Get Updates
Get notified of breaking news, exclusive insights, and must-see stories!

ନୀତି ଆୟୋଗ ରାଙ୍କିଙ୍ଗ ନେଇ ବିଜେପି ସମାଲୋଚନାର ଜବାବ ରଖିଲା ବିଜେଡି : ଅମର କହିଲେ ରାଙ୍କିଙ୍ଗ ରାଜନୀତି ଅପରିପକ୍ୱତାର ଉଦାହରଣ

ସସ୍‌ଟେନେବଲ୍ ଡେଭଲପେମେଣ୍ଟ ଗୋଲ (ଏସ୍‌ଡିଜି) ଗୋଟିଏ ଜାତୀୟ ଓ ରାଜ୍ୟ ମିଶି କରିବାକୁ ହେବ । ଏହା ରାଜନୀତି ପାଇଁ ନୁହେଁ, ମାନବ ପାଇଁ ଉଦ୍ଦିଷ୍ଟ । ରିପୋର୍ଟରେ କିଏ ଉପରେ କିଏ ତଳେ ନଥାଏ ।

ଭୁବନେଶ୍ୱର : "ସସ୍‌ଟେନେବଲ୍ ଡେଭଲପେମେଣ୍ଟ ଗୋଲ (ଏସ୍‌ଡିଜି) ଗୋଟିଏ ଜାତୀୟ ଓ ରାଜ୍ୟ ମିଶି କରିବାକୁ ହେବ । ଏହା ରାଜନୀତି ପାଇଁ ନୁହେଁ, ମାନବ ପାଇଁ ଉଦ୍ଦିଷ୍ଟ । ରିପୋର୍ଟରେ କିଏ ଉପରେ କିଏ ତଳେ ନଥାଏ । ଓଡ଼ିଶା 2018 ରେ 51 ମାର୍କ, 2019 ରେ 58 ଓ 2020 ରେ 61 ମାର୍କ ମିଳିଛି । ଓଡ଼ିଶା 9ଟି କ୍ଷେତ୍ରରେ ଭଲ ପ୍ରଦର୍ଶନକାରୀ, 6 ଟିରେ ରାଜ୍ୟ ଆଶାୟୀ ରହିଛି । ତେଣୁ ନୀତି ଆୟୋଗ ସହ ସବୁ ରାଜ୍ୟ ଆଲୋଚନା କରି ଲକ୍ଷ୍ୟ ହାସଲ କରିବା ଦିଗରେ କାମ କରିବା ଦରକାର ।" ନୀତି ଆୟୋଗ ରାଙ୍କିଙ୍ଗକୁ ନେଇ ବିଜେପି କରିଥିବା ସମାଲୋଚନାର ଏହିପରି ଜବାବ ଦେଇଛନ୍ତି ଶାସକ ଦଳ ବିଜେଡିର ରାଷ୍ଟ୍ରିୟ ମୁଖପାତ୍ର ଅମର ପଟ୍ଟନାୟକ ।

Amar-patnaik

ଆଜି ପ୍ରେସମିଟ କରି ସେ କହିଛନ୍ତି, ଏହା ରାଜନୀତି ପାଇଁ ନୁହେଁ, ମାନବ ପାଇଁ ଉଦ୍ଦିଷ୍ଟ । ନିତି ଆୟୋଗ ପଞ୍ଚାୟତ ସ୍ତରକୁ ଯିବା ଦରକାର । ନ ହେଲେ ଠିକ ମାର୍କ ଜାଣି ହେବ ନାହିଁ । ତଥ୍ୟ ଗ୍ରାଉଣ୍ଡରୁ ଆସିବା ଦରକାର ବୋଲି ସେ କହିଛନ୍ତି । 2019 ରେ ଇଜ ଅଫ ଡୁଇଙ୍ଗ ବିଜିନେସରେ 92.08 ପ୍ରତିଶତ ମିଳିଲା । 2020 ରେ ଶୂନ କେମିତି ହେଲା ବୋଲି ପ୍ରଶ୍ନ କରିଛନ୍ତି ଅମର । ଏହାର ଅର୍ଥ ରାଜ୍ୟରେ କଣ ଶିଳ୍ପ ହୋଇନି ? କରୋନା ସମୟରେ ଓଡ଼ିଶା ମହାରାଷ୍ଟ୍ର ଉପରେ ଥିବା ରିପୋର୍ଟ ଆସିଛି ।

