ସବୁ ବୁଝିଗଲେଣି ଦିଦିଙ୍କ ଖେଳ, ଏଥର ବିଦାୟ ନିଶ୍ଚିତ - ନରେନ୍ଦ୍ର ମୋଦୀ

ବଙ୍ଗଳାର ଲୋକମାନେ ଦିଦିଙ୍କ ଖେଳ ବୁଝିସାରିଛନ୍ତି, ଯେଉଁଥିପାଇଁ ସେ ମେ 2ରେ ବିଦାୟ ନେବା ନିଶ୍ଚିତ ବଲି ରାଲିକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ।

କୋଲକାତା : ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଉ ମାତ୍ର ଦୁଇ ଦିନ ବାକି । ଏଭଳି ପରିସ୍ଥିତିରେ ସମସ୍ତ ଦଳ ନିଜ ନିଜର ଶକ୍ତି ପ୍ରଦର୍ଶନ କରିବାରେ ବ୍ୟସ୍ତ । ଏହି ସମୟ ମଧ୍ୟରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କାନ୍ଥି ଠାରେ ଏକ ରାଲି କରିଛନ୍ତି । ଏଥିସହିତ ଟିଏମସି ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡା ସମାଲୋଚନା କରିଛନ୍ତି । ବଙ୍ଗଳାର ଲୋକମାନେ ଦିଦିଙ୍କ ଖେଳ ବୁଝିସାରିଛନ୍ତି, ଯେଉଁଥିପାଇଁ ସେ ମେ 2ରେ ବିଦାୟ ନେବା ନିଶ୍ଚିତ ବଲି ରାଲିକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ।

Narendra-Modi

ଏହି ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ବର୍ତ୍ତମାନ ବଙ୍ଗଳାର ପ୍ରତ୍ୟେକ କୋଣରୁ , ବଙ୍ଗଳାର ପ୍ରତ୍ୟେକ ଘରୁ ଏବଂ ବଙ୍ଗଳାର ପ୍ରତ୍ୟେକଙ୍କ ମୁହଁରି ସମାନ କଥା ଆସୁଛି ଯେ 2 ମଇରେ ଦିଦି ଯାଉଛନ୍ତି ଏବଂ ଅସନ ପରିବର୍ତ୍ତନ ଆସୁଛି । ପ୍ରଧାନମନ୍ତ୍ରୀଙ୍କ କହିବାନୁସାରେ, ଦିଦି ଆଜିକାଲି ମେଦିନୀପୁରରେ ଆସି ବାରମ୍ବାର ବାହାନା କରୁଛନ୍ତି । ପ୍ରଥମେ ଅମ୍ଫାନ୍ ଦ୍ୱାରା ନଷ୍ଟ ହୋଇଯାଇଥିବା ଏବଂ ପରେ ତୃଣମୂଳ କଂଗ୍ରେସ ଦ୍ୱାରା ଲୁଟର ଶିକାର ହୋଇଥିବା ଭଉଣୀ ଏବଂ ପରିବାର ଲୋକଙ୍କୁ ଉତ୍ତର ଦେଇପାରିନଥିଲେ ସେମାନଙ୍କ ନିକଟରେ ଆସି ବାହାନା କରୁଛନ୍ତି ବୋଲି ମୋଦୀ କହିଛନ୍ତି ।

