କଂଗ୍ରେସରୁ ଲଢିବାକୁ ଚାହୁଁଛନ୍ତି 2500 ରୁ ଅଧିକ ପ୍ରାର୍ଥୀ, କଂଗ୍ରେସ ଭବନରେ ଆଶାୟୀଙ୍କ ଭିଡ଼
ଭୁବନେଶ୍ୱର: ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି କଂଗ୍ରେସ । ଦଳ ପକ୍ଷରୁ ଲଢିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ନାଁ ଜାଣିବାକୁ ଅନଲାଇନ୍ ରେ ଆବେଦନ କରିବାକୁ ପୋର୍ଟାଲ୍ ଲଞ୍ଚ କରିଥିଲା କଂଗ୍ରେସ । ଏହା ପରେ କଂଗ୍ରେସ ପକ୍ଷରୁ ଆଗାମୀ ବିଧାନସଭାରେ 147 ଆସନରେ ଲଢିବାକୁ 2500 ରୁ ଅଧିକ ପ୍ରାର୍ଥୀ ଆଶାୟୀ ଥିବା ଜଣାପଡ଼ିଛି ।

ଏବେ ଟିକେଟ୍ କାହାକୁ ଦିଆଯିବ ସେ ନେଇ ସୁପ୍ରିମୋଙ୍କ ପାଖରେ ଲାଗିଛି ଲମ୍ବା ଲାଇନ୍ । ରାଜ୍ୟରେ ବିଜେପି ଓ ବିଜେଡିକୁ ବାଦ୍ ଦେଲେ କଂଗ୍ରେସରୁ ଟିକେଟ ପାଇବା ପାଇଁ ଏବେ ଆଶାୟୀଙ୍କ ମନ ବଳୁଛି । ଟିକେଟ୍ କସରତ ଭିତରେ ରାଜ୍ୟ କଂଗ୍ରେସ ଭବନରେ ଆଶାୟୀଙ୍କ ଭିଡ଼ ଜମିଛି ।
କଂଗ୍ରେସ ଜାରି କରିଥିବା ପୋର୍ଟାଲରେ 147 ଆସନରୁ 2500 ରୁ ଅଧିକ ପ୍ରାର୍ଥୀ ଟିକେଟ୍ ପାଇଁ ଅନଲାଇନରେ ଆବେଦନ କରିଛନ୍ତି । ଟିକେଟ୍ ପାଇଁ ଆବେଦନ କରିଥିବା ଆଶାୟୀ ପ୍ରାର୍ଥୀ କଂଗ୍ରେସ ଭବନରେ ମଧ୍ୟ ପହଞ୍ଚିଛନ୍ତି । ରାଜ୍ୟ ପ୍ରଭାରୀ ଓ ପିସିସି ସଭାପତି ସେମାନଙ୍କ ସହ ଆଲୋଚନା କରୁଛନ୍ତି । ଏଠାରେ ପ୍ରତି ନିର୍ବାଚନମଣ୍ଡଳୀରୁ ଆସିଥିବା ନାଁ ଉପରେ ଆଲୋଚନା ପର୍ଯ୍ୟାଲୋଚନା କରାଯିବ । ଟିକେଟ୍ ଚୂଡାନ୍ତ ପରେ ଏଆଇସିସିକୁ ତାଲିକା ପଠାଯିବ ବୋଲି ସୂଚନା ରହିଛି । ଯାହାକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ବେଶ୍ ସକ୍ରିୟ ଥିବା ନଜର ଆସିଛନ୍ତି । ନିର୍ବାଚନ ମଇଦାନରେ ଜିତିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ପିସିସି ସଭାପତି ।
ଏହା ସହ କଂଗ୍ରେସର ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଏହି ଅନଲାଇନ୍ ଆବେଦନକୁ ନେଇ କହିଛନ୍ତି ଓଡ଼ିଶାବାସୀଙ୍କ ଉପରେ ଯାହା ଅତ୍ୟାଚାର ହେଉଛି ତାହାର ଅନ୍ତ ହେବାର ଆବଶ୍ୟକତା ଅଛି । କେନ୍ଦ୍ରରେ ବିଜେପି ସରକାର ଓ ରାଜ୍ୟରେ ବିଜେଡି ସରକାର ଶାସନ ଚାଲିଥିବା ବେଳେ ଏହାର ଏକ ମାତ୍ର ବିକଳ୍ପ ହେଉଛି କଂଗ୍ରେସ । ଯାହାକୁ ଲୋକେ ଗ୍ରହଣ କରିସାରିଲେଣି । ସେପଟେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଲୋକଙ୍କ ପାଇଁ ଆଶାୟୀ ପ୍ରାର୍ଥୀମାନେ କଣ କଣ କାମ କରିଛନ୍ତି, ଲୋକେ ତାଙ୍କୁ କିପରି ଗ୍ରହଣ କରୁଛନ୍ତି ସେହି ଆଧାରରେ ଟିକେଟ ଦେବା ସ୍ଥିର କରାଯିବ ।
ପୂର୍ବରୁ କଂଗ୍ରେସ ଟିକେଟ ବଣ୍ଟନରେ ଅର୍ଥ କାରବାର ହେଉଥିବା ନେଇ ବହୁ ବାର ଅଭିଯୋଗ ହୋଇଛି । କିନ୍ତୁ ଚଳିତ ନିର୍ବାଚନରେ କଂଗ୍ରେସର ଟିକେଟ ବଣ୍ଟନରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଆଣିବାକୁ ଅନଲାଇନରେ ଟିକେଟ ଆବେଦନ ବ୍ୟବସ୍ଥା କରାଯାଇଥିଲା । ଟିକେଟ ପାଇଁ କାହା ପାଖରେ ଲବି କରିବା ପରିବର୍ତ୍ତେ ସିଧାସଳଖ ଟିକେଟ ପାଇଁ ଆବେଦନ କରିବାର ସୁଯୋଗ ମିଳିଥିବାରୁ ଅଧିକରୁ ଅଧିକ କଂଗ୍ରେସ କର୍ମୀ ଟିକେଟ ପାଇଁ ଆବେଦନ କରିଛନ୍ତି । ଯାହାକୁ ଦଳୀୟ କର୍ମୀମାନେ ମଧ୍ୟ ବେଶ ପସନ୍ଦ କରିଥିଲେ । ଏହାଦ୍ୱାରା କଂଗ୍ରେସ ଟିକେଟ ପାଇଁ କେତେ ଜଣ ଇଚ୍ଛୁକ ଏବଂ ଯୁବବର୍ଗଙ୍କ ମଧ୍ୟରେ କଂଗ୍ରେସକୁ ନେଇ କଣ ମନୋଭାବ ରହିଛି ତାହା ସ୍ପଷ୍ଟ ସଂକେତ ମଧ୍ୟ ମିଳୁଛି ।
ତେବେ କଂଗ୍ରେସକ ଦଳରୁ କେଉଁ ଆସନରୁ କେଉଁ ଚେହେରା ଟିକେଟ ପାଇ ଜନତାଙ୍କ ପ୍ରତିନିଧିତ୍ଵ ପାଇଁ ନିର୍ବାଚନ ଲଢିବେ ତାହା ଦେଖିବା ବାକି ରହିଲା ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications