ନାରଦା ସ୍କାମ : ମନ୍ତ୍ରୀଙ୍କ ଗିରଫଦାରୀ ବିରୋଧରେ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଲେ ମମତା ବାନାର୍ଜୀ, କହିଲେ ମତେ ଗିରଫ କର

ଦଳର ମନ୍ତ୍ରୀ ତଥା ବିଧାୟକଙ୍କ ଗିରଫଦାରୀକୁ ବିରୋଧ କରି ମମତା ବାନାର୍ଜୀ କୋଲକାତାର ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ତାଙ୍କୁ ମଧ୍ୟ ଗିରଫ କରିବା ପାଇଁ ମମତା ବାନାର୍ଜୀ ସିବିଆଇ ଅଧିକାରୀଙ୍କୁ କହିଛନ୍ତି ।

କୋଲକାତା : ନାରଦା ସ୍କାମ ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କ ଦୁଇ ମନ୍ତ୍ରୀଙ୍କ ସମେତ ସିବିଆଇ ସୋମବାର ଚାରିଜଣ ନେତାଙ୍କୁ ଗିରଫ କରିଛି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିବିଆଇର ଏହି ପଦକ୍ଷେପକୁ ସମ୍ପୂର୍ଣ୍ଣ ଭୁଲ ବୋଲି କହିଛନ୍ତି ଏବଂ ଏହାକୁ ଏକ ରାଜନୈତିକ ପ୍ରତିଶୋଧ ବୋଲି କହିଛନ୍ତି । ତାଙ୍କ ଦଳର ମନ୍ତ୍ରୀ ତଥା ବିଧାୟକଙ୍କ ଗିରଫଦାରୀକୁ ବିରୋଧ କରି ମମତା ବାନାର୍ଜୀ କୋଲକାତାର ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ତାଙ୍କୁ ମଧ୍ୟ ଗିରଫ କରିବା ପାଇଁ ମମତା ବାନାର୍ଜୀ ସିବିଆଇ ଅଧିକାରୀଙ୍କୁ କହିଛନ୍ତି ।

Mamata-Banerjee

ନାରଦା ଷ୍ଟିଙ୍ଗ ଟେପ ମାମଲାରେ ଅଭିଯୁକ୍ତ କ୍ୟାବିନେଟ ମନ୍ତ୍ରୀ ଫିରହାଦ୍ ହାକିମ ଏବଂ ସୁବ୍ରତ ମୁଖାର୍ଜୀ, ଟିଏମସି ବିଧାୟକ ମଦନ ମିତ୍ର ଏବଂ ପୂର୍ବତନ ମେୟର ସୋଭନ ଚାଟାର୍ଜୀଙ୍କ ଘରେ ଚଢାଉ ପରେ ସେମାନଙ୍କୁ ସିବିଆଇ କାର୍ଯ୍ୟାଳୟକୁ ଅଣାଯାଇଥିଲା । ସିବିଆଇ କାର୍ଯ୍ୟାଳୟରେ ଉପସ୍ଥିତ ଥିବା ଆଇନଜୀବୀ ଆନନ୍ଦ ରାଉତ କହିଛନ୍ତି ଯେ ମମତା ବାନାର୍ଜୀ ଏଠାରେ ଥିବା ଅଧିକାରୀମାନଙ୍କୁ କହିଛନ୍ତି, ଯଦି ଆପଣ ଏହି ଚାରିଜଣ ନେତାଙ୍କୁ ଗିରଫ କରୁଛନ୍ତି ତେବେ ମୋତେ ମଧ୍ୟ ଗିରଫ କର, ରାଜ୍ୟ ସରକାର କିମ୍ବା କୋର୍ଟଙ୍କ ନୋଟିସ ବିନା ଏହି ଗିରଫଦାରୀ ହୋଇପାରିବ ନାହିଁ । ତଥାପି ଯଦି ଗିରଫ କରୁଛନ୍ତି, ତେବେ ମୋତେ ମଧ୍ୟ ଗିରଫ କର ।

ପଶ୍ଚିମବଙ୍ଗ ବିଧାନସଭାର ବାଚସ୍ପତି ବିମନ ବାନାର୍ଜୀ କହିଛନ୍ତି ଯେ ଏହି ଗିରଫଦାରୀ ଅସାମ୍ବିଧାନିକ ହେବ, ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, କୌଣସି ବିଧାୟକଙ୍କୁ ଗିରଫ କରିବା ପୂର୍ବରୁ ବାଚସ୍ପତିଙ୍କ ଠାରୁ ଅନୁମତି ନିଆଯାଇଥାଏ, କିନ୍ତୁ ମୋ ଠାରୁ ଅନୁମତି ନିଆଯାଇ ନାହିଁ ।

2016 ରେ ପ୍ରକାଶ ପାଇଥିଲା ଷ୍ଟିଙ୍ଗ୍

ପଶ୍ଚିମବଙ୍ଗରେ 2016 ବିଧାନସଭା ନିର୍ବାଚନ ଆଗରୁ ନାରଦା ଷ୍ଟିଙ୍ଗ୍ ପ୍ରକାଶ ପାଇଥିଲା । ଏହି ଷ୍ଟିଙ୍ଗ୍ 2014 ରେ କରାଯାଇଥିବା ଜଣାପଡ଼ିଛି । ଏହି ଅଭିଯୋଗରେ ଟିଏମସି ନେତାମାନେ ଲାଞ୍ଚ ନେଉଥିବାର ଦେଖାଯାଇଛି । ଏହି ଷ୍ଟିଙ୍ଗରେ ଫରହାଦ୍ ହାକିମ, ସୁବ୍ରତ ମୁଖାର୍ଜୀ, ମଦନ ମିତ୍ର ଏବଂ ସୋଭନ ଚାଟାର୍ଜୀଙ୍କ ନାମ ସାମ୍ନାକୁ ଆସିଥିଲା । ଏହି ଚାରିଜଣ 2014 ରେ ମମତା ବାନାର୍ଜୀ ସରକାରରେ ମନ୍ତ୍ରୀ ଥିଲେ । ଏହି ଷ୍ଟିଙ୍ଗ୍ ଅପରେସନ୍ ନାରଦା ନ୍ୟୁଜ୍ ପୋର୍ଟାଲ୍ ଦ୍ୱାରା କରାଯାଇଥିଲା । ଏହି ମାମଲାରେ 2017 ରେ କଲିକତା ହାଇକୋର୍ଟ ସିବିଆଇକୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାହା ପରେ ସିବିଆଇ ଏହି ମାମଲାର ତଦନ୍ତ କରୁଛି । ସୂଚନାଯୋଗ୍ୟ, ବର୍ତ୍ତମାନ ସୋଭନ ବାନାର୍ଜୀ ଟିଏମସିରେ ନାହାଁନ୍ତି । ଏଥି ସହିତ ଫରହାଦ୍ ହାକିମ ଏବଂ ସୁବ୍ରତ ମୁଖାର୍ଜୀ ବର୍ତ୍ତମାନ ରାଜ୍ୟ ସରକାରରେ ମନ୍ତ୍ରୀ ଏବଂ ମଦନ ମିତ୍ର ଟିଏମସି ବିଧାୟକ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+