'ପାୱାର' କରିଡରରେ ପାୱାର, ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଶରଦ

ଏନସିପି ମୁଖ୍ୟ ତଥା ରାଜ୍ୟସଭା ସାଂସଦ ଶରଦ ପାୱାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଶରଦ ପାୱାର ଶନିବାର ଦିନ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ ଯେଉଁଠାରେ ଦୁଇ ନେତା ପ୍ରାୟ 50 ମିନିଟ ଧରି ଆଲୋଚନା କରିଥିଲେ ।

ନୂଆଦିଲ୍ଲୀ : ଏନସିପି ମୁଖ୍ୟ ତଥା ରାଜ୍ୟସଭା ସାଂସଦ ଶରଦ ପାୱାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଶରଦ ପାୱାର ଶନିବାର ଦିନ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ ଯେଉଁଠାରେ ଦୁଇ ନେତା ପ୍ରାୟ 50 ମିନିଟ ଧରି ଆଲୋଚନା କରିଥିଲେ । ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ବୈଠକର ଫଟୋ ପ୍ରକାଶ କରି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏହି ସୂଚନା ଦେଇଛନ୍ତି ।

sharad pawar-Modi

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ପାୱାରଙ୍କ ଦଳ ଏନସିପି, କଂଗ୍ରେସ ଏବଂ ଶିବସେନାଙ୍କ ସହ ମହାରାଷ୍ଟ୍ରରେ କ୍ଷମତାରେ ରହିଛି । ଏଭଳି ପରିସ୍ଥିତିରେ ସେ ହଠାତ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ତେବେ ଦୁଇ ନେତାଙ୍କ ବୈଠକର କାରଣ କ'ଣ ଏବଂ ଏହି ବୈଠକରେ ଦୁଇ ନେତାଙ୍କ ମଧ୍ୟରେ କେଉଁ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ଏ ସମ୍ପର୍କରେ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ । ଶରଦ ପାୱାର ମଧ୍ୟ ଗତକାଲି ଦିଲ୍ଲୀରେ ଦୁଇ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ରାଜନାଥ ସିଂଙ୍କୁ ଭେଟିଛନ୍ତି ।

ଅନ୍ୟପଟେ 2024 କୁ ଲକ୍ଷ୍ୟ ରଖି ସମସ୍ତ ବିରୋଧୀଙ୍କୁ ଏକାଠି କରି ବିଜେପି ବିରୋଧରେ ନିର୍ବାଚନ ଲଢ଼ିବେ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିସାରିଛନ୍ତି। ତେବେ ମମତା ଏବଂ ବିରୋଧୀଙ୍କ ଉଦ୍ଦେଶ୍ୟ ସେତେବେଳେ ସଫଳ ହେବ ଯଦି ସେମାନେ ରାଜନୀତିକ ଓସ୍ତାଦ କୁହାଯାଉଥିବା ପାଓ୍ୱାରଙ୍କୁ ତାଙ୍କ ପାର୍ଶ୍ୱରେ ରଖିବେ । ପାଓ୍ୱାରଙ୍କୁ ଆଗାମୀ ଦିନରେ ରାଷ୍ଟ୍ରପତି କରାଇବାକୁ ମଧ୍ୟ ବିରୋଧୀ ଗୋଷ୍ଠୀ ଯୋଜନା କରୁଥିବା ସୂଚନା ରହିଛି । ତେଣୁ ଏଭଳି ସ୍ଥିତିରେ ପାଓ୍ୱାରଙ୍କୁ ନିଜ ପାର୍ଶ୍ୱରେ ରଖିବାକୁ ବିଜେପି ଭିତିରିଆ ଗୋଟି ଚଳାଉଥିବା ସୂଚନା ରହିଛି । ମହାରାଷ୍ଟ୍ରରେ ଏନସିପି ସହିତ ମେଣ୍ଟ କରି ପାଓ୍ୱାରଙ୍କୁ ରାଷ୍ଟ୍ରପତି ପଦ ପାଇଁ ବିଜେପି ଅଫର ଦେଇପାରେ ବୋଲି ଏକ ସମ୍ଭାବନା ରହିଛି ।

ଆପଣଙ୍କୁ କହିରଖୁଛୁ ଯେ ଶରଦ ପାୱାର ବର୍ତ୍ତମାନ ବିରୋଧୀ ଦଳର ଜଣେ ପ୍ରମୁଖ ନେତା ଅଟନ୍ତି । ନିକଟରେ ସେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସହ ଅନେକ ବୈଠକ କରିଛନ୍ତି । ଏହା ପରେ ତାଙ୍କୁ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହେବା ଏବଂ ୟୁପିଏ ଅଧ୍ୟକ୍ଷ କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା । କିନ୍ତୁ ଏସବୁକୁ ଏନସିପି ଖଣ୍ଡନ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+