For Quick Alerts
Turn On Notification  
For Daily Alerts
Oneindia App Download

ନବୀନ ପଟ୍ଟନାୟକ, ଭୁପେଶ ବଘେଲ ଏବଂ ପୁଷ୍କର ସିଂ ଧାମି ଦେଶର ସର୍ବୋତ୍ତମ ସିଏମ୍ : ସର୍ଭେ

ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ।

|

ନୂଆଦିଲ୍ଲୀ : ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ । IANS-C ଭୋଟର ଶାସନ ପରିଚାଳନା ସୂଚକାଙ୍କ ଅନୁଯାୟୀ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ ମୁଖ୍ୟ ହୋଇଛନ୍ତି । ଅନ୍ୟପକ୍ଷରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଦ୍ୱିତୀୟ ସ୍ଥାନରେ ଏବଂ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ସ୍ଥାନରେ ଅଛନ୍ତି ।

cm

ଏଥି ସହିତ ଶେଷ ତିନି ଜଣ ମୁଖ୍ୟମନ୍ତ୍ରୀ ତାଲିକାରେ ରହିଛନ୍ତି ତେଲେଙ୍ଗାନା ସିଏମ ଚନ୍ଦ୍ରଶେଖର ରାଓ, ଉତ୍ତରପ୍ରଦେଶର ସିଏମ ଯୋଗୀ ଆଦିତ୍ୟନାଥ ଏବଂ ଗୋଆ ସିଏମ । 11 ଟି ଭାରତୀୟ ଭାଷାରେ ସି-ଭୋଟର ଟ୍ରାକର୍ ଚାଲିଛି ଏବଂ ଗତ 10 ବର୍ଷ ଧରି ଏହି ସର୍ଭେ କରାଯାଉଛି ।
ସର୍ଭେରେ କୁହାଯାଇଛି ଯେ ଛତିଶଗଡର ମାତ୍ର 6 ପ୍ରତିଶତ ଲୋକ ଭୁପେଶ ବଘେଲଙ୍କ ଶାସନ ଉପରେ ନାରାଜ । ଟ୍ରାକର ଅନୁଯାୟୀ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଭୁପେଶଙ୍କୁ ସର୍ବାଧିକ ଲୋକପ୍ରିୟତା ପ୍ରଦାନ କରାଯାଇଛି । ଛତିଶଗଡରେ 44.7% ଉତ୍ତରଦାତା କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଅନ୍ୟପକ୍ଷରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙକ ଉପରେ 10.1 ପ୍ରତିଶତ ଅସନ୍ତୋଷ ଅଛନ୍ତି ଏବଂ ସେମାନେ ପରିବର୍ତ୍ତନ ଚାହୁଁଛନ୍ତି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଦ୍ୱିତୀୟ ସ୍ଥାନରେ ଅଛନ୍ତି । କିନ୍ତୁ ସେ ଜଣେ ନୂତନ ସିଏମ୍ ହୋଇଥିବାରୁ ସେ ସନ୍ଦେହର ଲାଭ ପାଉଥିବାବେଳେ 61 ପ୍ରତିଶତ ଲୋକ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ଅଛନ୍ତି ।

ନବାନ ପଟ୍ଟନାୟକଙ୍କ ବିରୋଧରେ ମାତ୍ର 10.4 ପ୍ରତିଶତ ଜନତା ଅସନ୍ତୋଷ ବ୍ୟକ୍ତ କରିବା ସହ ରାଜ୍ୟ ସରକାରଙ୍କ ବିରୋଧରେ 37.6 ପ୍ରତିଶତ ଭୋଟ୍ ମିଳିଛି । ଏହା ସହିଚ ଓଡିଶା ସିଏମ୍ ନବୀନ ପଟ୍ଟନାୟକ ତୃତୀୟ ସ୍ଥାନରେ ରହିଛନ୍ତି ।

ତେଲେଙ୍ଗାନା ସିଏମ୍ ଚନ୍ଦ୍ରଶେଖର ରାଓଙ୍କ ପ୍ରଦର୍ଶନ ସବୁଠାରୁ ଖରାପ !

