କ୍ରମାଗତ ଦ୍ୱିତୀୟ ଥର ପାଇଁ ମଣିପୁର ମୁଖ୍ୟମନ୍ତ୍ରୀ ଶପଥ ନେଲେ ଏନ୍ ବିରେନ ସିଂହ
ବିଜେପି ନେତା ଏନ ବିରେନ ସିଂହ ଆଜି ଲଗାତାର ଦ୍ୱିତୀୟ ଥର ମଣିପୁରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ତାଙ୍କୁ ରାଜ୍ୟପାଳ ଏଲ୍ ଗଣେଶନ୍ ଶପଥ ଗ୍ରହଣ କରାଇଛନ୍ତି ।
ଇମ୍ଫାଲ : ବିଜେପି ନେତା ଏନ ବିରେନ ସିଂହ ଆଜି ଲଗାତାର ଦ୍ୱିତୀୟ ଥର ମଣିପୁରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ତାଙ୍କୁ ରାଜ୍ୟପାଳ ଏଲ୍ ଗଣେଶନ୍ ଶପଥ ଗ୍ରହଣ କରାଇଛନ୍ତି । ଏହି ଅବସରରେ ବିଜେପି ସଭାପତି ଜେପି ନଡ୍ଡାଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତା ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଭାବରେ ଏନ୍ ବିରେନ୍ ସିଂହଙ୍କ କ୍ରମାଗତ ଦ୍ୱିତୀୟ କାର୍ଯ୍ୟକାଳ । ଗୋଟିଏ ଦିନ ପୂର୍ବରୁ ଏନ ବିରେନ ସିଂହ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ ।

ଏହାପୂର୍ବରୁ ରବିବାର ଦିନ ଇମ୍ଫାଲରେ ମଣିପୁର ବିଜେପି ବିଧାୟକ ଦଳ ବୈଠକରେ ଏନ୍ ବିରେନ ସିଂହ ସର୍ବସମ୍ମତି କ୍ରମେ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ଏହି ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କେନ୍ଦ୍ର ଆଇନ ତଥା ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ଯୋଗ ଦେଇଥିଲେ । ଏହି ଅବସରରେ କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ, ବିଜେପି ରାଜ୍ୟସଭା ସଦସ୍ୟ ଲାଇସେମ୍ବା ସନାଜୋବା ଏବଂ ଦଳର ଜାତୀୟ ମୁଖପାତ୍ର ସମ୍ବିତ୍ ପାତ୍ର ମଧ୍ୟ ଉପସ୍ଥିତ ଥିଲେ ।
60 ସଦସ୍ୟ ବିଶିଷ୍ଟ ମଣିପୁର ବିଧାନସଭାରେ 32 ଟି ଆସନ ଜିତି ବିଜେପି କ୍ଷମତାକୁ ଫେରିଛି । କଂଗ୍ରେସକୁ ମାତ୍ର 5 ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଦୁଇଟି ରାଜନୈତିକ ଦଳ ଜନତା ଦଳ (ୟୁନାଇଟେଡ୍) ର 6 ଜଣ ସଦସ୍ୟ, କୁକି ପିପୁଲ୍ସ ଆଲାଇନ୍ସର ଦୁଇଜଣ ସଦସ୍ୟ ଏବଂ ଜଣେ ସ୍ୱାଧୀନ ପ୍ରାର୍ଥୀ ବିଜେପିକୁ ସମର୍ଥନ ଦେଇଛନ୍ତି ଏବଂ ରାଜ୍ୟପାଳଙ୍କ ନିକଟରେ ସେମାନଙ୍କର ସମର୍ଥନ ପତ୍ର ମଧ୍ୟ ଦାଖଲ କରାଯାଇଛି । ଏହା ସହ ବିଜେପି ନେତୃତ୍ୱାଧୀନ ସରକାରଙ୍କ ଶକ୍ତି 60 ସଦସ୍ୟ ବିଶିଷ୍ଟ ମଣିପୁର ବିଧାନସଭାରେ 41 ହେବ ଏବଂ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିବେ ।












Click it and Unblock the Notifications