କରୋନା ଯୁଦ୍ଧର ସାରଥୀ ହେବ ଓଡ଼ିଶା, ଅନ୍ୟ ରାଜ୍ୟକୁ ଅକ୍ସିଜେନ୍ ସହଯୋଗ ନେଇ ପ୍ରଧାନମନ୍ତ୍ରୀଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ
ଦେଶର କୋଭିଡ ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଟେଲିଫୋନ୍ ଯୋଗେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିଛନ୍ତି । କୋଭିଡ୍ ଏକ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି କରିଛି ।
ଭୁବନେଶ୍ୱର : କରୋନା ମହାମାରୀର ଭୟାବହତା ଯେତେ ବୃଦ୍ଧିପାଉଛି ତାକୁ ନେଇ ଲୋକଙ୍କ ମଧ୍ୟରେ ବଢିଚାଲିଛି ଆଶଙ୍କା । କେଉଁ ରାଜ୍ୟରେ ଅମ୍ଳଜାନ ଅଭାବକୁ ନେଇ ତ କେଉଁ ରାଜ୍ୟରେ ଚିକିତ୍ସା ଅଭାବରୁ ଚାଲି ଯାଉଛି କରୋନା ରୋଗୀଙ୍କ ଜୀବନ । ଏହି ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କରୋନା ଯୁଦ୍ଧର ସାରଥୀ ହେବ ଓଡ଼ିଶା । ରାଜ୍ୟରେ ଅମ୍ଳଜାନ ଉତ୍ପାଦନ ବୃଦ୍ଧି କରିବା ସହ ଅନ୍ୟ ରାଜ୍ୟକୁ ଯୋଗାଇବ ।

ଦେଶର କୋଭିଡ ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଟେଲିଫୋନ୍ ଯୋଗେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିଛନ୍ତି । କୋଭିଡ୍ ଏକ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି କରିଛି । ଏହି ଯୁଦ୍ଧ ବିରୋଧରେ ଲଢେଇ କରିବାକୁ ଓଡ଼ିଶା ସମସ୍ତ ପ୍ରକାର ସହାୟତା ଯୋଗାଇବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ଏହି ଜରୁରୀକାଳୀନ ପରିସ୍ଥିତିରେ ଅନ୍ୟ ରାଜ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଅମ୍ଳଜାନ ଉତ୍ପାଦନ ବୃଦ୍ଧି କରିବାକୁ କହିଛନ୍ତି ଶ୍ରୀ ପଟ୍ଟନାୟକ ।
ସୂଚନାଯୋଗ୍ୟ, ଓଡ଼ିଶା ଦିଲ୍ଲୀକୁ ମେଡିକାଲ ଅକ୍ସିଜେନ୍ ଯୋଗାଇ ଦେବାନେଇ ପ୍ରତିଶୃତି ଦେଇଛି । ଏନେଇ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି । ଏହାପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହ ଓଡ଼ିଶା ଉପରେ ଦିଲ୍ଲୀ ଋଣି ବୋଲି କହିଛନ୍ତି ।












Click it and Unblock the Notifications