ସେଠାକାର ଲୋକମାନେ ତେଲେଙ୍ଗାନା ସିଏମ ଚନ୍ଦ୍ରଶେଖର ରାଓ (କେସିଆର) ପ୍ରତି ଅତ୍ୟଧିକ ଅସନ୍ତୋଷ ଅଛନ୍ତି । ତେଲେଙ୍ଗାନାର 30.3% ଲୋକ ତାଙ୍କ ଉପରେ ଅସନ୍ତୋଷ ଅଛନ୍ତି ଏବଂ ପରିବର୍ତ୍ତନ ଚାହୁଁଛନ୍ତି । ସି ଭୋଟର ପ୍ରତିଷ୍ଠାତା ଯଶୱନ୍ତ ଦେଶମୁଖ କହିଛନ୍ତି ଯେ ରାଜ୍ୟରେ ଶାସକ ତଥା କେନ୍ଦ୍ର ସରକାରଙ୍କ ଭଲ ମୂଲ୍ୟାୟନ ବିରୋଧରେ ବିଜେପି ସେଠାକୁ ଆସିପାରିବ । ସେ କହିଛନ୍ତି ଯେ ସମୟ ଆସିଛି କେକେଆରଙ୍କ ପୁଅ କେ.ଟି. ରାମା ରାଓ ତାଙ୍କ ସ୍ଥାନ ନେବେ ନଚେତ୍ ସତ୍ତା ହାତରୁ ବାହାରି ଯାଇପାରେ ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ 28.1 ପ୍ରତିଶତ ଲୋକ ଅସନ୍ତୋଷ ଜାହିର କରିଛନ୍ତି । ସି ଭୋଟର ପ୍ରତିଷ୍ଠାତା ଯଶବନ୍ତ ଦେଶମୁଖ କହିଛନ୍ତି, "40 ପ୍ରତିଶତ ସମର୍ଥନ ଆଧାରର ଗଣିତ ନିଶ୍ଚିତ କରେ ଯେ ଉତ୍ତରପ୍ରଦେଶରେ ବିଜେପି ଏକ ଦୃଢ ସ୍ଥିତିରେ ଅଛି ।

ସୂଚକାଙ୍କ ଅନୁଯାୟୀ ରାଜସ୍ଥାନର ସାଂସଦମାନେ ଭୋଟରଙ୍କ ସର୍ବନିମ୍ନ କ୍ରୋଧର ସମ୍ମୁଖୀନ ହେଉଛନ୍ତି, ତା'ପରେ ଆନ୍ଧ୍ରପ୍ରଦେଶ ଏବଂ ବିହାରର ପ୍ରତିନିଧୀମାନେ ଅଛନ୍ତି । ଝାଡ଼ଖଣ୍ଡ, ଆସାମ ଏବଂ ହିମାଚଳ ପ୍ରଦେଶର ସାଂସଦଙ୍କ ବିରୋଧରେ ଲୋକଙ୍କ ମନରେ ସବୁଠୁ ବେଶୀ ଅସନ୍ତୋଷ ରହିଛି ।
ଏଥି ସହିତ କେରଳ, ଗୁଜୁରାଟ ଏବଂ ମହାରାଷ୍ଟ୍ରର ଲୋକମାନେ ନିଜ ବିଧାୟକଙ୍କ ଉପରେ କମ୍ ଅସନ୍ତୋ। ଅଛନ୍ତି । ଯେତେବେଳେ କି ଆନ୍ଧ୍ରପ୍ରଦେଶ, ଗୋଆ ଏବଂ ତେଲେଙ୍ଗାନାର ଲୋକମାନେ ସେମାନଙ୍କ ବିଧାୟକଙ୍କ ଉପରେ ଅତ୍ୟଧିକ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Naveen Patnaik, Pushkar Singh Dham Bhupesh Baghel best CMs : IANS-CVoter Governance Index
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X