For Quick Alerts
Turn On Notification  
For Daily Alerts
Oneindia App Download

West Bengal Assembly Election : ନନ୍ଦିଗ୍ରାମରୁ ନିର୍ବାଚନ ଲଢିବା ଘୋଷଣା ନେଇ ମମତାଙ୍କୁ 'ମମତା ଗୋ ବ୍ୟାକ୍ 'ପତାକା ପ୍ରଦର୍ଶନ

ନନ୍ଦିଗ୍ରାମରେ ଆଜି ମମତାଙ୍କ ବୈଠକ ପୂର୍ବରୁ ସକାଳୁ ସକାଳୁ ରାସ୍ତା କଡ଼ରେ ଦେଖିବାକୁ ମିଳିଥିଲା 'ମମତା ଗୋ ବ୍ୟାକ୍' ଲେଖାଥିବା ପୋଷ୍ଚର ଓ ପତାକା ।

|

କୋଲକାତା : ଆସନ୍ତା ପଶ୍ଚିମବଙ୍ଗ ନିର୍ବାଚନରେ ​​ସେ ନନ୍ଦିଗ୍ରାମ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । କିନ୍ତୁ ନନ୍ଦିଗ୍ରାମରେ ଆଜି ମମତାଙ୍କ ବୈଠକ ପୂର୍ବରୁ ସକାଳୁ ସକାଳୁ ରାସ୍ତା କଡ଼ରେ ଦେଖିବାକୁ ମିଳିଥିଲା 'ମମତା ଗୋ ବ୍ୟାକ୍ ' ଲେଖାଥିବା ପୋଷ୍ଚର ଓ ପତାକା ।

ପଶ୍ଚିମବଙ୍ଗର ନନ୍ଦିଗ୍ରାମ ପୂର୍ବରୁ ଶୁଭେନ୍ଦୁ ଅଧିକାରୀଙ୍କ ଗଡ଼ ଭାବେ ଜଣାଶୁଣା । 2016 ମସିହାରେ ଶୁଭେନ୍ଦୁ ନନ୍ଦିଗ୍ରାମ ଆସନରୁ ତୃଣମୂଳ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢିଥିଲେ । କିନ୍ତୁ କିଛି ଦିନ ପୂର୍ବରୁ ସେ ଟିଏମସି ଛାଡ଼ି ବିଜେପି ହାତ ଧରିଛନ୍ତି । ତାଙ୍କୁ ଟକ୍କର ଦେବା ପାଇଁ ଆସନ୍ତା ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଖୋଦ୍ ନିଜେ ନନ୍ଦିଗ୍ରାମ ଆସନରୁ ଲଢିବା ନେଇ ଆଜି ଏକ ନିର୍ବାଚନା ସଭାରେ ଘୋଷଣା କରିଛନ୍ତି ।

ମମତା-ବାନାର୍ଜୀ

ସୂଚନାଯୋଗ୍ୟ, ମମତା ବାନାର୍ଜୀ ଶେଷ ଥର ପାଇଁ 2015 ରେ ନନ୍ଦିଗ୍ରାମ ପରିଦର୍ଶନ କରିଥିଲେ । ଶୁଭେନ୍ଦୁ ଅଧିକାରୀ ଟିଏମସି ଛାଡ଼ି ବିଜେପିରେ ଯୋଗଦେବା ପରେ ମମତା ବାନାର୍ଜୀ ଜାନୁଆରୀ 8 ରେ ନନ୍ଦିଗ୍ରାମରେ ବୈଠକ କରିବା ନେଇ ତୃଣମୂଳ କଂଗ୍ରେସ ପକ୍ଷରୁ କୁହାଯାଇଥଲା । କିନ୍ତୁ ଜିଲ୍ଲା ସଂଯୋଜକ ଅଖିଲ ଗିରି କରୋନାଙ୍କ ଆକ୍ରାନ୍ତି ହେବାରୁ ଏହି ବୈଠକ ଜାନୁଆରୀ 18 କୁ ଘୁଞ୍ଚାଇ ଦିଆଯାଇଥିଲା । ନନ୍ଦିଗ୍ରାମରୁ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ଆଜିର ଏହି ବୈଠକରେ ମମତା ଘୋଷଣା କରିଛନ୍ତି।

ନନ୍ଦିଗ୍ରାମରେ ଶୁଭେନ୍ଦୁଙ୍କର ତୃଣମୂଳ କଂଗ୍ରେସରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ପ୍ରକାଶ ଥାଉକି, ମମତାଙ୍କୁ ଉତ୍ତର ଦେବା ପାଇଁ ଶୁଭେନ୍ଦୁ ଜାନୁଆରୀ 19 ରେ ଏକ ନିର୍ବାଚନୀ ବୈଠକ କରିବେ । ଉଲ୍ଲେଖଯୋଗ୍ୟ, ପ୍ରଥମ ଥର ପାଇଁ ପୂର୍ବ ମେଦିନାପୁରର ନନ୍ଦିଗ୍ରାମରେ ହୋଇଥିବା ମମତାଙ୍କ ବୈଠକରେ ଅଧିକାରୀଙ୍କ ପରିବାରର କୌଣସି ସଦସ୍ୟ ଯୋଗ ଦେଇନଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Nandigram Shows Mamata Go Back to Mamata Banerjee at Nandigram Election Campaign.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X