24 ବିଧାୟକଙ୍କୁ ଭେଟି ଗୁରୁମନ୍ତ୍ର ଦେଲେ ନବୀନ... ଆଗୁଆ ନିର୍ବାଚନ ନେଇ ତେଜୁଛି ଚର୍ଚ୍ଚା

ଭୁବନେଶ୍ୱର : ରାଜ୍ୟରେ ଆଗୁଆ ନିର୍ବାଚନ ହେବା ନେଇ ବହୁ ଦିନ ଆଗରୁ ଚର୍ଚ୍ଚା ହେଉଥିବା ବେଳେ ବର୍ତ୍ତମାନ ଏହି କଳ୍ପନା ଜୋର୍ ଧରିଛି । ରଥଯାତ୍ରା ଦିନ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ 24 ବିଧାୟକଙ୍କୁ ଡାକି କଥା ହେବା ଘଟଣା ସାମ୍ନାକୁ ଆସିବା ପରେ ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ।

Naveen patnaik

ହଠାତ୍ ନବୀନ ବିଧାୟକଙ୍କୁ କାହିଁକି ଭେଟୁଛନ୍ତି ? ଆଗୁଆ ନିର୍ବାଚନକୁ ଦୃଷ୍ଟିରେ ରଖି ବିଧାୟକ ମାନଙ୍କୁ ନିଜ ନିଜ ଅଞ୍ଚଳରେ କାମ ଆରମ୍ଭ କରିବା ନେଇ ନବୀନ ଗୁରୁମନ୍ତ୍ର ଦେଇଥିବା ମଧ୍ୟ କୁହାଯାଉଛି । ତେବେ ଏ ସବୁ ମଧ୍ୟରେ ରାଜନୈତିକ ମହଲରେ ଏହାକୁ ନେଇ ଖୁବ୍ ଆଲୋଡ଼ନ ସୃଷ୍ଟି ହୋଇଛି ।

ରାଜ୍ୟରେ ଆଗୁଆ ନିର୍ବାଚନ ହେବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ନବୀନ ନିଜ ବିଧାୟକଙ୍କୁ ବାରି ବାରି କରି ଭେଟିବା କଥା ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି । ଏମିତିକି ରାଜନୈତିକ ମହଲରେ ମଧ୍ୟ ଏହାକୁ ନେଇ ଆକଳନ କରିବା ଆରମ୍ଭ ହୋଇଗଲାଣି ।

ଏହା ପୂର୍ବରୁ ଅପ୍ରେଲରେ ମଧ୍ୟ ଦୁଇଟି ପର୍ଯ୍ୟାୟରେ 70 ଜଣ ବିଧାୟକଙ୍କୁ ଭେଟିଥିବା ନେଇ ସୂଚନା ମିଳିଥିଲା । ସେତେବେଳେ ମଧ୍ୟ ଆଗୁଆ ନିର୍ବାଚନ ପାଇଁ ପ୍ରାକ୍ ପ୍ରସ୍ତୁତି ବୋଲି ବହୁ ଚର୍ଚ୍ଚା ହୋଇଥିଲା । ଏହା ପରେ ବର୍ତ୍ତମାନ ପୁଣି 24 ବିଧାୟକଙ୍କୁ ଭେଟିବା ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି କରିଛି ।

ରାଜ୍ୟରେ ଖୁବ୍ ଶୀଘ୍ର ଆଗୁଆ ନିର୍ବାଚନ ହେବାକୁ ଯାଉଛି । ନିଜ ନିଜ ନିର୍ବାଚନ ମଣ୍ଡଳୀକୁ ଯାଇ କାମ ଆରମ୍ଭ କର । ତଳ ସ୍ତରକୁ ଯାଇ ଲୋକଙ୍କ ସହ ସମ୍ପର୍କ ରଖିବାକୁ ସୁପ୍ରିମୋ କହିଥାବା ନେଇ କୁହାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+