ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ନବଜୋତ ସିଂ ସିଦ୍ଧୁ
ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା ଦେବାର କାରଣ ଜଣା ପଡିନାହିଁ କିନ୍ତୁ ସେ କଂଗ୍ରେସରେ ନିଜର କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି ।
ଚଣ୍ଡିଗଡ଼ : ପଞ୍ଜାବର ରାଜନୀତିରେ ରାଜନୈତିକ ଉତ୍ତେଜନା ଶେଷ ହେବାର ନାଁ ଧରୁନି । ଅତୀତରେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ବର୍ତ୍ତମାନର ପ୍ରତିଦ୍ୱନ୍ଦ୍ୱୀ ସହଯୋଗୀ ନବଜୋତ ସିଂ ସିଦ୍ଧୁ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ।

ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା ଦେବାର କାରଣ ଜଣା ପଡିନାହିଁ କିନ୍ତୁ ସେ କଂଗ୍ରେସରେ ନିଜର କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି । କଂଗ୍ରେସ ସଦସ୍ୟ ରହିବେ ବୋଲି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ପତ୍ରରେ ସିଦ୍ଧୁ ଉଲ୍ଲେଖ କରିଛନ୍ତି ।
Punjab Congress chief Navjot Singh Sidhu resigns pic.twitter.com/KbDbderXeo
— ANI (@ANI) September 28, 2021
ସୂଚନାଯୋଗ୍ୟ ଯେ ଆସନ୍ତା ବର୍ଷ ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏହାର ସଦସ୍ୟଙ୍କ ମଧ୍ୟରେ ମତଭେଦ ଦୂର କରିବାରେ ବିଫଳ ହୋଇଛି । ପୂର୍ବ ସିଏମ କ୍ୟାପ୍ଟେନ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ କଂଗ୍ରେସ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି, କିନ୍ତୁ ବର୍ତ୍ତମାନ ନବଜୋତ ସିଂ ସିଦ୍ଧୁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ଦଳର ହାଇ କମାଣ୍ଡର ସମସ୍ୟା ବଢାଇ ଦେଇଛନ୍ତି । ବର୍ତ୍ତମାନ 2022 ବିଧାନସଭା ନିର୍ବାଚନରେ କିଏ କଂଗ୍ରେସର ନେତୃତ୍ୱ ନେବେ, ଦଳ ଆଗରେ ଏହା ଏକ ବଡ ପ୍ରଶ୍ନ ।












Click it and Unblock the Notifications