଥନ କରି କହିଥିଲେ ଯେ ପରବର୍ତ୍ତୀ ଦଳର ମୁଖ୍ୟ ଶରଦ ପାୱାରଙ୍କ ଅଧୀନରେ କାମ କରିବେ । ଦଳର କର୍ମୀ ତଥା ନେତାମାନେ ଶରଦଙ୍କୁ ଭେଟି ସମର୍ଥକଙ୍କ ଭାବନା ପ୍ରକାଶ କରିବା ସହ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ନିବେଦନ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+