ଜେଲରୁ ମୁକୁଳିଲେ ନବଜୋତ ସିଂହ ସିଦ୍ଧୁ, ସ୍ୱାଗତ କଲେ ସମର୍ଥକ

ପଟିଆଲା : କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଜେଲରୁ ମୁକ୍ତ ହୋଇଛନ୍ତି । ତାଙ୍କର ଭଲ ଆଚରଣ ହେତୁ ସିଦ୍ଧୁଙ୍କୁ ସମୟ ପୂର୍ବରୁ ମୁକ୍ତ କରାଯାଉଛି ।
ସିଦ୍ଧୁ ଜେଲରୁ ବାହାରିବା ବେଳେ ତାଙ୍କର ସମର୍ଥକ ମାନେ ବିପୁଳ ସ୍ୱାଗତ କରିଛନ୍ତି । ନୀଳ କୁର୍ତ୍ତା ଏବଂ ପଗଡି ପିନ୍ଧି ସିଦ୍ଧୁ ହାତରେ ଏକ ବହି ଧରି ଜେଲରୁ ବାହାରକୁ ଆସୁଥିବାର ଦେଖିବାକୁ ମିଳିଥିଲା ।
ଜେଲରୁ ବାହାରିବା ପରେ ସିଦ୍ଧୁ କହିଛନ୍ତି, ବର୍ତ୍ତମାନ ଗଣତନ୍ତ୍ର ଭଳି କିଛି ନାହିଁ । ପଞ୍ଜାବରେ ରାଷ୍ଟ୍ରପତିଙ୍କ ଶାସନ ଆଣିବାକୁ ଏକ ଷଡଯନ୍ତ୍ର କରାଯାଉଛି । ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରାଯାଉଛି । ଯଦି ପଞ୍ଜାବକୁ ଦୁର୍ବଳ କରିବାକୁ ଚେଷ୍ଟା କରାଯାଏ, ତେବେ ନିଜେ ଦୁର୍ବଳ ହୋଇଯିବେ ।
ଏହା ସହିତ ସିଦ୍ଧିୁ କହିଛନ୍ତି, ମୁଁ ସମ୍ବିଧାନକୁ ମୋର ଗ୍ରନ୍ଥ ଭାବରେ ବିବେଚନା କରେ, ଏକଛତ୍ରବାଦୀ ଶାସନ ଚାଲିଛି । ଯେଉଁ ଅନୁଷ୍ଠାନଗୁଡ଼ିକ ସମ୍ବିଧାନର ଶକ୍ତି ଥିଲା, ସେମାନେ ଆଜି ଦାସ ହୋଇଛନ୍ତି । ମୁଁ ଭୟଭୀତ ନୁହେଁ, ମୁଁ ମୃତ୍ୟୁକୁ ଭୟ କରେ ନାହିଁ କାରଣ ମୁଁ ଯାହା କରେ ତାହା ପଞ୍ଜାବର ପରବର୍ତ୍ତୀ ପିଢୀ ପାଇଁ କରୁଛି ।
1988 ମସିହାର ରୋଡ୍ ରେଜ୍ ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । କୋର୍ଟ ସିଦ୍ଧୁଙ୍କୁ ବର୍ଷେ ପାଇଁ ଜେଲଦଣ୍ଡ ଦେଇଥିଲେ । 2022 ମେ' 20 ପଟିଆଲା ଜେଲରେ ଥିଲେ ନବଜୋତ ସିଂ ସିଦ୍ଧୁ ।
-
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ












Click it and Unblock the Notifications