For Quick Alerts
Turn On Notification  
For Daily Alerts
Oneindia App Download

ଦିଲ୍ଲୀରେ ସ୍ୱାମୀଙ୍କ ସହ ହନୁମାନ ଚାଲିସା ପାଠ କଲେ ସାଂସଦ ନବନୀତ୍ ରାଣା

ହାରାଷ୍ଟ୍ରର ଅମରାବତୀ ସାଂସଦ ନବନୀତ୍ ରାଣା ଶନିବାର ଦିନ ଦିଲ୍ଲୀର କନ୍ନୋଟ୍ ପ୍ଲେସସ୍ଥିତ ହନୁମାନ ମନ୍ଦିରରେ ପହଞ୍ଚି ହନୁମାନ ଚଲିସା ପାଠ କରିଛନ୍ତି । ଏହି ସମୟରେ ନବନୀତ୍ ରାଣା ତାଙ୍କ ସ୍ୱାମୀ ବିଧାୟକ ରବି ରାଣା ଏବଂ ଅନେକ ସମର୍ଥକଙ୍କ ସହ ଥିଲେ ।

|

ନୂଆଦିଲ୍ଲୀ : ମହାରାଷ୍ଟ୍ରର ଅମରାବତୀ ସାଂସଦ ନବନୀତ୍ ରାଣା ଶନିବାର ଦିନ ଦିଲ୍ଲୀର କନ୍ନୋଟ୍ ପ୍ଲେସସ୍ଥିତ ହନୁମାନ ମନ୍ଦିରରେ ପହଞ୍ଚି ହନୁମାନ ଚଲିସା ପାଠ କରିଛନ୍ତି । ଏହି ସମୟରେ ନବନୀତ୍ ରାଣା ତାଙ୍କ ସ୍ୱାମୀ ବିଧାୟକ ରବି ରାଣା ଏବଂ ଅନେକ ସମର୍ଥକଙ୍କ ସହ ଥିଲେ । ସମସ୍ତେ ମନ୍ଦିରରେ ହନୁମାନ ଚଲିସା ପୈଠ କରୁଥିବା ଦେଖିବାକୁ ମିଳିଥିଲା ।

navneet Rana

ଆପଣଙ୍କୁ କହି ରଖୁଛୁ ଗତ ମାସରେ ନବନୀତ୍ ରାଣା ଏବଂ ରବି ରାଣା ମହାରାଷ୍ଟ୍ରର ସିଏମ ଉଦ୍ଧବ ଠାକରେଙ୍କ ଘର ସାମ୍ନାରେ ହନୁମାନ ଚଲିସା ପାଠ କରିବା ନେଇ ଘୋଷଣା କରି ବିବାଦ ଭିତରକୁ ଆସିଥିଲେ । ଉଭୟଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।

ନବନୀତ୍ ଏବଂ ରବି ରାଣା କିଛି ସମୟ ଧରି ଲଗାତାର ବିବାଦରେ ରହିଛନ୍ତି । ଗତ ମାସରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବ୍ୟକ୍ତିଗତ ବାସଭବନ ବାହାରେ ହନୁମାନ ଚଲିସା ପାଠ କରିବାକୁ ଘୋଷଣା କରିଥିଲେ । 23 ଅପ୍ରେଲରେ ମୁମ୍ବାଇ ପୋଲିସ ଏଫଆଇଆର ରୁଜୁ କରି ଉଭୟଙ୍କୁ ଗିରଫ କରି କହିଛି ଯେ ସିଏମଙ୍କ ବାସଭବନରେ ଜନସମାଗମ ହୋଇଥିଲା ଏବଂ ସେଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା ।

13 ଦିନ ଜେଲରେ ରହିବା ପରେ ନବନୀତ୍ ରାଣା ଏବଂ ରବି ରାଣା କୋର୍ଟରୁ ଜାମିନ ପାଇଥିଲେ । ମେ 5 ରେ ଜେଲରୁ ବାହାରିବା ପରେ ନବନୀତ୍ କିଛି ଦିନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ସେ ଦିଲ୍ଲୀରେ ପହଞ୍ଚି ହନୁମାନ ଚଲିସା ପାଠ କରିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
MP Navneet Rana recites Hanuman Chalisa in CP Delhi
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X