ସେହିପରି ସ୍ବାସ୍ଥ୍ୟରେ ମମତା ଓ ବିଜୁ ସ୍ଵାସ୍ଥ୍ୟ ଯୋଜନା କିପରି ସ୍ୱାସ୍ଥ୍ୟ ସେବା ଦେଇଛି, ଅନ୍ତର୍ଜାତୀୟ ସଂସ୍ଥା ପ୍ରଶଂସା କରିଛନ୍ତି । ହେଲେ ଏଠି ରାଜ୍ୟ ଯୋଜନାକୁ ବାଦ ଦେଇ କେବଳ କେନ୍ଦ୍ର ଯୋଜନାକୁ ଆଧାର କରି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଏହା ଅପରିପକ୍ବ । ରାଜ୍ୟ ଆନେମିଆରେ ଭଲ କରିନି । ହେଲେ ଓଡ଼ିଶା ଆନେମିଆ ମୁକ୍ତ ଭାରତରେ ଦ୍ଵିତୀୟ ସ୍ଥାନରେ ଅଛି । ତଥ୍ୟ ଠିକ ଆସୁ ଆଉ କିପରି ଉନ୍ନିତି କରି ହେବ, ସେ ଦିଗରେ କରାଯାଉ । କେବଳ ସୂଚକାଙ୍କ ଆଧାରରେ କରିବା ଠିକ ନୁହେଁ । ରାଜ୍ୟ ବିଜେପି କି ଅନ୍ୟ ଦଳ, ଯେଉଁମାନେ ରାଜ୍ୟ ବିଷୟରେ ଭାବିବା କଥା କହିଛନ୍ତି, ସେମାନେ ମିଛରେ ବନ୍ୟାରେ ନ ଭାସନ୍ତୁ ।

ଏହି ରିପୋର୍ଟର ସଠିକ ବ୍ୟବହାର ହେବେ ଯଦି ତଥ୍ୟ ପ୍ରଦାନରେ ଉନ୍ନତି ହେବ । ଓଡ଼ିଶା ବହୁ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଠାରୁ ଆଗରୁ ଅଛି । ବିପର୍ଯ୍ୟୟ ପ୍ରଶମନରେ ରାଜ୍ୟ ଭଲ କରିଛି । ତାକୁ ଆଧାର କରି କୃଷିର ଉନ୍ନତି ସମ୍ପର୍କରେ କିଛି ନାହିଁ । ଆଉଟପୁଟକୁ ଗୁରୁତ୍ୱ ନ ଦେଇ ଆଉଟକମକୁ ଗୁରୁତ୍ୱ ଦିଆଯାଉ । ଡାଟା ସଠିକ କରାଯାଉ । ନୀତି ଆୟୋଗ କେସ ଷ୍ଟଡି କରି କାମ କରୁଥିବା ରାଜ୍ୟ ସରକାର ଆଶାବାଦୀ ଅଛନ୍ତି । କୋଭାକ୍ସିନର WHO ମାନ୍ୟତା ନ ଥିବାରୁ ଓଡିଶାର ଛାତ୍ରଛାତ୍ରୀ ବିଦେଶ ଯାଇ ପାରୁ ନାହାଁନ୍ତି । ସେ ଦିଗରେ ନୀତି ଆୟୋଗ ଧ୍ୟାନ ଦେଉ । ଯାହାର ତଥ୍ୟ ଆଣିବାରେ ମୁର୍ଖାମୀ ଅଛି, ତାକୁ ରାଜନୀତି କରାଯାଉଛି ।

ଏସଡିଜି ରିପୋର୍ଟ ରାଜନୈତିକ ରିପୋର୍ଟ ନୁହେଁ । ଅପରାଜିତା ଷଡଙ୍ଗୀ ଯେଉଁ ଭିତ୍ତିରେ କହୁଛନ୍ତି, ଗାଁ ସ୍ତରରେ ଯଦି କିଛି ଭଲ ହୋଇନି, ତାହେଲେ SDG ଗାଁ ଯାଏ ଯିବା ଦରକାର । ଉତ୍ତର ପ୍ରଦେଶ ବହୁତ ଖରାପ କରିଛି । ହେଲେ ତା କଥା କହି ଶାସକ ଦଳ ରାଜନୀତି କରିବାକୁ ଚାହୁଁନି । ରାଜ୍ୟ ଓ କେନ୍ଦ୍ର ସରକାର ମିଶିକି କାମ କରିବା ଦରକାର । କାରଣ କିଛି କ୍ଷେତ୍ରର ରିପୋର୍ଟ କେନ୍ଦ୍ର ସରକାର ବି ଦେଉଛନ୍ତି । ଯଦି ସନ୍ଦେହ ଅଛି ଲୋକଙ୍କୁ ପଚାରା ଯାଉ । ରାଙ୍କିଙ୍ଗକୁ ନେଇ ରାଜନୀତି ଅପରିପକ୍ୱତାର ଉଦାହରଣ ବୋଲି କହିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+