ଆବଶ୍ୟକ ବେଳେ ଦିଦି ଦେଖାଦିଅନ୍ତି ନାହିଁ, କିନ୍ତୁ ନିର୍ବାଚନ ସମୟରେ ସରକାର ଦୁଆରେ ଦୁଆରେ କହନ୍ତି ବୋଲି ଅଭିଯୋଗ କରିଛନ୍ତି ମୋଦୀ । ଏହା ହିଁ ତାଙ୍କର ଖେଳ । ପଶ୍ଚିମବଙ୍ଗବାସୀ ତୁମ ଖେଳ ବୁଝିସାରିଛନ୍ତି, ମେ 2 ରେ ପଶ୍ଚିମବଙ୍ଗ ଦିଦିଙ୍କୁ ଦ୍ୱାର ଦେଖାଇବ ବୋଲି କହିଛନ୍ତି ମୋଦୀ । ସେ ଆହୁରି ମଧ୍ୟ କହିଛନ୍ତି, ସ୍ୱାଧୀନତା ସଂଗ୍ରାମର ପ୍ରତ୍ୟେକ ନାୟକ-ନାୟିକାଙ୍କୁ ସମ୍ମାନିତ କରିବା ପାଇଁ ସମଗ୍ର ଦେଶ ଅମୃତ ଉତ୍ସବ ପାଳନ କରୁଛି । ସ୍ୱାଧୀନତାର 75 ବର୍ଷ ପାଳନ କରିବାରେ ପଶ୍ଚିମବଙ୍ଗର ବିଶେଷ ମହତ୍ତ୍ୱ ରହିଛି । ସ୍ୱାଧୀନତା ସଂଗ୍ରାମରେ ଥିବା ଅବଦାନକୁ ଭବିଷ୍ୟତ ପିଢି ପାଖରେ ପହଞ୍ଚାଇବା ବିଜେପି ସରକାରଙ୍କ ପ୍ରାଥମିକତା ବୋଲି କହିଛନ୍ତି ନରେନ୍ଦ୍ର ମୋଦୀ ।

'ଯୋଜନାରୁ କରିଛନ୍ତି ବଞ୍ଚିତ'

ସେ ଆହୁରି ମଧ୍ୟ କହିଛନ୍ତି, ବଙ୍ଗଳାର କୃଷକଙ୍କ ସହ ଦିଦି କିପରି ନିର୍ମମତା ଦେଖାଇଛନ୍ତି ଏବଂ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରୁ କିପରି ବଞ୍ଚିତ କରିଛନ୍ତି ତାହା କୃଷକମାନେ କେବେ ଭୁଲି ପାରିବେ ନାହିଁ । ବଙ୍ଗଳାର କୃଷକମାନେ ମୋଦୀଙ୍କ କଥା ଲେଖିକରି ରଖ, 2 ମଇରେ ବଙ୍ଗଳାର ବିକାଶ ମଧ୍ୟରେ ଥିବା କାନ୍ଥ ଭାଙ୍ଗିଯିବ । କୃଷକଙ୍କ ହକ୍ ଥିବା 3ବର୍ଷର ବକେୟା ଟଙ୍କାକୁ ସେମାନଙ୍କ ଆକାଉଣ୍ଟରେ ଜମା କରିବି ବୋଲି ସେ କହିଛନ୍ତି । ବେଙ୍ଗଲରେ ଆପଣମାନେ ଯେଉଁ ସରକାର ଗଠନ କରିବାକୁ ଯାଉଛନ୍ତି, ଏଥିରେ ମୁଖ୍ୟମନ୍ତ୍ରୀର ଦାୟିତ୍ୱ ଏହି ମାଟିର ସନ୍ତାନ ଉପରେ ନ୍ୟସ୍ତ ହେବ ବୋଲି କହିଛନ୍ତି ମୋଦୀ ।

ବଙ୍ଗଳାର ଆଇନ ଶୃଙ୍ଖଳା ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦିଦିଙ୍କ ଶାସନରେ ଏଠାରେ ହିଂସା ଏବଂ ବୋମା ବିସ୍ଫୋରଣର ଖବର ଆସୁଛି । ବିସ୍ଫୋରଣରେ ଘର ଉଡିଯାଉଛି କିନ୍ତୁ, ଦିଦଙ୍କ ସରକାର ଖାଲି ଦେଖି ଚୁପ୍ ରହିଯାଉଛନ୍ତି । ଏହି ପରିସ୍ଥିତିକୁ ଆମକୁ ଏକାଠି ହୋଇ ପରିବର୍ତ୍ତନ କରିବାକୁ ପଡିବ । ବଙ୍ଗଳାକୁ ଶାନ୍ତି, ସ୍ଥିରତା, ବୋମା ବନ୍ଧୁକ ଏବଂ ହିଂସା ଠାରୁ ମୁକ୍ତି ଆବଶ୍ୟକ ବୋଲି ମଧ୍ୟ ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+