For Quick Alerts
Turn On Notification  
For Daily Alerts
Oneindia App Download

UP Assembly Election 2022 : ତିନି ଦିନରେ ବିଜେପିରୁ ଇସ୍ତଫା ଦେଲେ 7 ବିଧାୟକ, ଦଳ ଛାଡ଼ିଲେ ବିଧାୟକ ମୁକେଶ ବର୍ମା

ଉତ୍ତର ପ୍ରଦେଶ ଶିକହୋବାଦରୁ ବିଧାୟକ ମୁକେଶ ବର୍ମା ଦଳରୁ ଇସ୍ତଫା ଦେଇଛନ୍ତି । ଗତ ତିନି ଦିନ ମଧ୍ୟରେ ପ୍ରାୟ 7 ଜଣ ବିଧାୟକ ବିଜେପି ଛାଡିଛନ୍ତି ।

|

ଲକ୍ଷ୍ନୌ : 2022 ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ପରେ ଭାରତୀୟ ଜନତା ପାର୍ଟି ଗୋଟିଏ ପରେ ଗୋଟିଏ ସମସ୍ୟାର ସମ୍ମୁଖୀନ ହେଉଛି । ନିର୍ବାଚନ ପାଖେଇ ଆସିବା ସହ ଶାସକ ଦଳ ବିଜେପିରୁ ବିଧାୟକ ମାନେ ଇସ୍ତଫା ଦେଉଛନ୍ତି । ଆଜି ଉତ୍ତର ପ୍ରଦେଶ ଶିକହୋବାଦରୁ ବିଧାୟକ ମୁକେଶ ବର୍ମା ଦଳରୁ ଇସ୍ତଫା ଦେଇଛନ୍ତି । ଗତ ତିନି ଦିନ ମଧ୍ୟରେ ପ୍ରାୟ 7 ଜଣ ବିଧାୟକ ବିଜେପି ଛାଡିଛନ୍ତି । ତାଙ୍କ ଇସ୍ତଫା ସମୟରେ ଦାରା ସିଂ ଏବଂ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ପରି ଦଳିତ, ପଛୁଆ ତଥା ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଅବହେଳା କରୁଥିବା ମୁକେଶ ବର୍ମା ଅଭିଯୋଗ କରିଛନ୍ତି ।

Mukesh Verma

ମୁକେଶ ବର୍ମା ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ ଦଳିତ, ପଛୁଆ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ନେତାମାନଙ୍କୁ ବିଜେପି ସରକାରରେ ଧ୍ୟାନ ଦିଆଯାଉ ନାହିଁ । ସରକାରରେ କୃଷକ, ବେକାର ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ ଅବହେଳା କରାଯାଇଛି । ନ୍ୟୁଜ୍ ଏଜେନ୍ସି ANI ସହ କଥାବାର୍ତ୍ତା କରି ବର୍ମା କହିଛନ୍ତି ଯେ "ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଆମର ନେତା । ସେ ଯାହା ନିଷ୍ପତ୍ତି ନେବେ ଆମେ ତାହା ସମର୍ଥନ କରିବୁ । ଆଗାମୀ ଦିନରେ ଆହୁରି ଅନେକ ନେତା ଆମ ସହିତ ଯୋଗଦେବେ ।"

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Mukesh Verma, BJP MLA from Shikohabad resigns from primary membership of the party
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X