ପଞ୍ଚଭୂତରେ ଲୀନ ହେଲେ ମୁଲାୟମ ସିଂହ ଯାଦବ
ଗତକାଲି ସମାଜବାଦ ପାର୍ଟିର ପୃଷ୍ଠପୋଷକ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ହୋଇଥିଲା । ଆଜି ତାଙ୍କ ପୈତୃକ ଗାଁ ସୈଫାଇରେ ଶେଷକୃତ୍ୟ ହୋଇଛି ।
ଲକ୍ଷ୍ନୌ: ଗତକାଲି ସମାଜବାଦ ପାର୍ଟିର ପୃଷ୍ଠପୋଷକ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ହୋଇଥିଲା । ଆଜି ତାଙ୍କ ପୈତୃକ ଗାଁ ସୈଫାଇରେ ଶେଷକୃତ୍ୟ ହୋଇଛି । ରାଜଧାନୀ ଦିଲ୍ଲୀର ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଗତକାଲି ହିଁ ତାଙ୍କର ମୃତଦେହ ପୈତୃକ ଗାଁକୁ ଅଣାଯାଇଛି । ପ୍ରିୟ ନେତାଙ୍କୁ ଶେଷ ଥର ପାଇଁ ରାଜ୍ୟର କୋଣ ଅନୁକୋଣରୁ ଲୋକେ ସୈଫାଇରେ ଭିଡ଼ ଜମାଇଛନ୍ତି । ତାଙ୍କ ପୁତ୍ର ଅଖିଳେଶ ଯାଦବ ମୁଖାଗ୍ନୀ ଦେଇଛନ୍ତି ।

ଏଥିପାଇଁ ଆଜି ସକାଳ 10ଟାରେ ମୁଲାୟମଙ୍କ ମୃତଦେହ ସୈଫାଇ ଗାଁର ଏକ ପେଣ୍ଡାଲରେ ରଖାଯାଇଥିଲା । ଅପରାହ୍ନ ପ୍ରାୟ 2ଟାରେ ମୁଲାୟମ ସିଂହ ଯାଦବଙ୍କ ମୃତଦେହକୁ ନିଜ ଗାଁ ଶ୍ମଶାନକୁ ନିଆଯାଇ ଅପରାହ୍ନ 3ଟାରେ ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନରେ ତାଙ୍କ ସଂସ୍କାର କରାଯାଇଛି । ମୁଲାୟମଙ୍କ ମୃତ୍ୟୁ ପରେ ରାଜ୍ୟ ସରକାର ତିନି ଦିନିଆ ଶୋକ ଘୋଷଣା କରିଥିଲେ ।
ଆଜି ଏହି ଅନ୍ତିମ ସଂସ୍କାରରେ ଅନେକ ହାଇ ପ୍ରୋଫାଇଲ ନେତା, ମନ୍ତ୍ରୀ ପ୍ରମୁଖ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ, ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀ, ତେଲେଙ୍ଗାନା ସିଏମ କେ ଚନ୍ଦ୍ରଶେଖର ରାଓ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଥିବା ଜଣାଯାଇଚି।
କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ପୂର୍ବତନ ସାଂସଦ ମୁଖ୍ୟ ତଥା କଂଗ୍ରେସ ନେତା କମଲ ନାଥ ମଧ୍ୟ ଯୋଗଦେବେ। ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ପହଞ୍ଚିଥିବା ଦେଖାଯାଇଛି ।












Click it and Unblock the Notifications