Get Updates
Get notified of breaking news, exclusive insights, and must-see stories!

‘ବିଜେପି ଯିବା ଖବର ଗୁଜବ, NCP ରେ ଅଛି... ରହିବି...', ସାମ୍ବାଦିକ ସମ୍ମିଳନୀରେ କହିଲେ ଅଜିତ

ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ ମୁହଁ ଖୋଲିଛନ୍ତି ଏନସିପି ନେତା ଅଜିତ ପାୱାର । ସେ ବିଜେପିରେ ଯୋଗ ଦେବା ଖବରକୁ ଖଣ୍ଡନ କରିବା ସହ ଏହାକୁ ଗୁଜବ ବୋଲି କହିଛନ୍ତି ।

ଏନସିପି ନେତା ଅଜିତ ପାୱାର ସାମ୍ବାଦିକ ସମ୍ମିଳନୀ କରି କଲ୍ପନାଜଳ୍ପନାରେ ଯବନିକା ପକାଇଛନ୍ତି । ସେ କହିଛନ୍ତି, 'ବିଜେପିରେ ସାମିଲ ହେବା ଖବର ଗୁଜବ । ମୁଁ ଏନସିପିରେ ଅଛି.. ରହିବି... ।'

ajit pawar

ଏହା ପୂର୍ବରୁ ଅଜିତ୍ ପାୱାର ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏପରିକି ସେ ଦଳର 30 ରୁ ଅଧିକ ବିଧାୟକଙ୍କୁ ସାଥିରେ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏହି ଖବରକୁ ଗୁଜବ ବୋଲି କହିଥିଲେ ଏନସିପି ମୁଖ୍ୟ ଶରଦ ପାୱାର । ବର୍ତ୍ତମାନ ଅଜିତ୍ ପାୱାର ନିଜେ ଏହି ଖବରକୁ ଖଣ୍ଡନ କରିଛନ୍ତି ।

ଏନସିପି ସାଂସଦ ତଥା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେଙ୍କ ବୟାନ ପରେ ଏହି ଚର୍ଚ୍ଚା ଆହୁରି ଜୋର ଧରିଥିଲା । ସୁପ୍ରିୟା କହିଥିଲେ ଯେ ଆଗାମୀ 15 ଦିନ ମଧ୍ୟରେ ଦୁଇଟି ବଡ଼ ରାଜନୈତିକ ଧମାକା ହେବ । ଗୋଟିଏ ଦିଲ୍ଲୀରେ ଏବଂ ଅନ୍ୟଟି ମହାରାଷ୍ଟ୍ରରେ । ଏହା ପରେ ମହାରାଷ୍ଚ୍ର ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନ ହେବା ନେଇ ଆଶଙ୍କା କରାଯାଉଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+