'ଟ୍ୱିଟ ବୋମା' ପକାଇଲେ ନବାବ ମଲିକ, ଫଟୋ ସେୟାର କରି କହିଲେ 'କବୁଲ ହୈ, କବୁଲ ହୈ, କବୁଲ ହୈ... ଏ କଣ କଲ ସମୀର ଦାଉଦ ୱାନଖେଡେ'
ନବାବ ମଲିକ ଟ୍ୱିଟର ହ୍ୟାଣ୍ଡେଲରେ ଫଟୋ ସେୟାର କରି ଏହାର କ୍ୟାପସନରେ ଲେଖିଛନ୍ତି, 'କବୁଲ ହୈ, କବୁଲ ହୈ, କବୁଲ ହୈ... ଏ କଣ କଲ ସମୀର ଦାଉଦ ୱାନଖେଡ଼େ' ।
ମୁମ୍ବାଇ : ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରାଯିବା ପରେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ନବାବ ମଲିକ ଏବଂ ଏନସିବି ଅଧିକାରୀ ସମୀର ୱାନକେଡେଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ନବାବ ମଲିକ ରବିବାର ବିଳମ୍ବିତ ରାତିରେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଆଉ ଏକ ଫଟୋ ସେୟାର କରିଛନ୍ତି ଏବଂ ଏହି ଫଟୋ ସମୀର ୱାନକେଡେଙ୍କ ବିବାହର ବୋଲି ଦାବି କରିଛନ୍ତି । ଫଟୋରେ ସମୀର ୱାନଖେଡେ ଏକ ଡକ୍ୟୁମେଣ୍ଟରେ ଦସ୍ତଖତ କରୁଥିବା ଦେଖିବାକୁ ମିଳିଛି । ତେବେ ନବାବ ମଲିକଙ୍କ ଏହି ଦାବି ଉପରେ ସମୀର ୱାନଖେଡେଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ନବାବ ମଲିକ ଟ୍ୱିଟର ହ୍ୟାଣ୍ଡେଲରେ ଫଟୋ ସେୟାର କରି ଏହାର କ୍ୟାପସନରେ ଲେଖିଛନ୍ତି, 'କବୁଲ ହୈ, କବୁଲ ହୈ, କବୁଲ ହୈ... ଏ କଣ କଲ ସମୀର ଦାଉଦ ୱାନଖେଡ଼େ' ।
ଆପଣଙ୍କୁ କହି ରଖୁଛୁ ନବାବ ମଲିକ କ୍ରମାଗତ ଭାବରେ ଦାବି କରୁଛନ୍ତି ଯେ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାନଖେଡେ ଜନ୍ମରୁ ଜଣେ ମୁସଲମାନ, କିନ୍ତୁ ସେ ନକଲି ଜାତି ପ୍ରମାଣପତ୍ର ବ୍ୟବହାର କରି ସଂରକ୍ଷିତ ବର୍ଗରେ ଚାକିରି ପାଇଛନ୍ତି । ଏଥିସହିତ ସମୀର ୱାନଖେଡେ ଏବଂ ତାଙ୍କ ପରିବାର ନବାବ ମଲିକଙ୍କ ଏହି ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ।

ଏହାପୂର୍ବରୁ ଶନିବାର ଦିନ ନବାବ ମଲିକଙ୍କ ଝିଅ ନୀଲୋଫର ମଲିକ ଖାନ ମଧ୍ୟ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ କିଛି ଡକ୍ୟୁମେଣ୍ଟ ପ୍ରକାଶ କରିଛନ୍ତି ଏବଂ ଦାବି କରିଛନ୍ତି ଯେ ସେଥିମଧ୍ୟରୁ ସମୀର ୱାନଖେଡେଙ୍କ ବିବାହ ପ୍ରମାଣପତ୍ର ଏବଂ ଅନ୍ୟଟି ହେଉଛି ରିସେପ୍ସନ କାର୍ଡ । ନିଲୋଫର ମଲିକ କହିଛନ୍ତି ଯେ ଏହି ଦଲିଲଗୁଡ଼ିକ ହେଉଛି ପ୍ରମାଣ ଯେ ସମୀର ୱାନଖେଡେଙ୍କ ପ୍ରଥମ ବିବାହ ଶବାନା କୁରେଶୀଙ୍କ ସହ ହୋଇଥିଲା । ନିଲୋଫର ତାଙ୍କ ଟ୍ୱିଟରେ ଦର୍ଶାଇଥିବା କାର୍ଡରେ ବରର ନାନ ସମୀର ଏବଂ ପିତାମାତାଙ୍କ ନାମରେ ଦାଉଦ ଏବଂ ଜାହିଦା ୱାନଖେଡେ ଲେଖାଯାଇଥିଲା ।
ଉଲ୍ଲେଖଯୋଗ୍ୟ ନବାବ ମଲିକ ମଧ୍ୟ ଦାବି କରୁଛନ୍ତି ଯେ ସମୀର ୱାନଖେଡେଙ୍କ ପିତାଙ୍କ ନାମ ଦାଉଦ ହୋଇଥିବାବେଳେ ସମୀରଙ୍କ ପରିବାର ତାଙ୍କ ପିତାଙ୍କ ନାମ ଜ୍ଞାନଦେବ ୱାନଖେଡେ ବୋଲି ଦାବି କରିଛନ୍ତି ।












Click it and Unblock the Notifications